Advertisment

ପୂଜାରାଙ୍କୁ ଠକ କହି ନାରା ଦେଲେ ଦର୍ଶକ, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: କର୍ଣ୍ଣାଟକା ଓ ସୌରାଷ୍ଟ୍ର ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ସେମି ଫାଇନାଲ୍‌ ମ୍ୟାଚରେ ଏକ ଅପ୍ରୀତିକର ଦୃଶ୍ୟ ଦେଖିବାକୁ ମିଳିଛି। ସୌରାଷ୍ଟ୍ରର ବ୍ୟାଟସ୍‌ମ୍ୟାନ୍‌ ଚେତେଶ୍ୱର ପୂଜାରାଙ୍କୁ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଥିବା ଦର୍ଶକମାନେ ବାରମ୍ବାର ‘ଠକ’ ବୋଲି କହି ନାରାବାଜି କରିଛନ୍ତି। ଏହି ଦୃଶ୍ୟଟି କ୍ୟାମେରାରେ କଏଦ ମଧ୍ୟ ହୋଇଛି। ଏହା ପଛରେ ମଧ୍ୟ ଏକ ବିଶେଷ କାରଣ ରହିଛି। ଘରୋଇ କର୍ଣ୍ଣାଟକା ବିପକ୍ଷରେ ବ୍ୟାଟିଂ କରୁଥିବା ପୂଜାରା ଉଭୟ ପ୍ରଥମ ଓ ଦ୍ୱିତୀୟ ଇନିଂସ୍‌ରେ […]

author-image
Hemant Lenka
ପୂଜାରାଙ୍କୁ ଠକ କହି ନାରା ଦେଲେ ଦର୍ଶକ, ଦେଖନ୍ତୁ ଭିଡିଓ

pu

ବେଙ୍ଗାଲୁରୁ: କର୍ଣ୍ଣାଟକା ଓ ସୌରାଷ୍ଟ୍ର ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ସେମି ଫାଇନାଲ୍‌ ମ୍ୟାଚରେ ଏକ ଅପ୍ରୀତିକର ଦୃଶ୍ୟ ଦେଖିବାକୁ ମିଳିଛି। ସୌରାଷ୍ଟ୍ରର ବ୍ୟାଟସ୍‌ମ୍ୟାନ୍‌ ଚେତେଶ୍ୱର ପୂଜାରାଙ୍କୁ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଥିବା ଦର୍ଶକମାନେ ବାରମ୍ବାର ‘ଠକ’ ବୋଲି କହି ନାରାବାଜି କରିଛନ୍ତି। ଏହି ଦୃଶ୍ୟଟି କ୍ୟାମେରାରେ କଏଦ ମଧ୍ୟ ହୋଇଛି।

Advertisment

ଏହା ପଛରେ ମଧ୍ୟ ଏକ ବିଶେଷ କାରଣ ରହିଛି। ଘରୋଇ କର୍ଣ୍ଣାଟକା ବିପକ୍ଷରେ ବ୍ୟାଟିଂ କରୁଥିବା ପୂଜାରା ଉଭୟ ପ୍ରଥମ ଓ ଦ୍ୱିତୀୟ ଇନିଂସ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ହେଲେ ଅମ୍ପାୟାର ଉଭୟ ଥର ତାଙ୍କୁ ନଟଆଉଟ୍‌ ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ରିପ୍ଲେରେ ବଲ୍‌ ପୂଜାରାଙ୍କ ବ୍ୟାଟ୍‌ରେ ବାଜିଥିବା ଜଣାପଡ଼ି ଥିଲା।

ଦ୍ୱିତୀୟ ଇନିଂସ୍‌ରେ ପୂଜାରା ୨୯ ରନ୍‌ କରିଥିବା ବେଳେ ୱିକେଟ୍‌ କିପରଙ୍କ ହାତରେ ଧରା ପଡ଼ିଥିଲେ। ହେଲେ ଅମ୍ପାୟାର ଏହାକୁ ନଟ୍‌ ଆଉଟ୍‌ ଦେଇଥିଲେ। ଫଳରେ ପୂଜାରା ପୂରା ଦିନ ବ୍ୟାଟିଂ କରିବା ସହ ୧୦୮ ରନ୍‌ କରି ଅପରାଜିତ ରହିଥିଲେ। ସେ ଷ୍ଟମ୍ପ ଅପସାରଣ ପରେ ପ୍ୟାଭିଲିୟନ୍‌କୁ ଫେରୁଥିବା ବେଳେ ଦର୍ଶକମାନେ 'ଠକ ଠକ' ବୋଲି ନାରା ଦେଇଥିଲେ।

Advertisment

ପ୍ରଥମ ଇନିଂସ୍‌ରେ ମଧ୍ୟ ପୂଜାରା ସମାନ ସ୍ଥିତିର ସମ୍ମୁଖୀନ ହୋଇଥିଲେ। ଆଉଟ୍‌ ହୋଇଥିଲେ ମଧ୍ୟ ଅମ୍ପାୟାର ତାଙ୍କୁ ଆଉଟ୍‌ ଦେଇ ନଥିଲେ। ଏହାକୁ ନେଇ ଦର୍ଶକମାନେ ସେ ବ୍ୟାଟିଂ କରିବାକୁ ଆସିବା ବେଳେ ଠକ ଠକ ବୋଲି ଚିତ୍କାର କରିଥିଲେ।

ଦେଖନ୍ତୁ ଭିଡିଓ
https://twitter.com/i/status/1089398010629505024
https://twitter.com/i/status/1089500049472540673