Advertisment

ବାରବାଟୀ ଷ୍ଟାଡିୟମ୍‌ ନବୀକରଣ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବାରବାଟୀ ଷ୍ଟାଡିୟମ ଭାଙ୍ଗି ନୂଆ ଷ୍ଟାଡିୟମ ନିର୍ମାଣ ନିଷ୍ପତ୍ତିକୁ ବିଜେପି ବିରୋଧ କରିଛି। ଦଳ ଅଭିଯୋଗ କରିଛି, ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ବଡ଼ ଇଭେଣ୍ଟ କରୁଛନ୍ତି। ଷ୍ଟାଡିୟମର ନବୀକରଣ ବେଳେ ଐତିହ୍ୟ ସ୍ମୃତି ଗୁଡ଼ିକୁ ଆଦୌ ଭଙ୍ଗାନଯାଉ।

Barabati

Barabati

Advertisment

ବାରବାଟୀ ଷ୍ଟାଡିୟମ୍‌ ନବୀକରଣ କାର୍ଯ୍ୟର ଶିଳାନ୍ୟାସ। ଭିସି ଜରିଆରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ରାଜ୍ୟର ୩୦ ଜିଲ୍ଲାର ୪୧ କ୍ରିକେଟ୍‌ ଏକାଡେମୀର ମଧ୍ୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରିକେଟର ଇରଫାନ୍ ପଠାନ, ପ୍ରଜ୍ଞାନ ଓଝା, ଦେବାଶିଷ ମହାନ୍ତି, IPL ଅଧ୍ୟକ୍ଷ ଅରୁଣ ସିଂ ଧୂମାଲଙ୍କ ସମେତ ଓସିଏ କର୍ମକର୍ତ୍ତା ଯୋଗଦେଇଛନ୍ତି। ବର୍ତ୍ତମାନର ବାରବାଟୀ ଷ୍ଟାଡିୟମକୁ ଭାଙ୍ଗି, ତାହାରି ସ୍ଥାନରେ ୭ ଶହ କୋଟି ଟଙ୍କା ବ୍ୟୟରେ ବିଶ୍ୱସ୍ତରୀୟ ବାରବାଟୀ ସ୍ପୋର୍ଟସ କମ୍ପ୍ଲେକ୍ସ ତିଆରି କରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର। ଦର୍ଶକ କ୍ଷମତା ୪୨ ହଜାରରୁ ବଢ଼ି ୬୦ ହଜାର ହେବ। ବିସିସିଆଇର ଗ୍ରୀନ୍ ସିଗନାଲ ପରେ ଓସିଏ ପକ୍ଷରୁ ଏନେଇ DPR ପ୍ରସ୍ତୁତ ହୋଇଥିବା କୁହାଯାଉଛି।

ସେପଟେ ବାରବାଟୀ ଷ୍ଟାଡିୟମ ଭାଙ୍ଗି ନୂଆ ଷ୍ଟାଡିୟମ ନିର୍ମାଣ ନିଷ୍ପତ୍ତିକୁ ବିଜେପି ବିରୋଧ କରିଛି। ଦଳ ଅଭିଯୋଗ କରିଛି, ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ବଡ଼ ଇଭେଣ୍ଟ କରୁଛନ୍ତି। ଷ୍ଟାଡିୟମର ନବୀକରଣ ବେଳେ ଐତିହ୍ୟ ସ୍ମୃତି ଗୁଡ଼ିକୁ ଆଦୌ ଭଙ୍ଗାନଯାଉ।

Advertisment

ତେବେ ଏନେଇ ରାଜ୍ୟ ସରକାର ଓସିଏର ପ୍ରତିକ୍ରିୟା ମିଳିନାହିଁ।

Cuttack Barabati Stadium
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe