Advertisment

ନୂଆ ଲୁକରେ ଧୋନି, ଦେଖନ୍ତୁ ଭିଡିଓ

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ହେବା ପରେ ଚେନ୍ନାଇ ସୁପର୍ କିଙ୍ଗସର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟିମର କାର୍ଯ୍ୟକ୍ରମ ଛାଡ଼ି ପ୍ରଶଂସକଙ୍କୁ ସାକ୍ଷାତ କରିଛନ୍ତି। ଚେନ୍ନାଇ ଟିମ୍ ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରିଛି, ଯେଉଁଥିରେ ଧୋନିଙ୍କୁ ସମସ୍ତଙ୍କ ସହ ସହ ସାକ୍ଷାତ କରୁଥିବାର ଦେଖିବାକୁ ମିଳିଛି। ଏହା ମଧ୍ୟରେ ଜଣେ ପ୍ରଶଂସକ କହିଛନ୍ତି, ସାର୍‌, ଚେନ୍ନାଇ ଆପଣଙ୍କ ଘର। “It has become your […]

ନୂଆ ଲୁକରେ ଧୋନି, ଦେଖନ୍ତୁ ଭିଡିଓ

ms-dhoni

Advertisment

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ହେବା ପରେ ଚେନ୍ନାଇ ସୁପର୍ କିଙ୍ଗସର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟିମର କାର୍ଯ୍ୟକ୍ରମ ଛାଡ଼ି ପ୍ରଶଂସକଙ୍କୁ ସାକ୍ଷାତ କରିଛନ୍ତି। ଚେନ୍ନାଇ ଟିମ୍ ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରିଛି, ଯେଉଁଥିରେ ଧୋନିଙ୍କୁ ସମସ୍ତଙ୍କ ସହ ସହ ସାକ୍ଷାତ କରୁଥିବାର ଦେଖିବାକୁ ମିଳିଛି। ଏହା ମଧ୍ୟରେ ଜଣେ ପ୍ରଶଂସକ କହିଛନ୍ତି, ସାର୍‌, ଚେନ୍ନାଇ ଆପଣଙ୍କ ଘର।

Advertisment


ପ୍ରଶଂସକଙ୍କ ଏହି କଥାରେ ଧୋନି ବେଶ୍ ଖୁସି ହୋଇଥିଲେ। ଏହା ପରେ ସେ ମୁଣ୍ଡ ଓ ହାତ ହଲାଇ ପ୍ରଶଂସକଙ୍କ କଥାରେ ସହମତ ହୋଇଥିଲେ। ଧୋନିଙ୍କର ନୂଆ ଲୁକ୍ ମଧ୍ୟ ଏଥିରେ ଦେଖିବାକୁ ମିଳିଛି, ଯେଉଁଥିରେ ସେ ଫ୍ରେଞ୍ଚ୍ ଦାଢ଼ି ରଖିଛନ୍ତି। ଦୀର୍ଘଦିନ ଧରି କ୍ରିକେଟରେ ଦୂରେଇ ରହିବା ପରେ ଧୋନି ଗତ କିଛି ସପ୍ତାହ ହେବ ଚେପକ୍ ଷ୍ଟାଡିୟମରେ ଅଭ୍ୟାସ କରୁଥିଲେ ଏବଂ ସେଠାରେ ମଧ୍ୟ ସେ ପ୍ରଶଂସକଙ୍କ ସହ ସାକ୍ଷାତ କରିଥିଲେ। ଧୋନିଙ୍କର ସେହି ଭିଡିଓକୁ ଏପର୍ଯ୍ୟନ୍ତ ୫୭ହଜାରରୁ ଅଧିକ ଥର ଦେଖା ଯାଇଛି।

Advertisment

ଏହା ପୂର୍ବରୁ ମଧ୍ୟ ସୋଶାଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ୍ ହୋଇଥିଲା। ସୂଚନାଯୋଗ୍ୟ, ଶନିବାର ବିସିସିଆଇ ଆଇପିଏଲର ସବୁ ଫ୍ରାଞ୍ଚାଇଜିର ମାଲିକଙ୍କ ସହ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ବୈଠକ କରିଥିଲା, ଯେଉଁଥିରେ ଆଇପିଏଲର ଆୟୋଜନକୁ ନେଇ କୌଣସି ତାରିଖ ନିର୍ଦ୍ଧାରିତ ହୋଇପାରିନଥିଲା। ଆଇପିଏଲ୍ ପୁନର୍ବାର କେବେ ହେବ, ତାହା ଆଗାମୀ ଦିନରେ ଜଣାପଡିବ। ସାରା ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସ୍ କାରଣରୁ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁଥିବା ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe