Advertisment

ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ, ଲଞ୍ଚ୍‌ ସୁଦ୍ଧା ୮୪/୪

ଲଣ୍ଡନ୍‌: ଦମଦାର ବ୍ୟାଟିଂ ପରେ ଚମତ୍କାର ବୋଲିଂ ବଳରେ ଟିମ୍‌ ଇଣ୍ଡିଆ ଇଂଲିଶ ମାଟିରେ ଘରୋଇ ଦଳକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଛି। ୪ର୍ଥ ଦିନ ଆରମ୍ଭରୁ ସ୍ପିଡ୍‌ ଷ୍ଟାର୍‌ ଇଶାନ୍ତ ଶର୍ମାଙ୍କ ଇନ୍‌ସୁଇଂରେ ଘାଇଲା ହୋଇ ଟିମ୍‌ ଇଂଲଣ୍ଡ ଏବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୪ର୍ଥ ଦିନର ଲଞ୍ଚ୍‌ ସୁଦ୍ଧ ଟିମ୍‌ ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସ୍‌ରେ ୪ ୱିକେଟ୍‌ ହରାଇ ମାତ୍ର ୮୪ ରନ୍‌ କରିଛି। ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ୨୯ଟି ବଲ୍‌ରୁ ମାତ୍ର […]

author-image
Sampad Mahapatra
ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ, ଲଞ୍ଚ୍‌ ସୁଦ୍ଧା ୮୪/୪

india-1

ଲଣ୍ଡନ୍‌: ଦମଦାର ବ୍ୟାଟିଂ ପରେ ଚମତ୍କାର ବୋଲିଂ ବଳରେ ଟିମ୍‌ ଇଣ୍ଡିଆ ଇଂଲିଶ ମାଟିରେ ଘରୋଇ ଦଳକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଛି। ୪ର୍ଥ ଦିନ ଆରମ୍ଭରୁ ସ୍ପିଡ୍‌ ଷ୍ଟାର୍‌ ଇଶାନ୍ତ ଶର୍ମାଙ୍କ ଇନ୍‌ସୁଇଂରେ ଘାଇଲା ହୋଇ ଟିମ୍‌ ଇଂଲଣ୍ଡ ଏବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୪ର୍ଥ ଦିନର ଲଞ୍ଚ୍‌ ସୁଦ୍ଧ ଟିମ୍‌ ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସ୍‌ରେ ୪ ୱିକେଟ୍‌ ହରାଇ ମାତ୍ର ୮୪ ରନ୍‌ କରିଛି।

Advertisment

publive-image

ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ୨୯ଟି ବଲ୍‌ରୁ ମାତ୍ର ୩ ରନ୍‌ କରି କ୍ରିଜ୍‌ରେ ସଂଘର୍ଷ କରୁଥିବା ବେଳେ ଜୋସ୍‌ ବଟଲର୍‌ ୩୩ ବଲ୍‌ରେ ୧୯ ରନ୍‌ କରି ଭାରତୀୟ ପେସ୍‌ ବାହିନୀକୁ ରକ୍ଷଣଶୀଳ ଭାବେ ଖେଳୁଛନ୍ତି। ଇଂଲଣ୍ଡ ହାତରେ ଆଉ ୬ଟି ୱିକେଟ୍‌ ରହିଥିବା ବେଳେ ଜିତିବା ପାଇଁ ଆହୁରି ୪୩୭ ରନ୍‌ ଦରକାର।

କମ୍‌ ବ୍ୟାକ୍‌ର ଲକ୍ଷ୍ୟ ନେଇ ତୃତୀୟ ଟେଷ୍ଟ୍‌ରେ ନଟିଂହାମ୍‌ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ନମ୍ବର ୱାନ୍‌ ଦଳ ଭଳି ପ୍ରଦର୍ଶନ କରିଛି। ଅନ୍ୟପକ୍ଷରେ ବିଶାଳ ୫୨୧ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଘରୋଇ ଇଂଲଣ୍ଡ ଏବେ ଟିମ୍‌ ଇଣ୍ଡିଆର ପେସ୍‌ ବାହିନୀ ଆଗରେ ଏକ ପ୍ରକାରର ଆତ୍ମସମର୍ପଣ କରିଛି। ଅନ୍ୟପକ୍ଷରେ ଇଂଲଣ୍ଡ ପାଇଁ ଚଳିତ ସିଜିନ୍‌ରେ ସ୍ଥିର ପ୍ରଦର୍ଶନ କରିଆସୁଥିବା ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ଜନ୍ନି ବେୟାରଷ୍ଟୋ ବ୍ୟାଟିଂ କରିବେ କି ନାହିଁ, ସେନେଇ ମଧ୍ୟ ସନ୍ଦେହ ଉପୁଜିଛି।

Advertisment

publive-image

ଗତକାଲି ଭାରତ ତା’ର ଦ୍ୱିତୀୟ ଇନିଂସ୍‌ରେ ବ୍ୟାଟିଂ କରୁଥିବା ବେଳେ ବେୟାରଷ୍ଟୋ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। ତାଙ୍କ ବଦଳରେ ବଟଲର୍‌ ହିଁ ୱିକେଟ୍‌ କିପିଂ କରିଥିଲେ।

ଗତକାଲି ଭାରତର ପାଳି ଘୋଷଣା ପରେ ଇଂଲଣ୍ଡ ପକ୍ଷରୁ ଦୁଇ ଓପନର୍‌ ଆଲିଷ୍ଟର କୁକ୍‌ ଓ କେ ଜେନିଙ୍ଗ୍‌ସ୍‌ ବେଶ ସତର୍କତାର ସହ ଖେଳିଥିଲେ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା କୁକ୍‌ ଓ ଜେନିଙ୍ଗସ୍‌ ଇଂଲଣ୍ଡ ପାଇଁ ବିନା କୌଣସି କ୍ଷତିରେ ୨୩ ରନ୍‌ ସଂଗ୍ରହ କରିଥିଲେ। ତେବେ ୪ର୍ଥ ଦିନ ଆରମ୍ଭରୁ ଇଶାନ୍ତ ଶର୍ମା କ୍ରମାଗତ ଓଭରରେ ଦୁଇ ଓପନ୍‌ରଙ୍କୁ ଆଉଟ୍‌ କରି ଦେଇଥିଲେ। ଏହାପରେ ବୁମରା ଅଧିନାୟକ ରୁଟ୍‌(୧୩)ଙ୍କୁ ଆଉଟ୍‌ କରି ଇଂଲଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ବୁମରାଙ୍କ ପରବର୍ତ୍ତୀ ଓଭର୍‌ରେ ମହମ୍ମଦ ସାମି ଓଲି ପୋପ୍‌(୧୬)ଙ୍କୁ ଆଉଟ୍‌ କରି ଇଂଲଣ୍ଡକୁ ୪ର୍ଥ ଝଟ୍‌କା ଦେଇଥିଲେ।

publive-image