Advertisment

ଭାରତ ପାଇଁ ରେକର୍ଡ କଲେ ୟୁଜି ଚହଲ

ଚହଲ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ପଛରେ ପକାଇ ଟି-୨୦ରେ ଭାରତ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ବନି ଯାଇଛନ୍ତି।

Yuzvendra Chahal

Yuzvendra Chahal

Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ପାଇଁ ରେକର୍ଡ କରିଛନ୍ତି ଷ୍ଟାର ରିଷ୍ଟ ସ୍ପିନର ୟୁଜି ଚହଲ। ସେ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ପଛରେ ପକାଇ ଦେଇଛନ୍ତି। ଏଥିସହ ସେ ଟି-୨୦ରେ ଭାରତ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ବନି ଯାଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ପୂର୍ବରୁ ସର୍ବାଧିକ ୱିକେଟ ଦଖଲକାରୀ ଭାରତୀୟ କ୍ରିକେଟରଙ୍କ ତାଲିକାରେ ଚହଲ ଓ ଭୁବନେଶ୍ୱର କୁମାର ଗୋଟିଏ ସ୍ଥାନରେ ରହିଥିଲେ।

Advertisment

କିନ୍ତୁ ଚହଲ ନ୍ୟୁଜିଲ୍ୟାଣ୍ଡ ଇନିଂସର ୪ର୍ଥ ଓଭରରେ ଫିନ ଆଲେନଙ୍କୁ ବୋଲ୍ଡ କରି ଭୁବନେଶ୍ୱର କୁମାରଙ୍କୁ ପଛରେ ପକାଇ ଦେଇଥିଲେ। ଏବେ ଟି-୨୦ରେ ଚହଲଙ୍କ ୱିକେଟ ସଂଖ୍ୟା ୯୧ରେ ପହଞ୍ଚି ଯାଇଛି। ଭୁବନେଶ୍ୱର କୁମାର ୯୦ ୱିକେଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୭୨ ୱିକେଟ ସହ ରବି ଅଶ୍ୱିନ ତୃତୀୟ ସ୍ଥାନରେ ରହିଛନ୍ତି।

ପ୍ରଥମ ଟି-୨୦ ଖେଳୁ ନଥିବା ଚହଲଙ୍କୁ ଦ୍ୱିତୀୟ ମ୍ୟାଚ୍‌ରେ ସୁଯୋଗ ମିଳିଥିଲା। ସେ ଉମ୍ରାନ ମଲିକଙ୍କ ସ୍ଥାନରେ ଖେଳିଥିଲେ। ତାଙ୍କୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚ୍‌ର ୪ର୍ଥ ଓଭରରେ ବୋଲିଂ କରିବାକୁ ଦେଇଥିଲେ। ସେ ତୃତୀୟ ବଲରେ ହିଁ ଫିନ ଆଲେନଙ୍କୁ ଆଉଟ କରି ଭାରତ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ହୋଇଯାଇଥିଲେ। ୭୫ଟି ମ୍ୟାଚ୍‌ରେ ଚହଲ ଏବେ ୯୧ଟି ୱିକେଟ ଦଖଲ କରିଛନ୍ତି। ଭୁବନେଶ୍ୱର ୮୭ଟି ମ୍ୟାଚ୍‌ରେ ୯୦ଟି ୱିକେଟ ନେଇଛନ୍ତି।

Advertisment

ମ୍ୟାଚ୍‌ କଥା ବିଚାରକୁ ନେଲେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୯୯ ରନ କରିଥିଲା। ଏହାର ଜବାବରେ ଭାରତ ମଧ୍ୟ ସଂଘର୍ଷ କରିଥିଲା। ଶେଷରେ ଦଳ ଗୋଟିଏ ବଲ ପୂର୍ବରୁ ୪ ୱିକେଟ ହରାଇ ଧାର୍ଯ୍ୟ ୧୦୦ ରନ ଟାର୍ଗେଟକୁ ହାସଲ କରିଥିଲା। ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌କୁ ୧-୧ ସ୍ଥିତିକୁ ମଧ୍ୟ ଆଣିବାକୁ ଦଳ ସକ୍ଷମ ହୋଇଛି।

Bcci Indian Cricket Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe