Advertisment

ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚ୍ ଖେଳିବେନି ବଟଲର୍

ନୂଆଦିଲ୍ଲୀ: ବିପଜ୍ଜନକ ଇଂଲିଶ ବ୍ୟାଟସମ୍ୟାନ୍ ଜୋସ୍ ବଟଲର୍ ତାଙ୍କ ଫ୍ରାଞ୍ଚାଇଜ୍ ଟିମ୍ ରାଜସ୍ଥାନ ରୟାଲସର ପ୍ରଥମ ମ୍ୟାଚ୍ ଖେଳିବେନି। ବଟଲର ଦୁବାଇ ପହଞ୍ଚି ସାରିଥିଲେ ମଧ୍ୟ ଏବେ ସୁଦ୍ଧା ପରିବାର ସହ କ୍ୱାରେଣ୍ଟାଇନରେ ଅଛନ୍ତି। ତେଣୁ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ଦଳର ପ୍ରଥମ ମ୍ୟାଚ୍ ସେ ମିସ୍ କରିବେ ବୋଲି ଦଲୀୟ ମ୍ୟାନେଜମେଣ୍ଟ ପକ୍ଷରୁ ସୂଚନା ମିଳିଛି। ଏହି ବିସ୍ଫୋରକ ୱିକେଟ୍ କିପର ବ୍ୟାଟସମ୍ୟାନଙ୍କୁ ରାଜସ୍ଥାନ ରୟାଲସ୍ ଓପନିଂ ଭାବେ ପଦୋନ୍ନତି ଦେଇଥିଲା। ବଟଲର […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚ୍ ଖେଳିବେନି ବଟଲର୍

Buttler

ନୂଆଦିଲ୍ଲୀ: ବିପଜ୍ଜନକ ଇଂଲିଶ ବ୍ୟାଟସମ୍ୟାନ୍ ଜୋସ୍ ବଟଲର୍ ତାଙ୍କ ଫ୍ରାଞ୍ଚାଇଜ୍ ଟିମ୍ ରାଜସ୍ଥାନ ରୟାଲସର ପ୍ରଥମ ମ୍ୟାଚ୍ ଖେଳିବେନି। ବଟଲର ଦୁବାଇ ପହଞ୍ଚି ସାରିଥିଲେ ମଧ୍ୟ ଏବେ ସୁଦ୍ଧା ପରିବାର ସହ କ୍ୱାରେଣ୍ଟାଇନରେ ଅଛନ୍ତି। ତେଣୁ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ଦଳର ପ୍ରଥମ ମ୍ୟାଚ୍ ସେ ମିସ୍ କରିବେ ବୋଲି ଦଲୀୟ ମ୍ୟାନେଜମେଣ୍ଟ ପକ୍ଷରୁ ସୂଚନା ମିଳିଛି।

Advertisment

ଏହି ବିସ୍ଫୋରକ ୱିକେଟ୍ କିପର ବ୍ୟାଟସମ୍ୟାନଙ୍କୁ ରାଜସ୍ଥାନ ରୟାଲସ୍ ଓପନିଂ ଭାବେ ପଦୋନ୍ନତି ଦେଇଥିଲା। ବଟଲର ମଧ୍ୟ ଦଳର ନିଷ୍ପତ୍ତିକୁ ସଠିକ୍ ପ୍ରମାଣିତ ଓପନିଂରେ ବେଶ୍ ସଫଳ ହୋଇଥିଲେ। ଏବେ ବଟଲରଙ୍କ ବଦଳ ଓପନର ଭାବେ ଭାରତୀୟ ଯୁବ ଅଲରାଉଣ୍ଡର ଯଶସ୍ୱୀ ଜୟସ୍ୱାଲ ଚେନ୍ନାଇ ବିପକ୍ଷ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ସେହିପରି ଅନ୍ୟ ବିକଳ୍ପ ଭାବେ ଭେଟେରାନ୍ ରବିନ ଉତ୍ଥାପ୍ପାଙ୍କ ସହ ସଂଜୁ ସାମସନ୍ ଓ ମନନ ଭୋରା ମଧ୍ୟ ଓପନିଂ ଦାୟିତ୍ୱ ତୁଲାଇ ପାରିବେ।

ବଟଲରଙ୍କ ଅନ୍ୟତମ ସାଥି ଖେଳାଳି ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ମଧ୍ୟ ଏଯାଏ ଦଳ ସହ ଯୋଗ ଦେଇନାହାନ୍ତି। ତେବେ ଇଂଲିଶ ଦ୍ରତୁ ବୋଲର ଜେଫ୍ରା ଆର୍ଚର୍ ଚଳିତ ସିଜିନ ପାଇଁ ଦଳର ପ୍ରଥମ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। 

Advertisment
Ipl 2020