Advertisment

ପ୍ରମୋଦଙ୍କୁ ୨ ଓ ସୌନ୍ଦର୍ଯ୍ୟଙ୍କୁ ଦେଢ଼ କୋଟିର ଚେକ୍ ଦେଲେ ମୁଖ୍ୟମନ୍ତ୍ରୀ

ପ୍ରମୋଦ ଓ ସୌନ୍ଦର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହିତ କହିଛନ୍ତି ଯେ ଏହି ଦୁଇ ପାରା ଆଥ୍‌ଲେଟଙ୍କୁ ସମ୍ବର୍ଦ୍ଧିତ କରି ସେ ଗର୍ବ ଅନୁଭବ କରୁଛନ୍ତି।

Pramod and Soundarya

Pramod and Soundarya

Advertisment

ନିକଟରେ ଶେଷ ହୋଇଥିବା ଏସିଆନ ପାରା ଗେମ୍ସରେ ପଦକ ଜିତି ଥିବା ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବର୍ଦ୍ଧିତ କରିଛନ୍ତି। ତା’ ସହିତ ଉଭୟଙ୍କୁ ପୁରସ୍କାର ସ୍ୱରୂପ ପୂର୍ବରୁ ଘୋଷଣା କରିଥିବା ଅର୍ଥ ରାଶି ପ୍ରଦାନ କରିଛନ୍ତି। ପ୍ରମୋଦ ଭଗତଙ୍କୁ ୨ କୋଟି ଓ ସୌନ୍ଦର୍ଯ୍ୟଙ୍କୁ ଦେଢ଼ କୋଟିର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ପ୍ରମୋଦ ଭଗତ ବ୍ୟାଡମିଣ୍ଟନରେ ତିନିଟି ପଦକ ଜିତିଥିଲେ। ତା’ ମଧ୍ୟରେ ଥିଲା ଗୋଟିଏ ସ୍ୱର୍ଣ୍ଣ ପଦକ ଓ ଦୁଇଟି ବ୍ରୋଞ୍ଜ ପଦକ। ପୁରୁଷ ଏକକ ଏସ୍‌ଏଲ୍‌ ୩ ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏସ୍‌ଏଲ୍‌୩-ଏସ୍‌ଏଲ୍‌୪ ପୁରୁଷ ଡବଲ୍ସ ଓ ଏସ୍‌ଏଲ୍‌୩-ଏସ୍‌ୟୁ୫ ମିକ୍ସଡ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।

ସେହିପରି ଚେସ୍‌ରେ ସୌନ୍ଦର୍ଯ୍ୟ କୁମାର ପ୍ରଧାନ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ଟିମ୍ ରାପିଡ୍ ଭି୧ ବି୧ ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଇଣ୍ଡିଭିଜୁଆଲ ରାପିଡ୍ ଭି୧ବି୧ରେ ରୌପ୍ୟ ପଦକ ଜିତିଥିଲେ।

Advertisment

ପ୍ରମୋଦ ଓ ସୌନ୍ଦର୍ଯ୍ୟଙ୍କୁ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହିତ କହିଥିଲେ ଯେ ଏହି ଦୁଇ ପାରା ଆଥ୍‌ଲେଟଙ୍କୁ ସମ୍ବର୍ଦ୍ଧିତ କରି ସେ ଗର୍ବ ଅନୁଭବ କରୁଛନ୍ତି। ସେମାନେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେମାନଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ। ଆଗକୁ ମଧ୍ୟ ଉଭୟଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ଖେଳରେ ଆଗକୁ ଯିବା ପାଇଁ ସମର୍ଥନ ଓ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ କୁମାର ପ୍ରଧାନ।

Asian Para Games 2023 Cmo Of Odisha Pramod Bhagat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe