Advertisment

Australian Open: ଜୋକଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଜିତିଲେ, ୮୮ ବର୍ଷର ରେକର୍ଡ ଭାଙ୍ଗିଲେ ଆଲକାରାଜା

ଜୋକୋଭିଚ ଏମିତି ଜଣେ ଖେଳାଳି ଯିଏ ପୂର୍ବରୁ ୧୦ ଥର ମେଲବର୍ଣ୍ଣ ପାର୍କରେ ଫାଇନାଲ ଖେଳିବା ସହ କେବେ ବି ହାରି ନଥିଲେ। କିନ୍ତୁ ତାଙ୍କ ରେକର୍ଡ ବିଜୟ ଧାରାରେ ଆଜି ରୋକ ଲଗାଇ ଦେଇଛନ୍ତି ଆଲକାରରଜା।

author-image
Hemant Lenka
Carlos

ଟ୍ରଫି ସହ ଆଲାକାରାଜା

ଇତିହାସ ରଚିଛନ୍ତି ସ୍ପେନର ଯୁବ ଟେନିସ ତାରକା କାର୍ଲୋସ ଆଲକାରାଜା। ସେ(Carlos Alcaraz) ନିଜ କ୍ୟାରିୟରରେ ହାସଲ କରିଛନ୍ତି ସବୁଠାରୁ ବଡ଼ ଗ୍ରାଣ୍ଡ ସ୍ଲାମ ସଫଳତା। ସେ ବିଶ୍ୱର ଅନ୍ୟତମ ପ୍ରଖ୍ୟାତ ଟେନିସ ଷ୍ଟାର ନୋଭାକ ଜୋକୋଭିଚଙ୍କୁ ହରାଇ ଜିତିଛନ୍ତି ଅଷ୍ଟ୍ରେଲିଆନ ଓପନ ଟାଇଟଲ ଜିତିଛନ୍ତି।

Advertisment

ଜୋକୋଭିଚ ଏମିତି ଜଣେ ଖେଳାଳି ଯିଏ ପୂର୍ବରୁ ୧୦ ଥର ମେଲବର୍ଣ୍ଣ ପାର୍କରେ ଫାଇନାଲ ଖେଳିବା ସହ କେବେ ବି ହାରି ନଥିଲେ। କିନ୍ତୁ ତାଙ୍କ ରେକର୍ଡ ବିଜୟ ଧାରାରେ ଆଜି ରୋକ ଲଗାଇ ଦେଇଛନ୍ତି ଆଲକାରରଜା। 

ରବିବାର ଖେଳା ଯାଇଥିବା ଫାଇନାଲରେ ଆଲକାରାଜା ପ୍ରଥମ ସେଟକୁ ଜୋକଭିଚଙ୍କ ଠାରୁ ହାରି ଯାଇଥିଲେ। ଜୋକଭିଚ ପ୍ରଥମ ସେଟ ଜିତି ନିଜର ରେକର୍ଡ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ଦିଗରେ ଆଗେଇ ଯାଇଥିଲେ। କିନ୍ତୁ ୨୨ ବର୍ଷୀୟ ଆଲକାରାଜା ଦମଦାର କମବ୍ୟାକ କରିବା ସହ ୨-୬, ୬-୨, ୬-୩ ଓ ୭-୫ରେ ମ୍ୟାଚ୍‌କୁ ଜିତି ଚାମ୍ପିୟନ ହୋଇ ଯାଇଛନ୍ତି। 

Advertisment

ସ୍ପେନ ତାରକା ଆଲକାରାଜା କ୍ରମାଗତ ଭାବେ ୩୮ ବର୍ଷୀୟ ଜୋକୋଭିଚଙ୍କ ଉପରେ ଚାପ ପକାଇ ଚମତ୍କାର ସଫଳତା ସାଉଁଟିଛନ୍ତି। ୨୨ ବର୍ଷ ୨୭୨ ଦିନ ବୟସରେ ଅଲକାରାଜା ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ୪ଟି ପ୍ରମୁଖ ସିଙ୍ଗ ଟାଇଟଲ ଜିତିବାର ରେକର୍ଡର ଅଧିକାରୀ ହୋଇଛନ୍ତି। ଏପରି କରି ସେ ୮୮ ବର୍ଷ ତଳର ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

୧୯୩୮ ମସିହାରେ ଡନ ବୁଡଗେ ଫ୍ରେଞ୍ଚ ଓପନ ଟାଇଟଲ ଜିତି ଏପରି କୀର୍ତ୍ତିମାନ ହାସଲ କରିଥିଲେ। ସେତେବେଳେ ତାଙ୍କୁ ୨୨ ବର୍ଷ ୩୬୩ ଦିନ ବୟସ ହୋଇଥିଲା। ଏବେ ୮୮ ବର୍ଷ ପରେ ଆଲକାରାଜା ତାଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। 

ଅଲକାରାଜାଙ୍କ ପାଖରେ ଏବେ ୭ଟି ବଡ଼ ଗ୍ରାଣ୍ଡସ୍ଲାମ ଟାଇଟଲ ରହିଛି। ହେଲେ ସେ ପ୍ରଥମଥର ଅଷ୍ଟ୍ରେଲିଆନ ଓପନ ଜିତିଛନ୍ତି। ଏହାପୂର୍ବରୁ ସେ ଦୁଇ ଥର ୱିମ୍ବେଲଡ, ଫ୍ରେଞ୍ଚ ଓ ଆମେରିକା ଓପନ ଟାଇଟଲ ଜିତିଥିଲେ।

ସେହିପରି ଜୋକୋଭିଚ ୨୫ତମ ଗ୍ରାଣ୍ଡସ୍ଲାମ ଜିତିବା ଅପେକ୍ଷା ଆହୁରି ବିଳମ୍ବିତ ହୋଇଛି। ସେ ରେକର୍ଡ ୧୦ଥର ଅଷ୍ଟ୍ରେଲିଆନ ଓପନ(Australian Open) ଟାଇଟଲ ଜିତିଛନ୍ତି। 

Carlos Alcaraz Australian Open