Advertisment

ଏଲିଟ୍ କ୍ଲବରେ ସ୍ଥାନ ପାଇଲେ ପୂଜାରା

ସିଡନୀ: ଭାରତୀୟ କ୍ରିକେଟ୍ ଟିମର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଟେଷ୍ଟ କ୍ରିକେଟରେ ନୂଆ କୀର୍ତ୍ତମାନ ସ୍ଥାପନ କରିଛନ୍ତି। ପୂଜାରା ଟେଷ୍ଟ କ୍ରିକେଟରେ ୬ହଜାର ରନ୍ ପୂରଣ କରିଛନ୍ତି। ସିଡନୀ ଟେଷ୍ଟର ପଞ୍ଚମ ତଥା ଅନ୍ତିମ ଦିବସରେ ପୂଜାରା ଏହି ବଡ଼ ଉପଲବ୍ଧିର ଅଧିକାରୀ ହୋଇଛନ୍ତି। ୪୦୭ ରନର ବିଶାଳ ଟାର୍ଗେଟର ପିଛା କରୁଥିବା ଭାରତ ଇନିଂସରେ ୭୬ତମ ଓଭରରେ ନାଥନ ଲିୟନଙ୍କ ବଲରେ ଚୌକା ମାରି ପୂଜାରା ୬ହଜାର ସଂଗ୍ରସ କରି ଏଲିଟ୍ କ୍ଲବରେ ସାମିଲ […]

ଅଦ୍ୟତନ ହୋଇଛି
ଏଲିଟ୍ କ୍ଲବରେ ସ୍ଥାନ ପାଇଲେ ପୂଜାରା

pujara

Advertisment

ସିଡନୀ: ଭାରତୀୟ କ୍ରିକେଟ୍ ଟିମର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଟେଷ୍ଟ କ୍ରିକେଟରେ ନୂଆ କୀର୍ତ୍ତମାନ ସ୍ଥାପନ କରିଛନ୍ତି। ପୂଜାରା ଟେଷ୍ଟ କ୍ରିକେଟରେ ୬ହଜାର ରନ୍ ପୂରଣ କରିଛନ୍ତି। ସିଡନୀ ଟେଷ୍ଟର ପଞ୍ଚମ ତଥା ଅନ୍ତିମ ଦିବସରେ ପୂଜାରା ଏହି ବଡ଼ ଉପଲବ୍ଧିର ଅଧିକାରୀ ହୋଇଛନ୍ତି।

Advertisment

୪୦୭ ରନର ବିଶାଳ ଟାର୍ଗେଟର ପିଛା କରୁଥିବା ଭାରତ ଇନିଂସରେ ୭୬ତମ ଓଭରରେ ନାଥନ ଲିୟନଙ୍କ ବଲରେ ଚୌକା ମାରି ପୂଜାରା ୬ହଜାର ସଂଗ୍ରସ କରି ଏଲିଟ୍ କ୍ଲବରେ ସାମିଲ ହୋଇଛନ୍ତି। ତାଙ୍କର ଏହି ଉପଲବ୍ଧି ପାଇଁ ଆଇସିସି ଅଭିନନ୍ଦନ ଜଣାଇଛି। ପୂଜାରା ମଧ୍ୟ ଏକାଦଶ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଏହି ବଡ଼ ରେକର୍ଡ କରିଛନ୍ତି। ପୂଜାରା ଏହି ମ୍ୟାଚରେ ୭୭ ରନ୍‌ର ଇନିଂସ୍ ଖେଳିଛନ୍ତି।

https://twitter.com/ICC/status/1348457062661980162?s=20

ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ନାଁରେ ଟେଷ୍ଟ କ୍ରିକେଟର ସର୍ବାଧିକ ରନ୍‌ର ରେକର୍ଡ ରହିଛି। ସଚିନ୍ ୧୫୯୨୧ ରନ୍ କରି ଆଗରେ ରହିଛନ୍ତି। ସେହିପରି ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରାହୁଲ ଡ୍ରାଭିଡ୍ (୧୩୨୬୫), ସୁନୀଲ ଗାଭାସ୍କର (୧୦୧୨୨), ଭିଭିଏସ୍ ଲକ୍ଷ୍ମଣ (୮୭୮୧), ବୀରେନ୍ଦ୍ର ସେହ୍ୱାଗ (୮୫୦୩), ବିରାଟ କୋହଲି (୭୩୧୮), ସୌରଭ ଗାଙ୍ଗୁଲି (୭୨୧୨), ଦିଲୀପ ଭେଙ୍ଗସରକାର (୬୮୬୮), ମହମ୍ମଦ ଆଝାରୁଦ୍ଦିନ (୬୨୧୫) ଓ ଗୁଣ୍ଡାପ୍ପା ବିଶ୍ୱନାଥ (୬୦୮୦) ୬ହଜାରରୁ ଅଧିକ ରନ୍ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ : ଟମାଟୋ ଚାଷ କରୁଛନ୍ତି ସଚିନଙ୍କୁ ଆଉଟ୍ କରିଥିବା ବୋଲର୍

Indian Cricket Team Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe