Advertisment

କରୋନା ଯୋଗୁ ସବୁ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ସ୍ଥଗିତ

ନୂଆଦିଲ୍ଲୀ: କରୋନା ଭାଇରସ୍ ଧୀରେ ଧୀରେ ସାରା ବିଶ୍ୱରେ ତୀବ୍ରତର ହେବାରେ ଲାଗିଛି। ଏହି ଭାଇରସ୍ ଯୋଗୁ ଏବେ ପ୍ରାୟ ସମସ୍ତ କ୍ରୀଡ଼ା ପ୍ରତିଯୋଗିତା ବାତିଲ କିମ୍ବା ସ୍ଥଗିତ କରାଯାଇଛି। ଏପରିକି ଇନଡୋର୍ ହଲରେ ଆୟୋଜିତ ବ୍ୟାଡମିଣ୍ଟନ୍ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। କରୋନା ଭାଇରସ୍ ପ୍ରକୋପର ରକ୍ଷା ପାଇବା ପାଇଁ ବିଶ୍ୱ ବ୍ୟାଡମିଣ୍ଟନ୍ ସଂଘ (ବିଡବ୍ଲ୍ୟୁଏଫ୍‌) ସମସ୍ତ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଏବଂ ବ୍ୟାଡମିଣ୍ଟନ୍ ସହ ସଂଶ୍ଳିଷ୍ଟ ସମସ୍ତ ଟୁର୍ଣ୍ଣାମେଣ୍ଟକୁ ଏପ୍ରିଲ୍ ୧୨ ତାରିଖ […]

କରୋନା ଯୋଗୁ ସବୁ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ସ୍ଥଗିତ

badminton

Advertisment

ନୂଆଦିଲ୍ଲୀ: କରୋନା ଭାଇରସ୍ ଧୀରେ ଧୀରେ ସାରା ବିଶ୍ୱରେ ତୀବ୍ରତର ହେବାରେ ଲାଗିଛି। ଏହି ଭାଇରସ୍ ଯୋଗୁ ଏବେ ପ୍ରାୟ ସମସ୍ତ କ୍ରୀଡ଼ା ପ୍ରତିଯୋଗିତା ବାତିଲ କିମ୍ବା ସ୍ଥଗିତ କରାଯାଇଛି। ଏପରିକି ଇନଡୋର୍ ହଲରେ ଆୟୋଜିତ ବ୍ୟାଡମିଣ୍ଟନ୍ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। କରୋନା ଭାଇରସ୍ ପ୍ରକୋପର ରକ୍ଷା ପାଇବା ପାଇଁ ବିଶ୍ୱ ବ୍ୟାଡମିଣ୍ଟନ୍ ସଂଘ (ବିଡବ୍ଲ୍ୟୁଏଫ୍‌) ସମସ୍ତ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଏବଂ ବ୍ୟାଡମିଣ୍ଟନ୍ ସହ ସଂଶ୍ଳିଷ୍ଟ ସମସ୍ତ ଟୁର୍ଣ୍ଣାମେଣ୍ଟକୁ ଏପ୍ରିଲ୍ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛି।

Advertisment

ବିଡବ୍ଲ୍ୟୁଏଫର ଏହି ନିଷ୍ପତ୍ତି ପରେ ଏବେ ନୂଆଦିଲ୍ଲୀରେ ମାର୍ଚ୍ଚ ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ମଧ୍ୟ ସ୍ଥଗିତ ହୋଇଯାଇଛି। ଏ ନେଇ ବିଡବ୍ଲ୍ୟୁଏଫ୍ ପକ୍ଷରୁ କୁହାଯାଇଛି, "ରବିବାର ଶେଷ ହେବାକୁଥିବା ଅଲ୍ ଇଂଲଣ୍ଡ ଓପନ୍ ପରେ ସୋମବାରଠାରୁ ଏହି ନିଷ୍ପତ୍ତି ଲାଗୁ ହେବ। ଅର୍ଥାତ୍ ୧୬ ତାରିଖରୁ ଏପ୍ରିଲ୍ ୧୨ ତାରିଖ ପର୍ଯ୍ୟନ୍ତ କୌଣସି ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ ନାହିଁ।

ସଂଘର ସମସ୍ତ ସଦସ୍ୟଙ୍କ ପରାମର୍ଶକ୍ରମେ ବର୍ତ୍ତମାନ ସମୟରେ ସବୁ ଟୁର୍ଣ୍ଣାମେଣ୍ଟକୁ ବାତିଲ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି, କାରଣ ଖେଳାଳିଙ୍କ ଯାତାୟତକୁ ନେଇ ଅନେକ ପ୍ରତିବନ୍ଧ ଲାଗିଛି। ଫେଡେରସନ୍ ସମସ୍ତ ଖେଳାଳି, ସଦସ୍ୟ ଓ ଅଧିକାରୀଙ୍କ ସ୍ୱାସ୍ଥ୍ୟକୁ ନେଇ ବେଶ୍ ସଚେତନ। ଆମ ପାଇଁ ସେମାନଙ୍କର ସୁରକ୍ଷା ମୁଖ୍ୟ ପ୍ରାଥମିକତା।" ସୂଚନାଯୋଗ୍ୟ, ବିଡବ୍ଲ୍ୟୁଏଫର ଏହି ନିଷ୍ପତ୍ତି ଦ୍ୱାରା ଆସନ୍ତା ସପ୍ତାହରୁ ହେବାକୁଥିବା ସ୍ୱିସ୍ ଓପନ୍‌, ଇଣ୍ଡିଆ ଓପନ୍‌, ଓରଲାନ୍ସ ମାଷ୍ଟର୍ସ, ମ୍ୟାଲେସିୟା ଓପନ୍ ଓ ସିଙ୍ଗାପୁର ଓପନ୍ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆୟୋଜିତ ହେବ ନାହିଁ। କରୋନା ଭାଇରସ୍ କାରଣରୁ ଅନେକ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ବାତିଲ କିମ୍ବା ସ୍ଥଗିତ ହେବା ଦ୍ୱାରା ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାଇଙ୍ଗର ଅବଧି ଉପରେ ଏହାର ପ୍ରଭାବ ପଡ଼ିବ।

Advertisment

ଏନେଇ ବିଡବ୍ଲ୍ୟୁଏଫ୍ ଆହୁରି କହିଛି ଯେ "ଅଲିମ୍ପିକ୍ସ କ୍ୱାଲିଫିକେଶନକୁ ନେଇ ପରେ କୌଣସି ନିଷ୍ପତ୍ତି ନିଆଯିବ।" କରୋନା ଭାଇରସ୍ ଯୋଗୁ ଫେବୃଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ହେବାକୁଥିବା ୫ଟି ବିଡବ୍ଲ୍ୟୁଏପ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟକୁ ପୂର୍ବରୁ ହିଁ ବାତିଲ କିମ୍ବା ସ୍ଥଗିତ କରିଦିଆଯାଇଥିଲା। ଏଥିରେ ପଲିସ୍ ଓପନ୍‌, ଭିଏତନାମ୍ ଇଣ୍ଟରନ୍ୟାଶନାଲ୍ ଚ୍ୟାଲେଞ୍ଜ୍‌, ପର୍ତ୍ତୁଗାଲ ଇଣ୍ଟରନ୍ୟାଶନାଲ୍ ଚାମ୍ପିୟନଶିପ୍‌, ଜର୍ମାନ୍ ଓପନ୍ ଓ ଚାଇନା ମାଷ୍ଟର୍ସ ସାମିଲ୍ ଅଛି। କରୋନା ଭାଇରସ୍ କାରଣରୁ ଭାରତର ୭ଜଣ ଖେଳାଳି ଗତ ସପ୍ତାହରେ ଅଲ୍ ଇଂଲଣ୍ଡ ଓପନରୁ ଓହରିଯାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe