Advertisment

T-20 ସିରିଜକୁ ଫେରିଲେ ରୋହିତ ଶର୍ମା ଓ ବିରାଟ କୋହଲି

ଆଫଗାନିସ୍ଥାନ ବିପକ୍ଷରେ ୩ଟି T-20 ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ ଜାନୁଆରୀ ୧୧ ତାରିଖରେ ମୋହାଲିରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ ୧୪ ତାରିଖରେ ଇନ୍ଦୋରରେ ଓ ତୃତୀୟ ତଥା ଶେଷ ମ୍ୟାଚ୍‌ ୧୭ ତାରିଖରେ ବେଙ୍ଗାଲୁରୁରେ ଖାଳାଯିବ।

Cricket

Rohit

Advertisment

କଳ୍ପନା ଜଳ୍ପାନାର ଅନ୍ତ ଘଟିଲା। ବର୍ଷେ ପରେ T-20 ମ୍ୟାଚ୍‌ ଖେଳିବେ କ୍ୟାପ୍‌ଟେନ୍‌ ରୋହିତ ଶର୍ମା ଓ ବିରାଟ କୋହଲି। ଆଫଗାନିସ୍ଥାନ ବିପକ୍ଷରେ ଖେଳା ଯିବାକୁ ଥିବା T-20 ସିରିଜ୍‌ରେ ଉଭୟ ଖେଳିବେ। ଆଜି ବିସିସିଆଇ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।

Advertisment

ଆଫଗାନିସ୍ଥାନ ବିପକ୍ଷରେ ଭାରତ ୩ଟି T-20 ମ୍ୟାଚ ଖେଳିବ। ଦଳରେ ରହିଛନ୍ତି ଶୁବମନ ଗିଲ, ଜୟସ୍ୱାଲ, ତିଲକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା, ସଂଜୁ ସାମସନ, ଶିଭମ୍‌ ଦୁବେ, ଅର୍ଶଦୀପ ସିଂ, ଅଭେଶ ଖାନ, ମୁକେଶ କୁମାର, ସ୍ପିନର ରବି ବିଷ୍ଣୋୟୀ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ ଓ କୁଳଦୀପ ଯାଦବ।

ଆଫଗାନିସ୍ଥାନ ବିପକ୍ଷରେ ୩ଟି T-20 ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ ଜାନୁଆରୀ ୧୧ ତାରିଖରେ ମୋହାଲିରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ ୧୪ ତାରିଖରେ ଇନ୍ଦୋରରେ ଓ ତୃତୀୟ ତଥା ଶେଷ ମ୍ୟାଚ୍‌ ୧୭ ତାରିଖରେ ବେଙ୍ଗାଲୁରୁରେ ଖାଳାଯିବ। T-20 ବିଶ୍ୱକପ୍‌ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ଶେଷ T20 ସିରିଜ ଖେଳିବ ଭାରତ।

Advertisment

Bcci Indian Cricket Team Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe