Advertisment

ସେରନା ୱିଲିୟମ୍ସଙ୍କ ପରେ କୋକୋ ଗୌଫ, ଆମେରିକା ଓପନ୍‌ ଜିତି କଲେ ବିଶ୍ୱ ରେକର୍ଡ

ସେ ଫାଇନାଲରେ ବେଲାରୁଷର ଆର୍ୟାନା ସାବାଲେଙ୍କାଙ୍କୁ ପରାସ୍ତ କରି ଟ୍ରଫି ହାତେଇଛନ୍ତି।

author-image
Hemant Lenka
US Open

US Open

ଅପ୍ରତ୍ୟାଶିତ ଭାବେ ସମସ୍ତଙ୍କୁ ଜଳକା କରି ବିଶ୍ୱ ରେକର୍ଡ କରିଛନ୍ତି ୧୯ ବର୍ଷୀୟ କୋକୋ ଗୌଫ। ଆମେରିକାର ଏହି କିଶୋରୀ ଜଣଙ୍କ ସମସ୍ତଙ୍କୁ ପଛରେ ପକାଇ ଆମେରିକା ଓପନ ଜିତିଛନ୍ତି। ଏହା ତାଙ୍କ ଟେନିସ କ୍ୟାରିୟର୍‌ର ପ୍ରଥମ ଗ୍ରାଣ୍ଡ ସ୍ଲାମ ଟାଇଟଲ। ସେ ଫାଇନାଲରେ ବେଲାରୁଷର ଆର୍ୟାନା ସାବାଲେଙ୍କାଙ୍କୁ ପରାସ୍ତ କରି ଟ୍ରଫି ହାତେଇଛନ୍ତି।

Advertisment

ଅର୍ଥର ଆଶେ ଷ୍ଟାଡିୟମ କୋର୍ଟରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଗୌଫ ୨-୬, ୬-୩ ଓ ୬-୩ ସେଟ୍‌ରେ ବିଜୟୀ ହୋଇଛନ୍ତି। ଦୀର୍ଘ ୨ ଘଣ୍ଟା ୬ ମିନିଟର ଲଢ଼େଇ ପରେ ସେ ଅପେକ୍ଷାକୃତ ଦକ୍ଷ ଖେଳାଳି ସାବାଲେଙ୍କାଙ୍କୁ ହରାଇଛନ୍ତି।

ଫ୍ଲୋରିଡାର ୬ଷ୍ଟ ସିଡ୍‌ ଫାଇନାଲକୁ ଅଣ୍ଡର ଡଗ୍‌ ଭାବେ ପ୍ରବେଶ କରିଥିଲେ। ସାବାଲେଙ୍କା ଦ୍ୱିତୀୟ ସିଡ୍‌ ହୋଇଥିବାରୁ ସେ ବେଶ ସହଜରେ ମ୍ୟାଚ୍‌ ଜିତିବାକୁ ସକ୍ଷମ ହେବେ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ସମସ୍ତଙ୍କୁ ଚକିତ କରି ଗୌଫ ବାଜି ମାରି ନେଇଛନ୍ତି।

Advertisment

ଗୌଫ ତୃତୀୟ ଆମେରିକୀୟ କିଶୋରୀ ଭାବେ ଆମେରିକା ଓପନ ଜିତିଛନ୍ତି। ତାଙ୍କ ପୂର୍ବରୁ ଟ୍ରାସୀ ଅଷ୍ଟିନ ଓ ସେରେନା ୱିଲିୟମ୍ସ ୨୦ ବର୍ଷ ହେବା ପୂର୍ବରୁ ଆମେରିକା ଓପନ ଜିତିବାର ରେକର୍ଡ କରିଥିଲେ। ୱିଲିୟମ୍ସ ୧୯୯୯ରେ ଆମେରିକାର କି‌ଶୋରୀ ଅବସ୍ଥାରେ ଆମେରିକା ଓପନ ଜିତିଥିଲେ।

ସେବେଠାରୁ କେହି ବି ୨୦ ବର୍ଷ ହେବା ପୂର୍ବରୁ ଟାଇଟଲ ହାତେଇ ପାରି ନଥିଲେ। କିନ୍ତୁ ଏବେ ଗୌଫ ନିଜର ଦକ୍ଷିତା ବଳରେ ଟ୍ରଫି ଜିତିବାକୁ ସକ୍ଷମ ହୋଇଛନ୍ତି। ନିଜର ବିଜୟ ସ୍ପିଚ୍‌ରେ ଗୌଫ ନିଜର ନିନ୍ଦୁକମାନଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ ତାଚ୍ଛଲ୍ୟ କରି କହିଛନ୍ତି ଯେ “ଯେଉଁମାନେ ମୋ ଦକ୍ଷତାକୁ ନେଇ ସନ୍ଦେହ କରୁଥିଲେ, ସେମାନଙ୍କୁ ଧନ୍ୟବାଦ।”

Tennis US Open