Advertisment

ଇଂଲଣ୍ଡ ସିରିଜ ପୂର୍ବରୁ ହିନ୍ଦୀରେ ଟ୍ୱିଟ କରି ଭାରତକୁ ଚେତାବନୀ ଦେଲେ ପିଟରସନ

ବ୍ରିସବେନ: ଆସନ୍ତା ଫେବୃଆରୀ ୫ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ୍‌। ଇଂଲଣ୍ଡ ତା’ର ଭାରତ ଗସ୍ତରେ ୪ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍‌ ଖେଳିବ। କିନ୍ତୁ ଏହା ପୂର୍ବରୁ ଇଂଲିଶ ଟିମ୍‌ର ପୂର୍ବତନ ଷ୍ଟାର କ୍ରିକେଟର କେଭିନ ପିଟରସନ ଟିମ୍‌ ଇଣ୍ଡିଆକୁ ହିନ୍ଦୀରେ ଟ୍ୱିଟ କରି ଚେତାବନୀ ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍‌ ଜିତି ଅଧିକ ଖୁସି ହେବାର ଆବଶ୍ୟକ ନାହିଁ ବୋଲି ମଧ୍ୟ ସେ […]

ଇଂଲଣ୍ଡ ସିରିଜ ପୂର୍ବରୁ ହିନ୍ଦୀରେ ଟ୍ୱିଟ କରି ଭାରତକୁ ଚେତାବନୀ ଦେଲେ ପିଟରସନ

cd

Advertisment

ବ୍ରିସବେନ: ଆସନ୍ତା ଫେବୃଆରୀ ୫ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ୍‌। ଇଂଲଣ୍ଡ ତା’ର ଭାରତ ଗସ୍ତରେ ୪ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍‌ ଖେଳିବ। କିନ୍ତୁ ଏହା ପୂର୍ବରୁ ଇଂଲିଶ ଟିମ୍‌ର ପୂର୍ବତନ ଷ୍ଟାର କ୍ରିକେଟର କେଭିନ ପିଟରସନ ଟିମ୍‌ ଇଣ୍ଡିଆକୁ ହିନ୍ଦୀରେ ଟ୍ୱିଟ କରି ଚେତାବନୀ ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍‌ ଜିତି ଅଧିକ ଖୁସି ହେବାର ଆବଶ୍ୟକ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

Advertisment

ଆଜି ବ୍ରିସବେନରେ ଟିମ୍‌ ଇଣ୍ଡିଆ ବେଶ ନାଟକୀୟ ଢଙ୍ଗରେ ଅଷ୍ଟ୍ରେଲିଆକୁ ହରାଇବା ପରେ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏଭଳି ସ୍ଥିତିରେ ପିଟରସନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସବୁବେଳେ ଇଂରାଜୀରେ ଟ୍ୱିଟ କରୁଥିବା ପିଟରସନ ଆଜି କିନ୍ତୁ ପ୍ରଥମଥର ହିନ୍ଦୀ ଭାଷାରେ ଟ୍ୱିଟ କରି ଇଂଲଣ୍ଡ ସିରିଜ୍‌ ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରାଇଛନ୍ତି।

ସେ କହିଛନ୍ତି, “ଅନେକ ବାଧାବିଘ୍ନକୁ ଅତିକ୍ରମ କରି ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟକୁ ଦଳ ସେଲିବ୍ରେଟ କରୁ। କିନ୍ତୁ ଅସଲି ଟିମ ଇଂଲଣ୍ଡ ତ ଆଉ କିଛି ସପ୍ତାହ ମଧ୍ୟରେ ଭାରତ ଆସୁଛି। ଏହି ଟିମକୁ ଆପଣମାନଙ୍କୁ ନିଜ ଘରେ ହରାଇବାର ଅଛି ନା! ସତର୍କ ରୁହନ୍ତୁ, ୨ ସପ୍ତାହ ମଧ୍ୟରେ ଅଧିକ ଖୁସି ମନାଇବା ଠାରୁ ଟିକିଏ ସାବାଧାନ ରୁହନ୍ତୁ।”

Advertisment


ପିଟରସନ ହିନ୍ଦୀରେ ଟ୍ୱିଟ କରିଥିବାରୁ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଇଂଲଣ୍ଡ ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି। ଶ୍ରୀଲଙ୍କରୁ ଦଳ ସିଧା ଭାରତ ଆସିବ। ଏଥିପାଇଁ ଆଜି ବିସିସିଆଇ ପକ୍ଷରୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ୧୮ ଜଣିଆ ଭାରତୀୟ ସ୍କ୍ୱାଡ ଘୋଷଣା କରିଛି।

ଟିମ୍‌ ଇଣ୍ଡିଆକୁ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଈଶାନ୍ତ ଶର୍ମାଙ୍କ କମ୍‌ବ୍ୟାକ୍‌ ହୋଇଛି। ସେହିପରି ଅକ୍ଷର ପଟେଲ ନୂଆ ମୁହଁ ଭାବେ ସ୍କ୍ୱାଡରେ ସାମିଲ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe