Advertisment

ମ୍ୟାଚ୍‌ ପୂର୍ବରୁ ମହିଳା ଜୁଡୋ ଖେଳାଳିଙ୍କୁ ଚାପୁଡ଼ା ମାରିଲେ କୋଚ୍‌, ଭିଡିଓ ଭାଇରାଲ

ଟୋକିଓ: ଚଳିତ ଅଲିମ୍ପିକ୍ସରେ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ଗୋଟିଏ ଜୁଡୋ ମ୍ୟାଚ୍‌ ପୂର୍ବରୁ ଜଣେ ଖେଳାଳିଙ୍କୁ ତାଙ୍କ କୋଚ୍‌ ଶକ୍ତ ଚାପୁଡ଼ା ମାରିବା ଦେଖି ଦର୍ଶକମାନେ ଜଳକା ହୋଇଛନ୍ତି। ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜର୍ମାନୀର ୩୨ ବର୍ଷୀୟ ମହିଳା ଜୁଡୋ ଷ୍ଟାର ମାର୍ଟିୟନା ଟ୍ରାଜଡୋସ୍‌ ରହିଛନ୍ତି। ସେ ଗୋଟିଏ ମ୍ୟାଚ୍‌ ଖେଳିବାକୁ ରିଙ୍ଗକୁ ଯିବାକୁ ଆସିଥିଲେ। ତେବେ ରିଙ୍ଗରେ ପ୍ରବେଶ କରିବା ପୂର୍ବରୁ ଟ୍ରାଜଡୋସଙ୍କୁ ତାଙ୍କ […]

ମ୍ୟାଚ୍‌ ପୂର୍ବରୁ ମହିଳା ଜୁଡୋ ଖେଳାଳିଙ୍କୁ ଚାପୁଡ଼ା ମାରିଲେ କୋଚ୍‌, ଭିଡିଓ ଭାଇରାଲ

Judo-Star

Advertisment

ଟୋକିଓ: ଚଳିତ ଅଲିମ୍ପିକ୍ସରେ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ଗୋଟିଏ ଜୁଡୋ ମ୍ୟାଚ୍‌ ପୂର୍ବରୁ ଜଣେ ଖେଳାଳିଙ୍କୁ ତାଙ୍କ କୋଚ୍‌ ଶକ୍ତ ଚାପୁଡ଼ା ମାରିବା ଦେଖି ଦର୍ଶକମାନେ ଜଳକା ହୋଇଛନ୍ତି। ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜର୍ମାନୀର ୩୨ ବର୍ଷୀୟ ମହିଳା ଜୁଡୋ ଷ୍ଟାର ମାର୍ଟିୟନା ଟ୍ରାଜଡୋସ୍‌ ରହିଛନ୍ତି।

Advertisment

ସେ ଗୋଟିଏ ମ୍ୟାଚ୍‌ ଖେଳିବାକୁ ରିଙ୍ଗକୁ ଯିବାକୁ ଆସିଥିଲେ। ତେବେ ରିଙ୍ଗରେ ପ୍ରବେଶ କରିବା ପୂର୍ବରୁ ଟ୍ରାଜଡୋସଙ୍କୁ ତାଙ୍କ କୋଚ୍‌ ଜୋରରେ ଦୋହଲାଇବା ସହ ଦୁଇ ଗାଲକୁ ଠାଏଠାଏ କରି ଦି’ ଚାପୁଡ଼ା ମାରିଥିଲେ। ତେବେ ଏହି ଘଟଣାକୁ ନେଇ ଦର୍ଶକ ସ୍ତବ୍ଧ ହୋଇଥିଲେ ହେଁ ଟ୍ରାଜଡୋସ୍‌ କିନ୍ତୁ କୋଚଙ୍କ ଏପରି କାର୍ଯ୍ୟକୁ ଡିଫେଣ୍ଡ କରିଛନ୍ତି।

Advertisment


ସେ କହିଛନ୍ତି, “ଏହି ଘଟଣାରେ କେହି ବ୍ୟସ୍ତ ହୁଅନ୍ତୁ ନାହିଁ। ଏହା ଏକ ପରମ୍ପରା। ଲଢ଼େଇ ପୂର୍ବରୁ ଏପରି ପରମ୍ପରାକୁ ମୁଁ ସବୁବେଳେ ଚୟନ କରିଥାଏ। ମୋ କୋଚ୍ ମୋତେ ଚାର୍ଜ କରିବା ପାଇଁ ଏପରି କରିଥିଲେ। ଲଢ଼େଇ ପୂର୍ବରୁ ଆଲର୍ଟ ପାଇଁ ଏପରି ଚାପୁଡ଼ା ମୁଁ ଆବଶ୍ୟକ କରେ।”

ଭାଇରାଲ ଭିଡିଓରେ ଟ୍ରାଜଡୋସ୍‌ ରିଙ୍ଗକୁ ଯିବା ପାଇଁ ଆସିଥିଲେ। ତାଙ୍କ ପଛରେ କୋଚ୍‌ ଜଣଙ୍କ ବ୍ୟାଗ୍‌ ଧରି ମଧ୍ୟ ପହଞ୍ଚିଥିଲେ। ଟ୍ରାଜଡୋସ୍‌ ରିଙ୍ଗ ପାଖରେ ପହଞ୍ଚିବା ପରେ ତାଙ୍କ କୋଚ୍‌ଙ୍କ ଆଡ଼କୁ ମୁହଁ କରିଥିଲେ। ଏହି ସମୟରେ କୋଚ୍‌ ଜଣଙ୍କ ବ୍ୟାଗ ଫୋପାଡ଼ିବା ସହ ଟ୍ରାଜଡୋସ୍‌ଙ୍କୁ ଜୋରରେ ହଲାଇଥିଲେ। ଏହାପରେ ଦୁଇ ହାତରେ ତାଙ୍କ ଦୁଇ ଗାଲକୁ ଦୁଇଟି ଶକ୍ତ ଚାପୁଡ଼ା ମାରିଥିଲେ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe