Advertisment

ଧୋନିଙ୍କୁ ଟି-୨୦ ବାଦ୍‌ ଦେବା ନେଇ ବିସିସିଆଇକୁ ଏମିତି କଥା କହିଲେ ଫ୍ୟାନ୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଅତ୍ୟନ୍ତ ଲୋକପ୍ରିୟ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନିଙ୍କୁ ଅପ୍ରତ୍ୟାଶିତ ଭାବେ ୱେଷ୍ଟ ଇଣ୍ଡିଜ୍‌ ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍‌ ଦିଆଯାଇଛି। ବିସିସିଆଇ ଧୋନିଙ୍କୁ ରିପ୍ଲେସମେଣ୍ଟ୍‌ କଲା ଭଳି ଜଣେ ୱିକେଟ୍‌ କିପର୍‌ଙ୍କୁ ଖୋଜୁଥିବାରୁ ଏଭଳି ନିଷ୍ପତ୍ତି ନେଇଛି। ତେବେ ଧୋନିଙ୍କୁ ଟିମ୍‌ ଇଣ୍ଡିଆରୁ ବାହାର କରିବାକୁ ଚୟନ କମିଟି ଏଭଳି ରଣନୀତି କରୁଛି ବୋଲି କ୍ରିକେଟ୍‌ ପ୍ରେମୀ ଅଭିଯୋଗ କରିଛନ୍ତି। ଏଥିସହ ସୋଶାଲ୍‌ ମିଡିଆରେ କ୍ରିକେଟ୍‌ […]

ଧୋନିଙ୍କୁ ଟି-୨୦  ବାଦ୍‌ ଦେବା ନେଇ ବିସିସିଆଇକୁ ଏମିତି କଥା କହିଲେ ଫ୍ୟାନ୍‌

d

Advertisment

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଅତ୍ୟନ୍ତ ଲୋକପ୍ରିୟ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନିଙ୍କୁ ଅପ୍ରତ୍ୟାଶିତ ଭାବେ ୱେଷ୍ଟ ଇଣ୍ଡିଜ୍‌ ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍‌ ଦିଆଯାଇଛି। ବିସିସିଆଇ ଧୋନିଙ୍କୁ ରିପ୍ଲେସମେଣ୍ଟ୍‌ କଲା ଭଳି ଜଣେ ୱିକେଟ୍‌ କିପର୍‌ଙ୍କୁ ଖୋଜୁଥିବାରୁ ଏଭଳି ନିଷ୍ପତ୍ତି ନେଇଛି। ତେବେ ଧୋନିଙ୍କୁ ଟିମ୍‌ ଇଣ୍ଡିଆରୁ ବାହାର କରିବାକୁ ଚୟନ କମିଟି ଏଭଳି ରଣନୀତି କରୁଛି ବୋଲି କ୍ରିକେଟ୍‌ ପ୍ରେମୀ ଅଭିଯୋଗ କରିଛନ୍ତି।

Advertisment

publive-image

ଏଥିସହ ସୋଶାଲ୍‌ ମିଡିଆରେ କ୍ରିକେଟ୍‌ ଫ୍ୟାନ୍‌ମାନେ ବିସିସିଆଇକୁ ମନଇଚ୍ଛା ଗାଳି କରିବା ସହ ଧୋନିଙ୍କ ଭଳି ଜଣେ ମହାନ୍‌ ଓ ବ୍ରେନୀ କ୍ରିକେଟର୍‌ଙ୍କୁ ଅଷ୍ଟ୍ରେଲିଆ ଭଳି ଗୁରୁତ୍ୱପୂର୍ଣ୍ଣ ଟି-୨୦ ସିରିଜ୍‌ରୁ ବାଦ୍‌ ଦେବା ନିଶ୍ଚିତ ଦଳକୁ ମହଙ୍ଗା ପଡ଼ିବ ବୋଲି କହିଛନ୍ତି।

ଜଣେ ଫ୍ୟାନ୍‌ କହିଛନ୍ତି, ଧୋନି ନଥିବାରୁ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌କୁ ଦେଖିବା ନିରର୍ଥକ। ଯେଉଁଠି ଧୋନି ନାହାନ୍ତି, ସେଠି ଇଣ୍ଡିଆନ୍‌ କ୍ରିକେଟ୍‌ ନାହିଁ।

Advertisment

ଆଉ ଜଣେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଜଣେ ଭାରତୀୟ ହିସାବରେ କେବଳ ବିସିସିଆଇକୁ RIP କହିବାକୁ ଇଚ୍ଛା ହେଉଛି।

publive-image

‌ଧୋନିଙ୍କୁ ଚୟନ କରି ନଥିବାରୁ ବିସିସିଆଇକୁ ଲଜ୍ଜା ଲାଗିବା କଥା ବୋଲି ଆଉ ଜଣେ ଫ୍ୟାନ୍‌ କହିଛନ୍ତି। ବିସିସିଆଇ କ୍ରିକେଟ୍‌ର ଗୋଟିଏ ଯୁଗ ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ଚାହୁଁଛି। ଖାସ୍‌ ସେଥିପାଇଁ ଟି-୨୦ରୁ ଧୋନିଙ୍କୁ ବାଦ୍‌ ଦିଆଯାଇଛି। ତେବେ ଏହି ଯୁଗଟି ବିସିସିଆଇକୁ ଅନେକ କିଛି ଦେଇଛି ବୋଲି ଜଣେ ଫ୍ୟାନ୍‌ ଧୋନିଙ୍କ ୭ ନଂ ଜର୍ସିକୁ ଟ୍ୱିଟ୍‌ରରେ ଛାଡ଼ି ଏକଥା କହିଛନ୍ତି।

publive-image

ଅପର୍ଣ୍ଣା ନାମକ ଜଣେ ଟ୍ୱିଟର୍‌ ବ୍ୟବହାରକାରୀ କହିଛନ୍ତି, ବିସିସିଆଇ ପୂର୍ବରୁ ଅନେକ ସ୍ୱାର୍ଥପର ନିଷ୍ପତ୍ତି ନେବାର ନଜିର ରହିଥିଲା। ହେଲେ ଏବେ ସବୁ ସ୍ୱାର୍ଥପର ନିଷ୍ପତ୍ତିଠାରୁ ଧୋନିଙ୍କୁ ବାଦ୍ ଦେବା ନିଷ୍ପତ୍ତି ବଳିଗଲା। ଡିକେ(ଦିନେଶ କାର୍ତ୍ତି) ଓ ପନ୍ତ(ରିଷଭ ପନ୍ତ) ପୁଣି ଧୋନିଙ୍କ ସ୍ଥାନ ନେବେ? ଦେଖାଯାଉ, ସେମାନେ କେମିତି ପ୍ରଦର୍ଶନ କରୁଛନ୍ତି ? ଯଦି ସାହସ ଅଛି, ତା’ହେଲେ ଧୋନିଙ୍କୁ ୨୦୧୯ ବିଶ୍ୱକପ୍‌ ଦଳରୁ ବାହାର କରନ୍ତୁ। ଏହାପରେ ଯଦି ଟିମ୍‌ ଇଣ୍ଡିଆ ଲିଗ୍‌ ପର୍ଯ୍ୟାୟ ଜିତି ପାରିବ ତା’ହେଲେ ଆମେ ଜାଣିବୁ। ଧୋନିଙ୍କ ବିନା କ୍ରିକେଟ୍‌ ଅଧୁରା ବୋଲି ସେ କହିଛନ୍ତି।

publive-image

ଆଉ ଜଣେ କହିଛନ୍ତି, ଧୋନି ସର୍ବଦା ଧୋନି। କେହି ବି ତାଙ୍କର ସମକକ୍ଷ ହୋଇପାରିବେ ନାହିଁ। ବିରାଟ୍ କୋହଲିଙ୍କୁ ଦିନିକିଆ ଓ ଟି-୨୦ରେ ଧୋନି ହିଁ ମାର୍ଗ ଦେଖାଇଥାଆନ୍ତି। ଏବେ ତାଙ୍କ ଅନୁପସ୍ଥିତିରେ ନାଁ ରୋହିତ କିମ୍ବା ବିରାଟ୍‌ କେହି ବି ଭଲ ଅଧିନାୟକତ୍ୱ କରିପାରିବେ ନାହିଁ। ରିଭ୍ୟୁ ବେଳେ ସେମାନେ କାହାର ପରାମର୍ଶ ନେବେ ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe