ରୋମାଞ୍ଚକର ବିଜୟରୁ ଆଇପିଏଲ ଆରମ୍ଭ କଲା ଚେନ୍ନାଇ

ଆବୁଧାବି: କଟକଣା ଭିତରେ ଖେଳାଯାଉଥିବା ଆଇପିଏଲର ୟୁଏଇ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସକୁ ଆରମ୍ଭରୁ ସଫଳତା ମିଳିଛି। ଅମ୍ବାତି ରାୟୁଡ଼ୁ ଏବଂ ଫାଫ୍ ଡ୍ୟୁପ୍ଲେସିସଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ବଳରେ ବିଜୟରୁ ଆଇପିଏଲ ଆରମ୍ଭ କରିଛି ଚେନ୍ନାଇ ସୁପର କିଙ୍ଗସ୍। ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଖେଳୁଥିବା ଏହି ଦଳ ପାଇଁ ୧୬୩ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତେବେ ଶେଷ ଓଭରରେ ଆବଶ୍ୟକ ହେଉଥିବା ୫ ରନ୍ ହାସଲ କରି ଡିଫେଣ୍ଡି ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଛି […]

IPL-2

IPL-2

Subrat Kumar Nayak
  • Published: Saturday, 19 September 2020
  • Updated: 21 September 2020, 07:35 PM IST

ଆବୁଧାବି: କଟକଣା ଭିତରେ ଖେଳାଯାଉଥିବା ଆଇପିଏଲର ୟୁଏଇ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସକୁ ଆରମ୍ଭରୁ ସଫଳତା ମିଳିଛି। ଅମ୍ବାତି ରାୟୁଡ଼ୁ ଏବଂ ଫାଫ୍ ଡ୍ୟୁପ୍ଲେସିସଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ବଳରେ ବିଜୟରୁ ଆଇପିଏଲ ଆରମ୍ଭ କରିଛି ଚେନ୍ନାଇ ସୁପର କିଙ୍ଗସ୍। ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଖେଳୁଥିବା ଏହି ଦଳ ପାଇଁ ୧୬୩ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତେବେ ଶେଷ ଓଭରରେ ଆବଶ୍ୟକ ହେଉଥିବା ୫ ରନ୍ ହାସଲ କରି ଡିଫେଣ୍ଡି ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଛି ଚେନ୍ନାଇ।

ଚେନ୍ନାଇ ପକ୍ଷରୁ ଅମ୍ବାତି ରାୟୁଡ଼ୁ ୪୮ ବଲରୁ ସର୍ବାଧିକ ୭୧ ରନ୍ କରିଥିଲେ। ସେହିଭଳି ଫାଫ୍ ଡ୍ୟୁପ୍ଲେସିସ୍ ଦ୍ବିତୀୟ ସର୍ବାଧିକ ସ୍କୋରର ଭାବେ ୪୪ ବଲରୁ ୫୮ ରନ କରିଥିଲେ। ଅନ୍ୟପକ୍ଷରେ ଚେନ୍ନାଇକୁ ମୁମ୍ବାଇର ଶାଣିତ ବୋଲିଂର ସାମ୍ନା କରିବାକୁ ପଡ଼ିଥିଲା। ବୋଲ୍ଟ, ପାଟିନସନ୍, ବୁମ୍ରା, ପାଣ୍ଡ୍ୟା ଏବଂ ଚହରଙ୍କୁ ଗୋଟିଏ ଲେଖାଏ ୱିକେଟ ମିଳିଥିଲା।

ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୬୨ ରନ୍ କରିଥିଲା। ମୁମ୍ବାଇ ତରଫରୁ ସୌରଭ ତିୱାରୀ ସର୍ବାଧିକ ୪୨ ରନ୍ କରିଥିବା ବେଳେ କ୍ୱିଣ୍ଟନ୍ ଡି'କକ୍‌ ୩୩ ରନର ଇନିଂସ୍ ଖେଳିଥିଲେ। ସିଏସକେ ପକ୍ଷରୁ ଲୁଙ୍ଗି ଏନଗିଡ଼ି ସର୍ବାଧିକ ୩ଟି ଏବଂ ରବୀନ୍ଦ୍ର ଜାଡେଜା ଓ ଦୀପକ ଚହର୍ ୨ଟି ସଫଳତା ପାଇଥିଲେ।

ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସିଏସକେ କ୍ୟାପଟେନ୍ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ମୁମ୍ବାଇକୁ ଭଲ ଷ୍ଟାର୍ଟ ଦେଇଥିଲେ ଡି'କକ୍ ଓ କ୍ୟାପଟେନ୍ ରୋହିତ୍। ବିଶେଷକରି ଡି'କକ୍ ପ୍ରାରମ୍ଭିକ ଆକ୍ରମଣ କରି ମୁମ୍ବାଇକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଡି'କକ୍ ଓ ରୋହିତ୍ ପ୍ରଥମ ୱିକେଟ୍‌ ପାଇଁ ୪୬ ରନ୍ ଯୋଡ଼ିଥିଲେ।

ରୋହିତ୍ ୧୨ ରନ୍ କରି ପୀୟୂଷ ଚାୱଲାଙ୍କ ଶିକାର ହୋଇଥିଲେ। ପରେ ଡି'କକ୍ ମଧ୍ୟ ନିଜ ୱିକେଟ୍‌ ହରାଇ ବସିଥିଲେ। ଡି'କକ୍ ୨୦ ବଲରେ ୫ ଚୌକା ସହ ୩୩ ରନ୍ କରି ସାମ୍ କୁରାନଙ୍କ ବଲରେ ଆଉଟ୍ ହୋଇଥିଲେ। ମିଡିଲ୍ ଅର୍ଡରରେ ସୌରଭ ତିୱାରୀ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ (୧୭), ହାର୍ଦ୍ଦିକ ପାଣ୍ଡ୍ୟା (୧୪) ଓ କାଇରନ୍ ପୋଲାର୍ଡ (୧୮) ବଡ଼ ଶଟ୍ ଖେଳିବା ଚକ୍କରରେ ୱିକେଟ୍‌ ଦେଇ ବସିଥିଲେ। ତିୱାରୀ ୩୧ ବଲରେ ୩ ଚୌକା ଓ ୧ ଛକା ସହାୟତାରେ ୪୨ ରନ୍ କରି ଆଉଟ୍ ହୋଇଥିଲେ। ଶେଷକ୍ରମରେ କୃନାଲ୍ ପାଣ୍ଡ୍ୟା ୩, ଜେମ୍ସ ପାଟିନସନ୍ ୧୧, ରାହୁଲ୍ ଚହର୍ ଅପରାଜିତ ୨ ଓ ଯଶପ୍ରୀତ ବୁମରା ଅପରାଜିତ ୫ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story