Advertisment

ଭାରତକୁ ୮୬ତମ ମେଡାଲ ଦେଲେ ରେସଲର ଅନ୍ତିମ ପଙ୍ଘଲ, ଜିତିଲେ ବ୍ରୋଞ୍ଜ

ଅନ୍ତିମଙ୍କ ପଦକୁ ମିଶାଇ ଚଳିତ ଏସିଆନ ଗେମ୍ସରେ ଭାରତର ମେଡାଲ ସଂଖ୍ୟା ୮୬ରେ ପହଞ୍ଚିଛି। ଏଥିରେ ୨୧ଟି ସ୍ୱର୍ଣ୍ଣ, ୩୨ଟି ରୌପ୍ୟ ଓ ୩୩ଟି ବ୍ରୋଞ୍ଜ ପଦକ ରହିଛି।

author-image
Hemant Lenka
antim

antim

ଏସିଆ ଗେମ୍ସ କୁସ୍ତିରୁ ଭାରତକୁ ଆଉ ଏକ ପଦକ ମିଳିଛି। ଗତକାଲି ୮୭ କେଜି ବର୍ଗରେ ସୁନୀଲ କୁମାର ଭାରତ ପାଇଁ କୁସ୍ତିରେ ପ୍ରଥମ ପଦକ ଜିତିଥିଲେ। ସେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲେ। ଆଜି ମହିଳା ବର୍ଗରୁ ପଦକ ଆସିଛି। ଭାରତ ପାଇଁ ମହିଳା ୫୩ କେଜି ଫ୍ରି-ଷ୍ଟାଇଲ ରେସଲିଂରେ ଅନ୍ତିମ ପଙ୍ଘଲ ପଦକ ଜିତିଛନ୍ତି।

Advertisment

ସେ କ୍ୱାର୍ଟର ଫାଇନାଲରେ ହାରି ଯାଇଥିଲେ ମଧ୍ୟ ରିପେଜ ଖେଳି ବ୍ରୋଞ୍ଜ ପଦକ ମ୍ୟାଚ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଏବେ ସେ ବ୍ରୋଞ୍ଜ ଲଢ଼େଇରେ ମଙ୍ଗୋଲିଆର ଷ୍ଟାର ରେସଲର ବାଟ ଓଚହିର ବୋଲୋରଟୁୟାଙ୍କୁ ପରାସ୍ତ କରି ପଦକ ହାସଲ କରିଛନ୍ତି।

ବାଟ ଅଲିମ୍ପିକ୍ସ ଓ ବିଶ୍ୱ ରେସଲିଂରେ ପଦକ ଜିତିଥିଲେ। କିନ୍ତୁ ତାଙ୍କୁ ୧୯ ବର୍ଷୀୟ ଅନ୍ତିମ ୩-୧ରେ ହରାଇ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଅନ୍ତିମଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ୨୦୨୩ ବିଶ୍ୱ ଚାମ୍ପିୟନଶିପ ଓ ୨୦ ବର୍ଷରୁ କମ ବିଶ୍ୱ ଚାମ୍ପିୟନଶିପ କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିପରି ଏସିଆନ ଚାମ୍ପିୟନଶିପରେ ମଧ୍ୟ ତାଙ୍କୁ ରୌପ୍ୟ ପକଦ ମିଳିଥିଲା।  

Advertisment

ଅନ୍ତିମଙ୍କ ପଦକୁ ମିଶାଇ ଚଳିତ ଏସିଆନ ଗେମ୍ସରେ ଭାରତର ମେଡାଲ ସଂଖ୍ୟା ୮୬ରେ ପହଞ୍ଚିଛି। ଏଥିରେ ୨୧ଟି ସ୍ୱର୍ଣ୍ଣ, ୩୨ଟି ରୌପ୍ୟ ଓ ୩୩ଟି ବ୍ରୋଞ୍ଜ ପଦକ ରହିଛି।

ଅନ୍ୟପକ୍ଷରେ ୫୦ କେଜି ମହିଳା ଫ୍ରି ଷ୍ଟାଇଲ କୁସ୍ତିରେ ଭାରତର ପୂଜା ଗେହଲଟ ହାରି ଯାଇଛନ୍ତି। ସେ ମଧ୍ୟ ଅନ୍ତିମଙ୍କ ଭଳି ରିପେଜ ପର୍ଯ୍ୟାୟ ଦେଇ ବ୍ରୋଞ୍ଜ ପଦକ ଲଢ଼େଇକୁ ଯାଇଥିଲେ। କିନ୍ତୁ ବ୍ରୋଞ୍ଜ ଲଢ଼େଇରେ ମଧ୍ୟ ସେ ୨-୯ରେ ହାରି ପଦକ ଜିତିବାରୁ ବଞ୍ଚିତ ହୋଇଛନ୍ତି। 

Asian Games Asian Games Update 19th Asian Games