Brij Bhushan Sharan Singh
ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଓ ପୁରୁଷ ରେସଲଙ୍କୁ ମାଡ଼ ମାରିବା ଭଳି ସାଂଘାତିକ ଅଭିଯୋଗରେ ଫସିଥିବା ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରନ ସିଂହ ୨୨ ତାରିଖରେ ଇସ୍ତଫା ଦେଇ ପାରନ୍ତି। ଭିନେଶ ଫୋଗଟ, ବଜରଙ୍ଗ ପୁନିଆଙ୍କ ଭଳି ପଦକ ବିଜେତା ରେସରଲମାନେ ୧୮ ଜାନୁଆରୀରୁ ଦିଲ୍ଲୀର ଯନ୍ତରମନ୍ତର ଠାରେ ବ୍ରିଜ ଭୂଷଣ ଓ କୁସ୍ତି ମହାସଂଘ ବିରୋଧରେ ବିକ୍ଷୋଭ କରୁଛନ୍ତି। ଏହାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ବ୍ରିଜ ଭୂଷଣ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ମଧ୍ୟ କ୍ରୀଡ଼ା ମନ୍ତ୍ରଣାଳୟ ସଂଘକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି।
ଏବେ ସାମ୍ନାକୁ ଆସିଥିବା ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୨ରେ ଇମରଜେଣ୍ଟ ଜେନେରାଲ କାଉନସିଲ ମିଟିଂ ବସିବ। ଏହି ବୈଠକରେ ମହାସଂଘର ସଭାପତି ପଦରୁ ବ୍ରିଜ ଭୂଷଣ ଇସ୍ତଫା ଦେଇପାରନ୍ତି। ଆଜି ଦିନ ୧୨ଟାରେ ବିଜେପି ସାଂସଦ ତଥା କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଦିଲ୍ଲୀରୁ ଗୋଣ୍ଡା ଯାଇଛନ୍ତି। ସେ ୨୨ ତାରିଖରେ ଦିଲ୍ଲୀ ଆସିବା ପରେ ସଭାପତି ପଦରୁ ଇସ୍ତଫା ଦେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ରେସଲର ଭିନେଶ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗ ପଛରେ ଷଡ଼ଯନ୍ତ୍ର ଥିବା ବ୍ରିଜ୍ ଭୂଷଣ କହିଛନ୍ତି। ତାଙ୍କ କହିବା କଥା ଯେ ରେସଲରମାନେ ଜାତୀୟ ସ୍ତରରେ ଟ୍ରାଏଲ ଦେବାକୁ ଚାହୁଁ ନାହାନ୍ତି। ଏବେ ସେମାନେ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି। ସମସ୍ତ ଅଭିଯୋଗର ତଦନ୍ତ ପାଇଁ ସେ ପ୍ରସ୍ତୁତ ଥିବା ବି ଦମ୍ଭୋକ୍ତି କରିଛନ୍ତି। ଏଥିସହ ଅଭିଯୋଗରେ ସତ୍ୟତା ଥିଲେ, ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ ବୋଲି ବ୍ରିଜ ଭୂଷଣ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1674140724.jpg)