Advertisment

ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ଖେଳିବେନି ଯଶପ୍ରୀତ ବୁମ୍ରା

ଅହମଦାବାଦ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ଖେଳିବେ ନାହିଁ। ଆସନ୍ତା ୪ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟେଷ୍ଟ ସିରିଜ୍‌ର ଶେଷ ତଥା ୪ର୍ଥ ଟେଷ୍ଟ ଆରମ୍ଭ ହେବ। ଏହାପୂର୍ବରୁ ବୁମ୍ରାଙ୍କୁ ଟେଷ୍ଟ ସ୍କ୍ୱାଡରୁ ଟିମ୍‌ ମ୍ୟାନେଜମେଣ୍ଟ ରିଲିଜ୍‌ କରିଛି। ବୁମ୍ରା ତୃତୀୟ ଟେଷ୍ଟ ଖେଳିଥିଲେ ହେଁ ମାତ୍ର ୬ ଓଭର୍‌ ବୋଲିଂ କରିଥିଲେ। ଦୁଇ ସ୍ପିନର ଅକ୍ଷର ପଟେଲ ଓ […]

ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ଖେଳିବେନି ଯଶପ୍ରୀତ ବୁମ୍ରା

BCCI

Advertisment

ଅହମଦାବାଦ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ଖେଳିବେ ନାହିଁ। ଆସନ୍ତା ୪ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟେଷ୍ଟ ସିରିଜ୍‌ର ଶେଷ ତଥା ୪ର୍ଥ ଟେଷ୍ଟ ଆରମ୍ଭ ହେବ। ଏହାପୂର୍ବରୁ ବୁମ୍ରାଙ୍କୁ ଟେଷ୍ଟ ସ୍କ୍ୱାଡରୁ ଟିମ୍‌ ମ୍ୟାନେଜମେଣ୍ଟ ରିଲିଜ୍‌ କରିଛି।

Advertisment

ବୁମ୍ରା ତୃତୀୟ ଟେଷ୍ଟ ଖେଳିଥିଲେ ହେଁ ମାତ୍ର ୬ ଓଭର୍‌ ବୋଲିଂ କରିଥିଲେ। ଦୁଇ ସ୍ପିନର ଅକ୍ଷର ପଟେଲ ଓ ରବି ଅଶ୍ୱିନ କମଲା କରିବାରୁ ବୁମ୍ରାଙ୍କୁ ଅଧିକ ବୋଲିଂ କରିବାକୁ ପଡ଼ି ନଥିଲା। ଏହି ମ୍ୟାଚ୍‌ ପରେ ସେ ଟିମ୍‌ ମ୍ୟାନେଜମେଣ୍ଟକୁ ତାଙ୍କୁ ୪ର୍ଥ ଟେଷ୍ଟ ସ୍କ୍ୱାଡରୁ ରିଲିଜ୍‌ କରିବାକୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ରକ୍ଷାକରି ବିସିସିଆଇ ଆଜି ତାଙ୍କୁ ଦଳରୁ ରିଲିଜ୍‌ କରିଛି।

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ବ୍ୟକ୍ତିଗତ କାରଣ ପାଇଁ ବୁମ୍ରା ସ୍କ୍ୱାଡ୍‌ରୁ ରିଲିଜ୍‌ କରିବାକୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧକୁ ଅନୁମତି ଦିଆଯାଇଛି। ଏହାର ଅର୍ଥ ୪ର୍ଥ ଟେଷ୍ଟରେ ସେ ଦଳର ସ୍କ୍ୱାଡରେ ରହିବେ ନାହିଁ। ତେବେ ତାଙ୍କ ବଦଳ ଖେଳାଳି ଭାବେ କାହାକୁ ବି ଟିମ୍‌ ଇଣ୍ଡିଆ ସ୍କ୍ୱାଡରେ ସାମିଲ କରାଯାଇ ନାହିଁ।

Advertisment

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ବୁମ୍ରା ବୋଲିଂ କରି ଦୁଇଟି ୱିକେଟ ନେଇଥିଲେ। ୱାର୍କ ମ୍ୟାନେମେଣ୍ଟ ଦୃଷ୍ଟିରୁ ତାଙ୍କୁ ଦ୍ୱିତୀୟ ଟେଷ୍ଟରେ ବିଶ୍ରାମ ଦିଆଯାଇଥିଲା। ଏଥିପାଇଁ ମହମ୍ମଦ ସିରାଜ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଥିଲେ। ତେବେ ତୃତୀୟ ଟେଷ୍ଟରେ ତାଙ୍କୁ ପୁଣି ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା।

ଅନ୍ୟପକ୍ଷରେ ଟେଷ୍ଟ ସିରିଜ୍‌ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ। ବିସିସିଆଇ ଏଥିପାଇଁ ୧୯ ଜଣିଆ ସ୍କ୍ୱାଡ ଘୋଷଣା କରିସାରିଛି। ଏହି ଟି-୨୦ ସିରିଜ୍‌ରେ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି। ଏହାର ଅର୍ଥ ବୁମ୍ରା ସମ୍ଭବତଃ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଦଳକୁ କମବ୍ୟାକ୍‌ କରିପାରନ୍ତି।

India Vs England
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe