Advertisment

ତୁର୍କୀରେ ଅଟକିଛନ୍ତି ଭାରତର ଏହି ଷ୍ଟାର୍ ଆଥଲେଟ୍

ନୂଆଦିଲ୍ଲୀ: ତୁର୍କୀରେ ଟ୍ରେନିଂରେ କ୍ୟାମ୍ପରେ ଯୋଗଦେବାକୁ ଯାଇଥିବା ଭାରତର ଷ୍ଟାର୍ ଜ୍ୟାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରାଙ୍କୁ ସ୍ୱଦେଶ ଫେରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦକ୍ଷିଣ ଆଫ୍ରିକାରେ ଥିବା ଶିବପାଲ୍ ସିଂହ ମଧ୍ୟ ଭାରତ ଫେରିବେ ବୋଲି ମଙ୍ଗଳବାର ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଏଫଫଆଇ) ପକ୍ଷରୁ କୁହାଯାଇଛି। ଏଏଫଆଇ ପକ୍ଷରୁ କୁହାଯାଇଛି ଯେ କରୋନା ଭାଇରସ୍ କାରଣରୁ ଏହି ଦୁଇ ଖେଳାଳିଙ୍କୁ ଆମେ ସ୍ୱଦେଶ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛୁ। ତୁର୍କୀରୁ ଆସିବାକୁ ଥିବା ଖେଳାଳି […]

author-image
Ranjit Kumar Jena
ତୁର୍କୀରେ ଅଟକିଛନ୍ତି ଭାରତର ଏହି ଷ୍ଟାର୍ ଆଥଲେଟ୍

neeraj

ନୂଆଦିଲ୍ଲୀ: ତୁର୍କୀରେ ଟ୍ରେନିଂରେ କ୍ୟାମ୍ପରେ ଯୋଗଦେବାକୁ ଯାଇଥିବା ଭାରତର ଷ୍ଟାର୍ ଜ୍ୟାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରାଙ୍କୁ ସ୍ୱଦେଶ ଫେରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦକ୍ଷିଣ ଆଫ୍ରିକାରେ ଥିବା ଶିବପାଲ୍ ସିଂହ ମଧ୍ୟ ଭାରତ ଫେରିବେ ବୋଲି ମଙ୍ଗଳବାର ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଏଫଫଆଇ) ପକ୍ଷରୁ କୁହାଯାଇଛି।

Advertisment

ଏଏଫଆଇ ପକ୍ଷରୁ କୁହାଯାଇଛି ଯେ କରୋନା ଭାଇରସ୍ କାରଣରୁ ଏହି ଦୁଇ ଖେଳାଳିଙ୍କୁ ଆମେ ସ୍ୱଦେଶ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛୁ। ତୁର୍କୀରୁ ଆସିବାକୁ ଥିବା ଖେଳାଳି ବୁଧବାର ସକାଳେ ଏବଂ ଦକ୍ଷିଣ ଆଫ୍ରିକାରୁ ଫେରିବାକୁ ଥିବା ଖେଳାଳି ଶନିବାର ଭାରତରେ ପହଞ୍ଚିବେ। ତୁର୍କୀରେ ନୀରଜ ଓ ରୋହିତ୍ ଯାଦବ ଜର୍ମାନୀର ବାୟୋମେକାନିକ୍ ବିଶେଷଜ୍ଞ କ୍ଲସ୍ ବାର୍ଟୋନିଜ ଏବଂ ଫିଜିଓ ଈଶାନ୍ ମରୱାହାଙ୍କ ସହ ଅଭ୍ୟାସ କରୁଥିଲେ।

ସେହିପରି ଦକ୍ଷିଣ ଆଫ୍ରିକାରେ ଶିବପାଲଙ୍କ ସହ ଅନ୍ନୁ ରାନୀ, ବିପିନ କାସାନ୍ ଓ ଅର୍ଶଦୀପ ସିଂହ କୋଚ୍ ଉୱି ହନଙ୍କ ସହ ଅଛନ୍ତି। ସୂଚନାଯୋଗ୍ୟ, ବିଦେଶରୁ ଫେରୁଥିବା ଯାତ୍ରୀଙ୍କୁ ୧୪ଦିନ ପାଇଁ ବାଧ୍ୟତାମୂଳକ ଭାବେ କ୍ୱାରେନଣ୍ଟାଇନରେ ରଖାଯିବା ପାଇଁ କେନ୍ଦ୍ର ସରକାର ଏକ ଆଡଭାଇଜରୀ କରିଛନ୍ତି।

Advertisment