/odisha-reporter/media/post_attachments/uploads/2019/12/Barabati-3.jpg)
Barabati
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି କଟକ ବାରବାଟୀରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଡିସାଇଡର୍ ମ୍ୟାଚ୍। ବହୁଦିନ ପରେ ଓଡ଼ିଶାକୁ କ୍ରିକେଟ୍ ମ୍ୟାଚ୍ ହେବାକୁ ଥିବାରୁ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ତେବେ ମ୍ୟାଚ୍ର ଆରମ୍ଭ ସମୟକୁ ନେଇ ବର୍ତ୍ତମାନ ଦ୍ୱନ୍ଦ୍ୱ ଦେଖାଦେଇଛି। କାରଣ ବିସିସିଆଇ ୱେବସାଇଟ୍ରେ ମ୍ୟାଚ୍ ଆରମ୍ଭ ସମୟ ଏବଂ ଟିକେଟ୍ରେ ମ୍ୟାଚ୍ ଆରମ୍ଭ ସମୟ ଅଲଗା ଅଲଗା ରହିଛି।/odisha-reporter/media/post_attachments/wp-content/uploads/2019/12/Chennai.jpg)
ଆମ ହସ୍ତଗତ ହୋଇଥିବା ଏଭଳି ଏକ ଟିକେଟ୍ରେ ଲେଖାଯାଇଛି ମ୍ୟାଚ୍ ୨ଟାବେଳେ ଆରମ୍ଭ ହେବ। ଟିକେଟ୍ରେ ଦୁଇଟି ସ୍ଥାନରେ ଏହା ଉଲ୍ଲେଖ କରାଯାଇଛି। କିନ୍ତୁ ବିସିସିଆଇର ୱେବ୍ସାଇଟ୍ରେ ଏହା ୧୩.୩୦ ବା ଅପରାହ୍ଣ ୧.୩୦ ବୋଲି ଉଲ୍ଲେଖ ରହିଛି।
ତେବେ ପୂର୍ବ ମ୍ୟାଚ୍ ସମୟ ସାରଣୀ ଯଦି ଦେଖିବା ଗତ ୧୫ ତାରିଖରେ ଚେନ୍ନାଇରେ ଖେଳାଯାଇଥିବା ମ୍ୟାଚ୍ରେ ସମୟ ୧.୩୦ ବୋଲି ଉଲ୍ଲେଖ କରାଯାଇଥିଲା। ତେବେ ବର୍ତ୍ତମାନ କଟକ ମ୍ୟାଚ୍ରେ ସମୟ ପରିବର୍ତ୍ତନ ଜାଣି କରି ବା ଆବଶ୍ୟକତା ଦୃଷ୍ଟିରୁ କରାଯାଇଛି ନା ଭୁଲରେ ହୋଇଯାଇଛି ସେଥିନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଯଦି ଭୁଲରେ ୨ଟା ବୋଲି ଉଲ୍ଲେଖ କରାଯାଇଥିବ କ୍ରୀଡ଼ାପ୍ରେମୀ ଷ୍ଟାଡିଅମ୍ରେ ପହଞ୍ଚିବାବେଳକୁ ମ୍ୟାଚ୍ ଆରମ୍ଭ ହୋଇସାରିଥିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
