Advertisment

ପ୍ରମୋଦଙ୍କ ପାଇଁ ୨ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୨୦୨୪ ପ୍ୟାରୀସ ପାରା ଅଲିମ୍ପିକ୍ସ ପାଇଁ ପ୍ରମୋଦଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Pramod Bhagat

Pramod Bhagat

ଚୀନର ହାଙ୍ଗଝୌରେ ଚାଲିଥିବା ଏସିଆନ୍ ପାରା ଗେମ୍ସରେ ବ୍ୟାଡମିଣ୍ଟନରେ ଚମତ୍କାର ପ୍ରଦର୍ଶନ କରିଥିବା ରାଜ୍ୟର ପ୍ରମୋଦ ଭଗତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ପ୍ରମୋଦ ଗୋଟିଏ ସ୍ୱର୍ଣ୍ଣ ସହିତ ମୋଟ ୩ଟି ପଦକ ଜିତିଛନ୍ତି।

Advertisment

ଆଜି ପ୍ରମୋଦ ଭଗତ ପୁରୁଷ ଏକକ ଏସ୍‌ଏଲ୍୩ ବର୍ଗରେ ଅନ୍ୟତମ ଭାରତୀୟ ପ୍ରତିଯୋଗୀ ନୀତେଶ କୁମାରଙ୍କୁ ୨୨-୨୦, ୧୮-୨୧ ଓ ୨୧-୧୯ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ପୂର୍ବରୁ ସେ ପୁରୁଷ ଡବଲ୍ସ ଏସ୍‌ଏଲ୍‌୩-ଏସ୍‌ଏଲ୍‌୪ ଓ ମିକ୍ସଡ ଡବଲ୍ସ ଏସ୍‌ଏଲ୍‌୩-ଏସ୍‌ୟୁ୫ ବର୍ଗରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ। 

ଏହି ସଫଳତା ପାଇଁ ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ପ୍ରମୋଦ ହେଉଛନ୍ତି ସର୍ବୋତ୍ତମ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣେ। ସେ ୨୦୨୪ ପ୍ୟାରୀସ ପାରା ଅଲମ୍ପିକ୍ସ ଗେମ୍ସରେ ମଧ୍ୟ ଆମ ସମସ୍ତଙ୍କୁ ଗର୍ବିତ କରିବେ ବୋଲି ମୁଁ ନିଶ୍ଚିତ।

Advertisment

୨୦୨୪ ପ୍ୟାରୀସ ପାରା ଅଲିମ୍ପିକ୍ସ ପାଇଁ ପ୍ରମୋଦଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ଏସିଆନ ପାରା ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ ଭଗତ।

Pramod Bhagat Asian Para Games 2023