Advertisment

ଆରମ୍ଭ ହେଲା ଚାମ୍ପିୟନ୍ସ ଟ୍ରଫି, ଟଙ୍କାର ପାହାଡରେ ଏଥର ପ୍ରତିଯୋଗିତା, ଖର୍ଚ୍ଚ ହେଉଛି ୪.୫ ମିଲିୟନ ଡଲାର

ମୁମ୍ବାଇ: ଅପେକ୍ଷାର ଅନ୍ତ, ଆଇସିସି ମିନି ବିଶ୍ୱକପ ବା ଚାମ୍ପିୟନ୍ସ ଟ୍ରଫି ଆରମ୍ବ ହୋଇଛି। ଲଣ୍ଡନର ଓଭାଲ୍‌ ଗ୍ରାଉଣ୍ଡରେ ଏହି ଉଦଘାଟନୀ ମ୍ୟାଚ୍‌ ଖେଳାଯାଉଛି। ଯେଉଁଥିରେ ଆୟୋଜକ ଇଂଲଣ୍ଡକୁ ଭେଟିଛି ବାଂଲାଦେଶ। ଗ୍ରୁପ-ଏ ରେ ଥିବା ଏହି ଦୁଇଟି ଦଳ ପୂର୍ବରୁ କେବେ ବି ଚାମ୍ପିୟନ୍ସ ଟ୍ରଫିରେ ବିଜେତା ହୋଇନଥିବା ବେଳେ ଏଥର ଫୁଲ୍‌ ଦମରେ ଟାଇଟଲକୁ ନିଜ ନାଁରେ କରିବା ପାଇଁ ଚେଷ୍ଟା କରିବେ। ୧୮ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ବିଶ୍ୱର […]

author-image
Rakesh Mallick
ଅଦ୍ୟତନ ହୋଇଛି
ଆରମ୍ଭ ହେଲା ଚାମ୍ପିୟନ୍ସ ଟ୍ରଫି, ଟଙ୍କାର ପାହାଡରେ ଏଥର ପ୍ରତିଯୋଗିତା, ଖର୍ଚ୍ଚ ହେଉଛି ୪.୫ ମିଲିୟନ ଡଲାର

ssss

ମୁମ୍ବାଇ: ଅପେକ୍ଷାର ଅନ୍ତ, ଆଇସିସି ମିନି ବିଶ୍ୱକପ ବା ଚାମ୍ପିୟନ୍ସ ଟ୍ରଫି ଆରମ୍ବ ହୋଇଛି। ଲଣ୍ଡନର ଓଭାଲ୍‌ ଗ୍ରାଉଣ୍ଡରେ ଏହି ଉଦଘାଟନୀ ମ୍ୟାଚ୍‌ ଖେଳାଯାଉଛି। ଯେଉଁଥିରେ ଆୟୋଜକ ଇଂଲଣ୍ଡକୁ ଭେଟିଛି ବାଂଲାଦେଶ।

Advertisment

ଗ୍ରୁପ-ଏ ରେ ଥିବା ଏହି ଦୁଇଟି ଦଳ ପୂର୍ବରୁ କେବେ ବି ଚାମ୍ପିୟନ୍ସ ଟ୍ରଫିରେ ବିଜେତା ହୋଇନଥିବା ବେଳେ ଏଥର ଫୁଲ୍‌ ଦମରେ ଟାଇଟଲକୁ ନିଜ ନାଁରେ କରିବା ପାଇଁ ଚେଷ୍ଟା କରିବେ। ୧୮ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ବିଶ୍ୱର ଶ୍ରେଷ୍ଠ  ୮ଟି ଟିମ୍‌ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଇସିସିର ଏହି ଦ୍ୱିତୀୟ ସର୍ବବୃହତ ପ୍ରତିଯୋଗିତା ପାଇଁ ସମସ୍ତ ଦଳ ଏବେ ନିଜ ନିଜ ରଣକୌଶଳ ସହ ପ୍ରସ୍ତୁତ। ଜୁନ୍‌ ୧୮ତାରିଖ ଦିନ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ଏହି ଓଭାଲ ଗ୍ରାଉଣ୍ଡରେ ଖେଳାଯିବ।

ଏହି ପ୍ରତିଯୋଗିତାରେ ବିଜେତା ଟିମ୍‌କୁ ୧୪ କୋଟି ଟଙ୍କା ପ୍ରଦାନ କରାଯିବ ସହ ରନର୍ସପ୍‌ ଟିମ୍‌କୁ ୭କୋଟିରୁ ଉର୍ଦ୍ଧ ଟଙ୍କା ପ୍ରଦାନ କରାଯିବା। ଚଳିତ ପ୍ରତିଯୋଗିତାରେ ପୁରସ୍କାର ରାଷି ପୂର୍ବ ଅପେକ୍ଷା ଅଧା ମିଲିୟନ ଡଲାର ବୃଦ୍ଧି କରାଯାଇଛି।  ଏହି ପ୍ରତିଯୋଗିତାରେ ମୋଟ୍‌ ୪.୫ ମିଲିୟନ ଡଲାର ଖର୍ଚ୍ଚ କରାଯାଉଛି।

Advertisment