ଓଭାଲ୍ ଟେଷ୍ଟ୍‌ ପରେ କ୍ରିକେଟକୁ ବାଏ ବାଏ କହିବେ କୁକ୍‌

ଲଣ୍ଡନ୍‌: ଟିମ୍‌ ଇଂଲଣ୍ଡର ଟେଷ୍ଟ୍‌ ଓପନର୍‌ ତଥା ପୂର୍ବତନ ଅଧିନାୟକ ଆଲିଷ୍ଟର୍‌ କୁକ୍‌ ଭାରତ ବିପକ୍ଷ ଶେଷ ତଥା ଓଭାଲ୍‌ଠାରେ ଖେଳାଯିବାକୁ ଥିବା ୫ମ ଟେଷ୍ଟ୍‌ ମ୍ୟାଚ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ। ଆଜି ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସଂଯୋଗବଶତଃ କୁକ୍‌ ୨୦୦୬ ଭାରତ ବିପକ୍ଷ ନାଗପୁର ମ୍ୟାଚ୍‌ରେ ହିଁ  ନିଜର ଅନ୍ତର୍ଜାତୀୟ ଟେଷ୍ଟ୍‌ କ୍ୟାରିୟର୍‌ ଆରମ୍ଭ କରିଥିଲେ।  ତାରିଖରୁ ଓଭାଲ ଠାରେ ଆରମ୍ଭ ହେବାକୁ ଥିବା ଟେଷ୍ଟ କୁକ୍‌ଙ୍କ ୧୬୧ […]

cook

cook

Sampad Mahapatra
  • Published: Monday, 03 September 2018
  • Updated: 03 September 2018, 02:46 PM IST

Sports

Latest News

ଲଣ୍ଡନ୍‌: ଟିମ୍‌ ଇଂଲଣ୍ଡର ଟେଷ୍ଟ୍‌ ଓପନର୍‌ ତଥା ପୂର୍ବତନ ଅଧିନାୟକ ଆଲିଷ୍ଟର୍‌ କୁକ୍‌ ଭାରତ ବିପକ୍ଷ ଶେଷ ତଥା ଓଭାଲ୍‌ଠାରେ ଖେଳାଯିବାକୁ ଥିବା ୫ମ ଟେଷ୍ଟ୍‌ ମ୍ୟାଚ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ। ଆଜି ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସଂଯୋଗବଶତଃ କୁକ୍‌ ୨୦୦୬ ଭାରତ ବିପକ୍ଷ ନାଗପୁର ମ୍ୟାଚ୍‌ରେ ହିଁ  ନିଜର ଅନ୍ତର୍ଜାତୀୟ ଟେଷ୍ଟ୍‌ କ୍ୟାରିୟର୍‌ ଆରମ୍ଭ କରିଥିଲେ। 

ତାରିଖରୁ ଓଭାଲ ଠାରେ ଆରମ୍ଭ ହେବାକୁ ଥିବା ଟେଷ୍ଟ କୁକ୍‌ଙ୍କ ୧୬୧ ତମ ଟେଷ୍ଟ୍‌ ମ୍ୟାଚ୍‌ ହେବ। କୁକ୍‌ ଟେଷ୍ଟ୍‌ ମ୍ୟାଚ୍‌ରେ ଇଂଲଣ୍ଡ ପାଇଁ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ହେବାର ରେକର୍ଡ ନିଜ ନାଁରେ ରଖିଛନ୍ତି। ସେ ୧୬୦ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳି ୪୪.୮୮ ହାରରେ ୧୨,୨୫୪ ରନ୍‌ କରିଛନ୍ତି। ଏଥିରେ ୩୨ଟି ଶତକ ଓ ୫୬ଟି ଅର୍ଦ୍ଧଶତକ ରହିଛି।

ଭାରତ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ପୂର୍ବରୁ କୁକ୍‌ ଇଂଲଣ୍ଡ ଲାୟନ୍ସ ଓ ଭାରତ-ଏ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍‌ରେ ୧୮୦ ରନ୍‌ର ଇନିଂସ୍‌ ଖେଳିଥିଲେ। କିନ୍ତୁ ଭାରତ ବିପକ୍ଷ ୪ଟି ଟେଷ୍ଟ୍‌ରେ ସେ ମାତ୍ର ୧୦୯ ରନ୍‌ କରିପାରିଛନ୍ତି।

୨୦୧୨ରେ ଇଂଲଣ୍ଡ ଟେଷ୍ଟ ଟିମ୍‌ର ଅଧିନାୟକ ହୋଇଥିବା କୁକ୍‌ ୨୦୧୭ ଫେବୃଆରୀ ମାସ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇଥିଲେ। କୁକ୍‌ଙ୍କ ନେତୃତ୍ୱରେ ଇଂଲଣ୍ଡ ୨୦୧୩ ଓ ୨୦୧୫ରେ ଐତିହାସିକ ଆଶେସ୍‌ ସିରିଜ୍‌ ଜିତିଥିଲା। ସେହିପରି ଭାରତ ଓ ଦକ୍ଷିଣ ଆଫ୍ରିକାରେ ସିରିଜ୍‌ ଜିତିବା ରେକର୍ଡ ମଧ୍ୟ କୁକ୍‌ଙ୍କ ନାଁରେ ରହିଛି।

ଆଜି ଯାଏ କୁକ୍‌ ଦିନିକିଆ ମ୍ୟାଚରୁ ନିଜର ଅବସର ଘୋଷଣା କରି ନଥିଲେ ହେଁ ସେ ଶେଷଥର ୨୦୧୪ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଇଂଲଣ୍ଡ ପାଇଁ ଖେଳିଥିଲେ। ୨୦୧୦-୨୦୧୪ ମଧ୍ୟରେ କୁକ୍‌ ୬୯ ଥର ଇଂଲଣ୍ଡ ଦିନିକିଆ ଟିମ୍‌ର ନେତୃତ୍ୱ ନେଇଥିଲେ। ସେ ୯୨ଟି ଦିନିକିଆ ମ୍ୟାଚ୍‌ ଖେଳି ୩୬.୪୦ ହାରରେ ୩୨୦୪ ରନ୍‌ କରିଛନ୍ତି। ଏଥିରେ ୫ଟି ଶତକ ଓ ୧୯ଟି ଅର୍ଦ୍ଧଶତକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos