Advertisment

କ୍ରିକେଟର୍ ଗୌତମ ଗମ୍ଭୀରଙ୍କ ଘରେ ପଶିଲା କରୋନା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସ୍ ମାମଲା ଲଗାତର ବଢ଼ିବାରେ ଲାଗିଛି। ଏବେ ଭାରତୀୟ କ୍ରିକେଟ୍‌ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଓ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଘରେ ମଧ୍ୟ କରୋନା ଏଣ୍ଟ୍ରି ମାରିଛି। ଯାହା ପରେ ଗମ୍ଭୀର ନିଜକୁ କ୍ୱାରେଣ୍ଟିନ୍ କରିଛନ୍ତି। ଖୋଦ୍ ଗମ୍ଭୀର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। Due to a case at home, I have been in isolation awaiting my COVID test result. Urge […]

କ୍ରିକେଟର୍ ଗୌତମ ଗମ୍ଭୀରଙ୍କ ଘରେ ପଶିଲା କରୋନା

gambhir

Advertisment

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସ୍ ମାମଲା ଲଗାତର ବଢ଼ିବାରେ ଲାଗିଛି। ଏବେ ଭାରତୀୟ କ୍ରିକେଟ୍‌ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଓ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଘରେ ମଧ୍ୟ କରୋନା ଏଣ୍ଟ୍ରି ମାରିଛି। ଯାହା ପରେ ଗମ୍ଭୀର ନିଜକୁ କ୍ୱାରେଣ୍ଟିନ୍ କରିଛନ୍ତି। ଖୋଦ୍ ଗମ୍ଭୀର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

Advertisment

https://twitter.com/GautamGambhir/status/1324573094279847937?s=20

ଗମ୍ଭୀର ଟୁଇଟରେ ଲେଖିଛନ୍ତି, ମୋ ଘରେ ଏବେ କରୋନା ଭାଇରସ୍ ପ୍ରବେଶ କରିସାରିଛି। ଯେଉଁକାରଣରୁ ମୁଁ ନିଜକୁ ଘରର ଅନ୍ୟ ସଦସ୍ୟଙ୍କଠାରୁ ଆଇସୋଲେଟ୍ କରିନେଇଛି। ଏହା ଜାଣିବା ପରେ ମୁଁ ନିଜର କୋଭିଡ୍‌ ଟେଷ୍ଟ କରାଇଛି। ତେବେ ରିପୋର୍ଟକୁ ଅପେକ୍ଷା କରିଛି। ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ଯେ ଗାଇଡଲାଇନର ଅନୁସରଣ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀରେ ଶୁକ୍ରବାର ୬୭୧୫ ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦିଲ୍ଲୀରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୪.୧୬ଲକ୍ଷରେ ପହଞ୍ଚିଛି। ଏହା ମହାମାରୀରେ ଦିଲ୍ଲୀରେ ମୋଟ ୬୭୬୯ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଭାରତରେ ଶୁକ୍ରବାର ୪୭,୬୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ଲକ୍ଷ ଅତିକ୍ରମ କରିଛି।

Advertisment
Coronavirus Cricket Gautam Gambhir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe