Advertisment

୬୬ ବଲରୁ ୧୭୫ ନଟଆଉଟ୍: ଟପ୍‌ରେ ଗେଲ୍

ନୂଆଦିଲ୍ଲୀ: ୧୩ ଚୌକା ୧୭ ଛକା। ଗେଲ୍ ଝଡ଼ରେ ଥରି ଉଠିଥିଲା ବେଙ୍ଗାଲୁରୁର ଚେନ୍ନାସ୍ୱାମୀ ଷ୍ଟାଡିଅମ୍। ୬୬ ବଲରୁ ଅପରାଜିତ ୧୭୫ ରନର ବିଧ୍ୱଂସକାରୀ ପାଳି ଖେଳିଥିଲେ ବାମହାତୀ କାରୀବିୟନ୍ ତାରକା। ଏହି ଇନିଂସକୁ ପୁଂଜି କରି ପ୍ରତିପକ୍ଷ ପୁନେ ଓ୍ୱାରିଅରସ୍ ବିପକ୍ଷରେ ୨୬୩ ରନର ବିଶାଳକାୟ ସ୍କୋର୍ ଛିଡ଼ା କରିଥିଲା ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍। ଏପ୍ରିଲ୍ ୨୩, ୨୦୧୩ରେ କ୍ରିସ୍ ଗେଲ୍ ଖେଳିଥିବା ଏହି ପାଳି ଏଯାଏ ଆଇପିଏଲ୍ ଇତିହାସରେ ସର୍ବଶ୍ରେଷ୍ଠ […]

ଅଦ୍ୟତନ ହୋଇଛି
୬୬ ବଲରୁ ୧୭୫ ନଟଆଉଟ୍: ଟପ୍‌ରେ ଗେଲ୍

Gayle

Advertisment

ନୂଆଦିଲ୍ଲୀ: ୧୩ ଚୌକା ୧୭ ଛକା। ଗେଲ୍ ଝଡ଼ରେ ଥରି ଉଠିଥିଲା ବେଙ୍ଗାଲୁରୁର ଚେନ୍ନାସ୍ୱାମୀ ଷ୍ଟାଡିଅମ୍। ୬୬ ବଲରୁ ଅପରାଜିତ ୧୭୫ ରନର ବିଧ୍ୱଂସକାରୀ ପାଳି ଖେଳିଥିଲେ ବାମହାତୀ କାରୀବିୟନ୍ ତାରକା। ଏହି ଇନିଂସକୁ ପୁଂଜି କରି ପ୍ରତିପକ୍ଷ ପୁନେ ଓ୍ୱାରିଅରସ୍ ବିପକ୍ଷରେ ୨୬୩ ରନର ବିଶାଳକାୟ ସ୍କୋର୍ ଛିଡ଼ା କରିଥିଲା ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍। ଏପ୍ରିଲ୍ ୨୩, ୨୦୧୩ରେ କ୍ରିସ୍ ଗେଲ୍ ଖେଳିଥିବା ଏହି ପାଳି ଏଯାଏ ଆଇପିଏଲ୍ ଇତିହାସରେ ସର୍ବଶ୍ରେଷ୍ଠ ବ୍ୟାଟିଂ ପ୍ରଦର୍ଶନର ମାନ୍ୟତା ପାଇଛି। ଆଇପିଏଲରେ ଶ୍ରେଷ୍ଠ ବ୍ୟାଟିଂ ପ୍ରଦର୍ଶନ ତାଲିକାରେ ଗେଲଙ୍କ ପଛକୁ ଅଛନ୍ତି ପୂର୍ବତନ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ବ୍ରେଣ୍ଡନ୍ ମ୍ୟାକକୁଲମ୍।

Advertisment

୨୦୦୮ର ସର୍ବପ୍ରଥମ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ମ୍ୟାକକୁଲମଙ୍କ ୭୩ ବଲରୁ ୧୦ ଚୌକା ଓ ୧୩ ଛକା ସହ ଅପରାଜିତ ୧୫୮ ରନର ବିସ୍ଫୋରକ ପାଳି ଯୋଗୁ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ୍ ରାଇଡର୍ସ ପ୍ରତିପକ୍ଷ ରାହୁଲ୍ ଦ୍ରାବିଡଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବିପକ୍ଷରେ ମ୍ୟାଚ୍ ବିଜୟୀ ୨୨୨ ରନର ସ୍କୋର୍ କରିଥିଲା। ମ୍ୟାକକୁଲମଙ୍କ ପରେ ଶ୍ରେଷ୍ଠ ବ୍ୟାଟିଂ ପ୍ରଦର୍ଶନ ତାଲିକାର ତୃତୀୟ ସ୍ଥାନ ଅଛନ୍ତି ବାମହାତୀ ଅଷ୍ଟ୍ରେଲୀୟ ଓପନର୍ ଡେଭିଡ୍ ଓ୍ୱାର୍ଣ୍ଣର। ୨୦୧୭ରେ ଶକ୍ତିଶାଳୀ କୋଲକାତା ନାଇଟ୍ ରାଇଡର୍ସ ବୋଲିଂ ଆକ୍ରମଣ ବିପକ୍ଷରେ ଓ୍ୱାର୍ଣ୍ଣର ୫୯ ବଲରୁ ୧୦ ଚୌକା ଓ ୮ ଛକା ସହ ୧୨୬ ରନ୍ କରିଥିଲେ। ଏହି ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି ଦକ୍ଷିଣ ଆପ୍ରିକାର ଏବି ଡିଭିଲିଅର୍ସ।

୨୦୧ ୬ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ପକ୍ଷରୁ ଗୁଜୁରାଟ ଲାୟନ୍ସ ବିପକ୍ଷରେ ଡିଭିଲିଅର୍ସ ମାତ୍ର ୫୨ ବଲରୁ ଅପରାଜିତ ୧୨୯ର ବିସ୍ଫୋରକ ପାଳି ଖେଳିଥିଲେ। ଶ୍ରେଷ୍ଠ ବ୍ୟାଟିଂ ପ୍ରଦର୍ଶନର ପଞ୍ଚମ ସ୍ଥାନରେ ଅଛନ୍ତି ପୂର୍ବତନ ଭାରତୀୟ ଓପନର୍ ବୀରେନ୍ଦ୍ର ସେହଓ୍ୱାଗ୍। ଡେକାନ ଚାର୍ଜର୍ସ ବିପକ୍ଷରେ ବୀରୁ ମାତ୍ର ୫୬ ବଲରୁ ୧୧୯ ରନର ପାଳି ଖେଳିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe