Advertisment

ପୂଜାରାଙ୍କ ରେକର୍ଡ ଶତକ, ପଛରେ ପଡ଼ିଲେ ଲାରା

ରଣଜୀରେ ୬୬ତମ ପ୍ରଥମ ଶ୍ରେଣୀ ଶତକ ହାସଲ କରି ୱେଷ୍ଟଇଣ୍ଡିଜର କ୍ରିକେଟ କିମ୍ବଦନ୍ତୀ ବ୍ରାଏନ ଲାରାଙ୍କୁ ପଛରେ ପକାଇଛନ୍ତି ପୂଜାରା।

ଅଦ୍ୟତନ ହୋଇଛି
Cheteswar Pujara

Cheteswar Pujara

Advertisment

ରଣଜୀରେ ଚମକିଲେ ଚେତେଶ୍ୱର ପୂଜାରା। ସୌରାଷ୍ଟ୍ର ପାଇଁ ଦ୍ୱିଶତକ ହାସଲ କରି ରଚିଲେ ଇତିହାସ। ସୋମବାର (୨୧ ଅକ୍ଟୋବର) ଛତିଶଗଡ଼ ବିପକ୍ଷରେ ରାଜକୋଟର SCA କ୍ରିକେଟ ଷ୍ଟାଡିୟମରେ ନିଜର ୬୬ତମ ପ୍ରଥମ ଶ୍ରେଣୀ ଶତକ ହାସଲ କରି ୱେଷ୍ଟଇଣ୍ଡିଜର କ୍ରିକେଟ କିମ୍ବଦନ୍ତୀ ବ୍ରାଏନ ଲାରାଙ୍କୁ ପଛରେ ପକାଇଛନ୍ତି ପୂଜାରା। ରଣଜୀ ଟ୍ରଫି କ୍ୟାରିୟରରେ ଏହା ତାଙ୍କର ୨୫ଶ ଶତକ।

Advertisment

ଲାରାଙ୍କ ରେକର୍ଡ ଭାଙ୍ଗିଲେ ପୂଜାରା
ଟେଷ୍ଟ କ୍ରିକେଟରେ ଭାରତର ସବୁଠାରୁ ନିର୍ଭରଯୋଗ୍ୟ ବ୍ୟାଟରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଚେତେଶ୍ୱର ପୂଜାରା। ଜାରି ରହିଥିବା ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ସୌରାଷ୍ଟ୍ର ପକ୍ଷରୁ ସେ ୧୯୭ ବଲରେ ନିଜର ୬୬ତମ ପ୍ରଥମ ଶ୍ରେଣୀ ଶତକ ଓ ରଣଜୀ ଟ୍ରଫିରେ ୨୫ଶ ଶତକ ହାସଲ କରିଥିଲେ। ରଣଜୀରେ ଏଭଳି ଚମତ୍କାର ଇନିଂସ ଖେଳି ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ତଥା କ୍ରିକେଟ କିମ୍ବଦନ୍ତୀ ବ୍ରାଏନ ଲାରାଙ୍କୁ ପଛରେ ପକାଇଛନ୍ତି ପୂଜାରା। ବ୍ରାଏନ ଲାରା ନିଜ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରରେ ମୋଟ ୬୫ ଶତକ ହାସଲ କରିଥିଲେ। ହେଲେ ପୂଜାରା ୬୬ ଶତକ ସହ ଲାରାଙ୍କଠାରୁ ଗୋଟିଏ ପାଦ ଆଗକୁ ଯାଇଛନ୍ତି।

Advertisment

ବିପଦରେ ଏକାଧିକ କୀର୍ତ୍ତିମାନ
ପୂଜାରା ନିଜର ୬୬ତମ ପ୍ରଥମ ଶ୍ରେଣୀ ଶତକ ସହ ସେ ଭାରତର ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡଙ୍କ ରେକର୍ଡର ଆଉ ଏକ ପାଦ ନିକଟତର ହୋଇଛନ୍ତି। ଦ୍ରାବିଡ ନିଜ କ୍ୟାରିୟରରେ ୬୮ଟି ପ୍ରଥମ ଶ୍ରେଣୀ ଶତକ ହାସଲ କରିଛନ୍ତି। ଭାରତର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଓ ସୁନୀଲ ଗାଭାସ୍କର ଉଭୟ ପ୍ରଥମ ଶ୍ରେଣୀ କ୍ରିକେଟରେ ୮୧ ଲେଖାଏଁ ଶତକ ସହ ଏହି ସୂଚୀର ଶୀର୍ଷରେ ରହିଛନ୍ତି। ଏହା ବ୍ୟତୀତ ୨୧ ହଜାର ପ୍ରଥମ ଶ୍ରେଣୀ ରନ ମଧ୍ୟ ପୂରଣ କରିଛନ୍ତି ପୂଜାରା। ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡ଼ଙ୍କ ପରେ ଚତୁର୍ଥ ଭାରତୀୟ ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ଏହି ସଫଳତା ହାସଲ କରିଛନ୍ତି ପୂଜାରା।   

ସର୍ବାଧିକ ଶତକ ପ୍ରଥମ ଶ୍ରେଣୀ ଶତକ ହାସଲ କରିଥିବା ଭାରତୀୟ
ସଚିନ ତେନ୍ଦୁଲକର- ୮୧
ସୁନୀଲ ଗାଭାସ୍କର- ୮୧
ରାରହୁଲ ଦ୍ରାବିଡ଼- ୬୮
ଚେତେଶ୍ବର ପୂଜାରା- ୬୬
ବିଜୟ ହଜାରେ- ୬୦
ୱାସିମ ଜାଫର- ୫୭

Cheteswar Pujara Ranji Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe