Advertisment

ୱିମ୍ବଲଡନ୍ ପାଇଲା ନୂଆ ବିଜେତା, ଜୋକୋଭିକଙ୍କ ବିଜୟଧାରାରେ ବ୍ରେକ୍‌ ଲଗାଇଲେ ଆଲ୍‌କାରାଜ

ୱିମ୍ବଲଡନ୍ ଚମ୍ପିଆନସିପର ୧୦ ବର୍ଷର ବିଜେତା ନୋଭାକ ଜୋକୋଭିକଙ୍କୁ ପଛରେ ପକାଇଲେ ସ୍ପେନର କାର୍ଲୋସ୍ ଆଲ୍‌କାରାଜ। ତୃତୀୟ ସ୍ପେନ୍ ତାରକା ଭାବେ ରଚିଲେ ଇତିହାସ।

ଅଦ୍ୟତନ ହୋଇଛି
Carlos Alcaraz Wins Wimbledon Championship

Carlos Alcaraz Wins Wimbledon Championship

Advertisment

ୱିମ୍ବଲଡନ୍ ଚମ୍ପିଆନସିପର ନୂଆ ବାଦଶାହ କାର୍ଲୋସ୍ ଆଲ୍‌କାରାଜ। ୧୦ ବର୍ଷର ବିଜେତା ନୋଭାକ ଜୋକୋଭିକଙ୍କୁ ପଛରେ ପକାଇ ପ୍ରଥମ କରି ୱିମ୍ବଲଡନ୍ ଟେନିସ୍ ଚାମ୍ପିଅନସିପ ଟାଇଟଲ୍ ହାସଲ କରିଛନ୍ତି। ଏହି ରେକର୍ଡ ସହ ସେ ବନି ଯାଇଛନ୍ତି ୱିମ୍ବଲଡନ୍‌ ଚାମ୍ପିଅନ ହେବାରେ ସ୍ପେନର ତୃତୀୟ ଖେଳାଳି। 

Advertisment

ରବିବାର(ଜୁଲାଇ ୧୬)ରେ ଲଣ୍ଡନରେ ୱିମ୍ବଲଡନ୍ ଟେନିସ ଚାମ୍ପିଅନସିପ ୨୦୨୩ ଏକକ ପୁରୁଷ ଖେଳା ଯାଇଥିଲା। ପାଞ୍ଚ ସେଟ୍ ବିଶିଷ୍ଟ ଫାଇନାଲରେ ସ୍ପେନ୍‌ର ଆଲ୍‌କାରାଜ ସର୍ବିଆର ଜୋକୋଭିକଙ୍କୁ ୧-୬, ୭-୬, ୬-୧, ୩-୬ ଓ ୬-୪ରେ ପରାସ୍ତ କରିଛନ୍ତି। ଫାଇନାଲରେ ଦୁଇ ଖେଳାଳିଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ପ୍ରଥମ ସେଟରେ ୩୬ ବର୍ଷୀୟ ଜୋକୋଭିକ୍ ୬-୧ରେ ଜିତିଥିଲେ। ଏହା ପରେ ଆଲ୍‌କାରାଜ ଦ୍ୱିତୀୟ ସେଟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ଗୋଟିଏ ପର୍ଯ୍ୟାୟରେ ସେଟ୍ ୬-୬ରେ ଟାଇ ହୋଇଯାଇଥିଲା। ଏହା ପରେ ଏକ ଟାଇ-ବ୍ରେକର ଖେଳାଯାଇଥିଲା, ଯାହାକୁ ଆଲ୍‌କ୍ରାଜ ୭-୬ରେ ଜିତି ନେଇଥିଲେ।

ତୃତୀୟ ସେଟରେ ମଧ୍ୟ ୨୦ ବର୍ଷୀୟ ସ୍ପେନୀୟ ଖେଳାଳି ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ ଏବଂ ବହୁ ଅଭିଜ୍ଞ ଜୋକୋଭିକଙ୍କୁ ୬-୧ରେ ପରାସ୍ତ କରିଥିଲେ। ଚତୁର୍ଥ ସେଟରେ ଜୋକୋଭିକ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୬-୩ରେ ଜିତିଥିଲେ। 

Advertisment

ପଞ୍ଚମ ତଥା ଶେଷ ସେଟରେ ଆଲ୍‌କାରାଜଙ୍କ କମାଲ୍ ଦେଖିବାକୁ ମିଳିଥିଲା। ନିଜର ସର୍ବୋତ୍ତମ ପ୍ରଦର୍ଶନ କରି ୬-୪ରେ ସେ ଏହି ଟାଇଟଲକୁ ନିଜ ନାମରେ ଲେଖି ଦେଇଛନ୍ତି। ମ୍ୟାଚ୍ ସମୟରେ ସେ ଏପରି ଅନେକ ସଟ୍ ଖେଳିଥିଲେ, ଯାହା ପ୍ରଶଂସକ ଏବଂ ଜୋକୋଭିକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। 

Novak Djokovic Wimbledon Title Carlos Alcaraz
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe