Advertisment

ବିସିସିଆଇ ଅଫିସରେ ଝୁଲିବ ତାଲା

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ କାରଣରୁ ବିସିସିଆଇ ମଙ୍ଗଳବାର ମୁମ୍ବାଇସ୍ଥିତ ତା’ର ଅଫିସକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହା ସହ ବିସିସିଆଇ ତା’ର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛି। ପରବର୍ତ୍ତୀ ନୋଟିସ୍ ସୁଦ୍ଧା କ୍ରିକେଟର ସମସ୍ତ ଗତିବିଧିକୁ ପୂର୍ବରୁ ହିଁ ନିଲମ୍ବନ କରାଯାଇଥିଲା ଏବଂ ଏଭଳି ସ୍ଥିତିରେ ସବୁ କାମ କର୍ମଚାରୀମାନେ ଘରେ କରିବେ। ଏ ନେଇ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୋର୍ଡର ସମସ୍ତ କର୍ମଚାରୀଙ୍କୁ ସୂଚେଇ ଦିଆଯାଇଛି ଯେ […]

ଟୋକିଓ ଅଲିମ୍ପିକ୍ ପାଇଁ ବିସିସିଆଇ ଦେବ ୧୦ କୋଟି

BCCI1

Advertisment

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ କାରଣରୁ ବିସିସିଆଇ ମଙ୍ଗଳବାର ମୁମ୍ବାଇସ୍ଥିତ ତା'ର ଅଫିସକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହା ସହ ବିସିସିଆଇ ତା'ର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛି। ପରବର୍ତ୍ତୀ ନୋଟିସ୍ ସୁଦ୍ଧା କ୍ରିକେଟର ସମସ୍ତ ଗତିବିଧିକୁ ପୂର୍ବରୁ ହିଁ ନିଲମ୍ବନ କରାଯାଇଥିଲା ଏବଂ ଏଭଳି ସ୍ଥିତିରେ ସବୁ କାମ କର୍ମଚାରୀମାନେ ଘରେ କରିବେ। ଏ ନେଇ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୋର୍ଡର ସମସ୍ତ କର୍ମଚାରୀଙ୍କୁ ସୂଚେଇ ଦିଆଯାଇଛି ଯେ କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ୱାଙ୍ଖଡେ ଷ୍ଟାଡିୟମସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ବନ୍ଦ ରହିବ।

Advertisment

ବିସିସିଆଇ ପୂର୍ବରୁ ହିଁ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇସାରିଛି। ସେହିପରି ଇରାନୀ କପ୍ ଏବଂ ମହିଳା ଚ୍ୟାଲେଞ୍ଜର ଟ୍ରଫି ସମେତ ସବୁ ଘରୋଇ ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ସ୍ଥଗିତ କରାଯାଇଛି। ଭାରତରେ ଏପର୍ଯ୍ୟନ୍ତ କରୋନା ଭାଇରସରେ ୧୧୪ଜଣ ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ସାରା ବିଶ୍ୱରେ ଏହି ମହାମାରୀ କାରଣରୁ ମୃତକଙ୍କ ସଂଖ୍ୟା ୬ହଜାରୁ ଊର୍ଦ୍ଧ୍ୱରେ ପହଞ୍ଚିଛି ଏବଂ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧ଲକ୍ଷ ୬୦ହଜାରରୁ ଊର୍ଦ୍ଧ୍ୱରେ ପହଞ୍ଚିସାରିଛି।

ମାରାତ୍ମକ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପୁଥିବାର ଦେଖି ବର୍ତ୍ତମାନ ଭାରତ ଓ ବିଦେଶରେ ଅଧିକାଂଶ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରେ କାମ କରିବାକୁ ପ୍ରୋତ୍ସାହିତ କରୁଛି। ବିସିସିଆଇ ଠିକ୍ ସେହି ନୀତି ଆପଣାଇଛି। ଏହାଛଡ଼ା ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ତା'ର ବିଭିନ୍ନ ଜୋନାଲ୍ କ୍ୟାମ୍ପକୁ ମଧ୍ୟ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ କରିଦେଇଛି । କିନ୍ତୁ ସୂଚନା ମିଳିଛି ଯେ ବେଙ୍ଗାଲୁରୁସ୍ଥ ସେଣ୍ଟର ଏବେବି ଖୋଲା ରହିଛି।

Advertisment

ଏହା ମଧ୍ୟରେ ଆଇପିଏଲର ୮ ଫ୍ରାଞ୍ଚାଇଜି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସେମାନଙ୍କର ଶିବିରକୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସୋମବାର ତା'ର ଅଭ୍ୟାସ ଶିବିରକୁ ବାତିଲ୍ କରିଥିଲା, ଯାହା ମାର୍ଚ୍ଚ ୨୧ ତାରିଖରୁ ଆରମ୍ଭ ହେବାର ଥିଲା। ଚାରିଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ତା'ର କ୍ୟାମ୍ପକୁ ବାତିଲ୍ କରିଦେଇଥିଲା।

ଅଭ୍ୟାସ ଶିବିର ବନ୍ଦ ହେବା ନେଇ ଆରସିବି ଟ୍ୱିଟ୍ କରି ସୂଚନା ଦେଇଛି। ଆରସିବି ପକ୍ଷରୁ କୁହାଯାଇଛି ଯେ ସମସ୍ତଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଆମେ ମାର୍ଚ୍ଚ ୨୧ ତାରିଖରୁ ଆରମ୍ଭ ହେବାକୁଥିବା ଶିବିରକୁ ବାତିଲ୍ କରି ଦେଇଛୁ। ଆମେ ସମସ୍ତଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶର ପାଳନ କରି ସୁରକ୍ଷିତ ରହିବା ପାଇଁ ଅନୁରୋଧ କରୁଛୁ। ସୂଚନାଯୋଗ୍ୟ, ବିରାଟ୍ କୋହଲି ଆରସିବିର କ୍ୟାପଟେନ୍ ଅଛନ୍ତି।

ଆଇପିଏଲକୁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ସ୍ଥଗିତ କରାଯିବା ନିଷ୍ପତ୍ତିକୁ ଚାରିଆଡ଼ୁ ସମର୍ଥନ କରାଯାଇଛି। ଯେହେତୁ ଆଇପିଏଲକୁ ୧୭ ଦିନ ଘୁଞ୍ଚାଇ ଦିଆଯାଇଛି, ତେଣୁ ପରବର୍ତ୍ତୀ ସମୟରେ ଯଦି ଆଇପିଏଲ୍ ଆରମ୍ଭ ହୁଏ, ତାହେଲେ ଏଥିରେ କାଣ୍ଟଛାଣ୍ଟ ହେବ ବୋଲି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି। ଯଦି ଆଇପିଏଲରେ କାଣ୍ଟଛାଣ୍ଟ ହୁଏ, ତାହେଲେ ୮ଟି ଟିମକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ ଏବଂ ପ୍ରତି ଗ୍ରୁପରେ ୩ଟି ଲେଖାଏ ଟିମ୍ ରହିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe