Advertisment

କରୋନା ପାଇଁ ଅଧାରୁ ପିଏସଏଲ୍ ଛାଡ଼ିଲେ ଏହି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌

ଲାହୋର: ମହାମାରୀ କରୋନା ଭାଇରସ୍ କାରଣରୁ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନ୍ ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ୍‌) ଅଧାରୁ ଛାଡ଼ି ସୋମବାର ସ୍ୱଦେଶ ଫେରିଯାଇଛନ୍ତି। ପିଏସଲଲରେ ଲାହୋର କଲନ୍ଦର୍ସ ପକ୍ଷରୁ ଖେଳୁଥିବା ଲିନ୍ କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ପାଇଁ ପାକିସ୍ତାନ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ଆଇପିଏଲ୍ ନିଲାମରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିବା ଲିନଙ୍କ ପୂର୍ବରୁ ଅନେକ ବିଦେଶୀ ଖେଳାଳି କରୋନା ଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି ପିଏସଏଲ୍ ଅଧାରୁ ଛାଡ଼ି ସ୍ୱଦେଶ ଫେରି […]

ଅଦ୍ୟତନ ହୋଇଛି
କରୋନା ପାଇଁ ଅଧାରୁ ପିଏସଏଲ୍ ଛାଡ଼ିଲେ ଏହି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌

lynn

Advertisment

ଲାହୋର: ମହାମାରୀ କରୋନା ଭାଇରସ୍ କାରଣରୁ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନ୍ ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ୍‌) ଅଧାରୁ ଛାଡ଼ି ସୋମବାର ସ୍ୱଦେଶ ଫେରିଯାଇଛନ୍ତି। ପିଏସଲଲରେ ଲାହୋର କଲନ୍ଦର୍ସ ପକ୍ଷରୁ ଖେଳୁଥିବା ଲିନ୍ କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ପାଇଁ ପାକିସ୍ତାନ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ଆଇପିଏଲ୍ ନିଲାମରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିବା ଲିନଙ୍କ ପୂର୍ବରୁ ଅନେକ ବିଦେଶୀ ଖେଳାଳି କରୋନା ଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି ପିଏସଏଲ୍ ଅଧାରୁ ଛାଡ଼ି ସ୍ୱଦେଶ ଫେରି ଯାଇଛନ୍ତି।

Advertisment

ଲିନ୍ ନିଜର ଇନଷ୍ଟାଗ୍ରାମରେ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ "ଚଳିତ ପିଏସଏଲକୁ ମୁଁ ଭରପୂର ଉପଭୋଗ କରିଛି। ତେବେ ଦୁର୍ଭାଗ୍ୟବଶତ ବର୍ତ୍ତମାନ ସମୟରେ ମୁଁ ସ୍ୱଦେଶ ଫେରିବାକୁ ନିଷ୍ପତ୍ତି ନେଇଛି। ମୁଁ ସର୍ବଦା କହିଆସିଛି ଯେ ଜୀବନ କ୍ରିକେଟଠାରୁ ମହତ୍ତ୍ୱପୂର୍ଣ୍ଣ। ମୋର ପୂର୍ଣ୍ଣ ବିଶ୍ୱାସ ଯେ ଲାହୋର କଲନ୍ଦର୍ସ ଟିମ୍ ନିଶ୍ଚିତ ଟାଇଟଲ୍ ଜିତିବ, କିନ୍ତୁ ସମସ୍ତେ ଖେଳର ମଜା ଉଠାଇବା ଦରକାର। ଏହି ଲିଗରେ ସମସ୍ତେ୍ ସାମିଲ୍ ହୋଇଥିବାରୁ ସେମାନଙ୍କୁ ଧନ୍ୟବାଦ।"

Advertisment


ସୂଚନାଯୋଗ୍ୟ, କିଛି ବିଦେଶୀ କ୍ରିକେଟର ଯଥା ଇଂଲଣ୍ଡର ଆଲେକ୍ସ ହେଲ୍ସ, ଜେସନ୍ ରୟ, ଟାଇମଲ୍ ମିଲ୍ସ, ଲିଆମ୍ ଡସନ୍‌, ଲିଆମ୍ ଲିଭିଙ୍ଗଷ୍ଟୋନ୍‌, ଲୁଇସ୍ ଗ୍ରିଗୋରୀ ଓ ଜେମ୍ସ ଭିନ୍ସ, ୱେଷ୍ଟଇଣ୍ଡିଜର କାର୍ଲସ୍ ବ୍ରାଥୱେଟ୍‌, ଦକ୍ଷିଣ ଆଫ୍ରିକାର ରିଲେ ରୁଷୋ ଓ ଜେମ୍ସ ଫୋଷ୍ଟର ପିଏସଏଲ୍ ଛାଡ଼ି ସ୍ୱଦେଶ ଫେରିଯାଇଛନ୍ତି। ଲିନ୍ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ତାଙ୍କୁ ୧୪ଦିନ ପାଇଁ ଆସୋଲେସନରେ ରଖାଯିବ। ରବିବାର ଖେଳାଯାଇଥିବା ମ୍ୟାଚରେ ଲିନଙ୍କ ବିସ୍ଫୋରକ ଶତକ ବଳରେ ଲାହୋର ମୁଲତାନ ସୁଲତାନଙ୍କୁ ୯ ୱିକେଟରେ ହରାଇଥିଲା। ଏହି ମ୍ୟାଚରେ ସେ ମାତ୍ର ୫୫ ବଲରେ ୧୨ ଚୌକା ଓ ୮ ଛକା ସହ ଅପରାଜିତ ୧୧୩ ରନ୍ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe