Advertisment

ପ୍ୟାରିସ୍‌ ଅଲିମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣ ଜିତିଲା ଚାଇନା

ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ କାଜାଖସ୍ତାନ ୧୭-୫ରେ ଜର୍ମାନୀକୁ ହରାଇ ଦେଇଛି।

author-image
Hemant Lenka
China

China

ପ୍ୟାରିସରେ ଚାଲିଥିବା ୨୦୨୪ ଅଲିମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛି ଚାଇନା। ୧୦ ମିଟର ଏୟାର ରାଇଫଲ ମିକ୍ସଡ ଇଭେଣ୍ଟରେ ଚାଇନା ଟିମ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ବକଜା କରିଛି। ସେହିପରି କୋରିଆ ରୌପ୍ୟ ପଦକ ଜିତିଥିବା ବେଳେ କାଜାଖସ୍ତାନ ବ୍ରୋଞ୍ଜ ପଦକ ହାତେଇଛି।

Advertisment

ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ କାଜାଖସ୍ତାନ ୧୭-୫ରେ ଜର୍ମାନୀକୁ ହରାଇ ଦେଇଛି। କାଜାଖସ୍ତାନ ଶୁଟର ଆଲେକ୍ସଣ୍ଡ୍ରା ଲେ ଓ ଇସଲାମ ସତପେଭ ବ୍ରୋଞ୍ଜ ପଦକ ଜିତିଛନ୍ତି। ବ୍ରୋଞ୍ଜ ପଦକ ଲଢ଼େଇ ପରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏଥିରେ ଚାଇନା ଖେଳାଳି ୧୬-୧୨ରେ କୋରିଆକୁ ପରାସ୍ତ କରିଛନ୍ତି।

ଚାଇନାର ହୁଆଙ୍ଗ ୱୁଟିଙ୍ଗ ଓ ଶେଙ୍ଗ ଲିହାଓ କୋରିଆର କିମ ଜି ଓ ପାର୍କ ହାଉଜୁନଙ୍କୁ ହରାଇ ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି। 

Advertisment
Olympics Paris Olympic Paris Olympics Olympics 2024