ccccc
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍ ଦଳ ଫ୍ୟାନ୍ମାନଙ୍କ ପାଇଁ ଖୁସି ଖବର। ସଦ୍ୟପ୍ରକାଶିତ ଆଇସିସି ଦିନିକିଆ ବୋଲର୍ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି ମୁମ୍ବାଇ ଷ୍ଟିଡ୍ଷ୍ଟର୍ ଯଶ୍ପ୍ରୀତ୍ ବୁମ୍ରା।
ଏହା ସହ ଶ୍ରେଷ୍ଠ ୧୦ଦିନିକିଆ ବୋଲର୍ ତାଲିକାରେ ଟିମ୍ ଇଣ୍ଡିଆର ଅନ୍ୟ ଦୁଇ ଜଣ ବୋଲର୍ ମଧ୍ୟ ସ୍ଥାନ ପାଇଛନ୍ତି।
ଭାରତୀୟ ଦିନିକିଆ ଦଳର ଡେଥ୍ ଓଭର୍ ସ୍ପେଶାଲିଷ୍ଟ୍ କୁହାଯାଉଥିବା ବୁମ୍ରା ୭୭୫ ପଏଣ୍ଟ୍ ପାଇ ଦିନିକିଆ ବୋଲର୍ ତାଲିକାର ୧ ନମ୍ବରରେ ଅଛନ୍ତି। ବୁମ୍ରାଙ୍କ ପଛକୁ ଆଫଗାନିସ୍ତାନ୍ର ସ୍ପିନ୍ ସେନ୍ସେସନ୍ ରଶିଦ୍ ଖାନ୍ (୭୬୩ ପଏଣ୍ଟ୍) ଦ୍ୱିତୀୟ ଏବଂ ପାକିସ୍ତାନୀ ଦ୍ରୁତ୍ ବୋଲର୍ ହାସନ୍ ଅଲ୍ଲୀ (୭୪୨ ପଏଣ୍ଟ୍) ତୃତୀୟ ସ୍ଥାନରେ ଅଛନ୍ତି।
ସେହିପରି ନ୍ୟୁଜିଲ୍ୟାଣ୍ଡ୍ର ବାମହାତୀ ଫାଷ୍ଟ୍ ବୋଲର୍ ଟ୍ରେଣ୍ଟ୍ ବୋଲ୍ଟ୍ ୬୯୯ ପଏଣ୍ଟ୍ ସହ ଚତୁର୍ଥ ଏବଂ ଅଷ୍ଟ୍ରେଲୀୟ ଫାଷ୍ଟ୍ ବୋଲର୍ ଜାସନ ହେଜଲ୍ଉଡ୍ ୬୯୬ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି।
ହେଜଲ୍ଉଡ୍ଙ୍କ ପଛକୁ ଭାରତୀୟ ବାମହାତୀ ଚାଇନାମ୍ୟାନ୍ ବୋଲର୍ କୁଲ୍ଦୀପ୍ ଯାଦବ୍ ତାଙ୍କ ପୂର୍ବ ମାନ୍ୟତାରେ ଯଥେଷ୍ଟ ଉନ୍ନତି କରି ୬୮୪ ପଏଣ୍ଟ୍ ସହ ଆଇସିସି ଶ୍ରେଷ୍ଠ ଦିନିକିଆ ବୋଲର୍ ତାଲିକାର ଷଷ୍ଠ ସ୍ଥାନରେ ଅଛନ୍ତି।
/odisha-reporter/media/post_attachments/wp-content/uploads/2018/08/613864-kuldeepyadav-afp.jpg)
ବିଶ୍ୱର ଶ୍ରେଷ୍ଠ ୧୦ ଜଣ ଦିନିକିଆ ବୋଲର୍ ତାଲିକାର ଦଶମ ସ୍ଥାନରେ ଅଛନ୍ତି ଟିମ୍ ଇଣ୍ଡିଆର ଡାହାଣହାତୀ ରିଷ୍ଟ୍ ସ୍ପିନର୍ ୟଜୁବେନ୍ଦ୍ର ଚହଲ୍। ଚହଲଙ୍କୁ ସମୁଦାୟ ୬୬୬ ପଏଣ୍ଟ୍ ମିଳିଛି।
ପୂର୍ବରୁ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ୍ କୋହଲି ଉଭୟ ଆଇସିସି ଟେଷ୍ଟ୍ ଓ ଦିନିକିଆ ବ୍ୟାଟ୍ସମ୍ୟାନ୍ ମାନ୍ୟତା ତାଲିକାର ୧ ନମ୍ବର ସ୍ଥାନରେ ଅଛନ୍ତି। ଶ୍ରେଷ୍ଠ ଦିନକିଆ ବ୍ୟାଟ୍ସମ୍ୟାନ୍ ତାଲିକାରେ ରୋହିତ୍ ଶର୍ମା ଚତୁର୍ଥ ଓ ଶିଖର ଧୱନ୍ଙ୍କୁ ନବମ ସ୍ଥାନ ମିଳିଛି।
/odisha-reporter/media/post_attachments/wp-content/uploads/2018/08/chal.jpg)
ତେବେ ଟି-ଟ୍ୱେଣ୍ଟି ବ୍ୟାଟସମ୍ୟାନ୍ ତାଲିକାର ଶୀର୍ଷ ସ୍ଥାନରେ ଅଷ୍ଟ୍ରେଲୀୟ ଓପନର୍ ଆରୋନ୍ ଫିଞ୍ଚ୍ ପୂର୍ବ ଭଳି ରହିଛନ୍ତି। ଏହି ତାଲିକାରେ ଟିମ୍ ଇଣ୍ଡିଆର ଲୋକେଶ ରାହୁଲ୍ ତୃତୀୟ ଓ ରୋହିତ୍ ଶର୍ମା ଦଶମ ସ୍ଥାନରେ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/08/ccccc.jpg)