/odisha-reporter/media/post_attachments/uploads/2019/02/c-5.jpg)
c
ମୁମ୍ବାଇ: ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ରୁ ଅବସର ନେବା କଥା ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ। ଆସନ୍ତା ବିଶ୍ୱକପ ପରେ ସେ ଦିନିକିଆ ଫର୍ମାଟରୁ ଅବସର ନେବେ। ଏନେଇ ୱେଷ୍ଟଇଣ୍ଡିଜ୍ କ୍ରିକେଟ ବୋର୍ଡ ସୂଚନା ଦେଇଛି।
Advertisment
ଆହତ କାରଣରୁ ବହୁ ଦିନ ଧରି ଦିନିକିଆ ଦଳରୁ ବାଦ୍ ପଡିବା ପରେ ସେ ଏହି ଘୋଷଣା କରିଥିବା କୁହାଯାଇଛି। ୩୯ ବର୍ଷିୟ କ୍ରିସ ଗେଲ୍ ଗତବର୍ଷ ଜୁଲାଇରେ ବାଂଲାଦେଶ ବିରୋଧରେ ଶେଷ ଦିନିକିଆ ଖେଳିଥିଲେ।
କିମ୍ବଦନ୍ତୀ ବ୍ୟାଟସମ୍ୟାନ ବ୍ରାଏନ ଲାରାଙ୍କ ପରେ ସେ ୱେଷ୍ଟଇଣ୍ଡିଜର ଦିନିକିଆ କ୍ରିକେଟ୍ରେ ଦ୍ୱିତୀୟ ସର୍ବାଧିକ ରନ ସ୍କୋର କରିଛନ୍ତି। ସେ ୨୮୪ଟି ମ୍ୟାଚରୁ ୯ହଜାର ୭୨୭ ରନ ସଂଗ୍ରହ କରିଛନ୍ତି। ଏହାସହ ୧୦୩ଟି ଟେଷ୍ଟରୁ ୭ହଜାର ୨୧୫ ରନ୍ ଏବଂ ୫୬ଟି ଟି-ଟ୍ୱେଣ୍ଟିରୁ ୧ହଜାର ୬୦୬ରନ ସଂଗ୍ରହ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
