Advertisment

ଭାରତ ବିଶ୍ୱକପ୍ ଜିତିଲେ ୧୦୦ କୋଟି ଟଙ୍କା ଦାନ କରିବେ ଏହି କମ୍ପାନୀ CEO

"ଗତଥର ୨୦୧୧ ମସିହାରେ ଭାରତ ବିଶ୍ୱକପ ଜିତିବା ସମୟରେ ମୁଁ କଲେଜରେ ପଢୁଥିଲି, ଏହା ମୋ ଜୀବନର ସବୁଠୁ ଖୁସିର ଦିନ ଥିଲା..."

Stadium

Stadium

Advertisment

ଆସନ୍ତାକାଲି ବିଶ୍ୱକପ ଫାଇନାଲ୍ ଫାଇଟ୍। ଅନ୍ତିମ ମୁକାବିଲାରେ ଆମ୍ନାସାମ୍ନି ହେଉଛନ୍ତି ଭାରତ ଓ ଅଷ୍ଟ୍ରେଲିଆ। ଏହି ହାଇଭୋଲଟେଜ୍ ମ୍ୟାଚ୍ ଉପରେ ରହିଛି ପୂରା ବିଶ୍ୱର ନଜର। ମ୍ୟାଚ୍ ପୂର୍ବରୁ ଏକ ବଡ ଘୋଷଣା କରିଛନ୍ତି 'ଆଷ୍ଟ୍ରୋଟକ' ସିଇଓ ପୁନୀତ ଗୁପ୍ତା।

Advertisment

ସେ କହିଛନ୍ତି, "ଯଦି ଭାରତ ବିଶ୍ୱକପ ଜିତେ ତେବେ ତାଙ୍କ ବ୍ୟବହାରକୀଙ୍କୁ ୧୦୦ କୋଟି ଟଙ୍କା ଦାନ କରିବେ। ଏହି ଘୋଷଣା ସହ ୨୦୧୧ ମସିହା ବିଶ୍ୱକପ ସମୟର ସ୍ମୃତି ଶେଆର କରିଛନ୍ତି ଗୁପ୍ତା।"

ଲିଙ୍କଡଇନ୍‌ରେ ଏକ ହୃଦୟସ୍ପର୍ଶୀ ପୋଷ୍ଟରେ ସେ କହିଛନ୍ତି , "ଗତଥର ୨୦୧୧ ମସିହାରେ ଭାରତ ବିଶ୍ୱକପ ଜିତିବା ସମୟରେ ମୁଁ କଲେଜରେ ପଢୁଥିଲି, ଏହା ମୋ ଜୀବନର ସବୁଠୁ ଖୁସିର ଦିନ ଥିଲା।" ମ୍ୟାଚ୍‌କୁ ନେଇ ସେତେବେଳେ ରୋମାଞ୍ଚକର ପରିସ୍ଥିତିକୁ ମନେ ପକାଇ ଗୁପ୍ତା କହିଛନ୍ତି, "ବିଶ୍ୱକପ ପୂର୍ବଦିନ ରାତିରେ ଆମେ ଠିକରେ ଶୋଇନଥିଲୁ।" 

Advertisment

"ସାଙ୍ଗମାନଙ୍କ ସହ ଏକାଠି ବସି ମ୍ୟାଚ୍ ଦେଖିଥିଲି। ଟିମ୍ ଇଣ୍ଡିଆ ଜିତିବା ପରେ ଖୁବ୍ ଖୁସି ଲାଗିଥିଲା। ସାଙ୍ଗମାନଙ୍କୁ ଖୁସିରେ କୁଣ୍ଡାଇ ପକାଇଥିଲି। ପର ଦିନ ବାଇକ୍ ଯୋଗେ ଚଣ୍ଡିଗଡର ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ଅଜଣା ଲୋକଙ୍କ ସହ ନାଚକୁଦ କରିଥିଲୁ। ସେମାନଙ୍କ ସହ ବିଶ୍ୱକପ ବିଜୟୀ ଖୁସି ଭାଙ୍ଗଡା ନାଚି ମନାଇଥିଲୁ।"

ଗତ ଥର ମୋର କିଛି ସାଙ୍ଗ ଥିଲେ, ଯେଉଁମାନଙ୍କ ସହିତ ଖୁସି ମନାଇ ପାରିଥିଲି। ବର୍ତ୍ତମାନ ଆମର ଅନେକ ଆଷ୍ଟ୍ରୋଟକ୍ ବ୍ୟବହାରକାରୀ ଅଛନ୍ତି, ଯେଉଁମାନେ ପ୍ରକୃତ ବନ୍ଧୁ। ତେଣୁ ମୁଁ ସେମାନଙ୍କ ସହ ଖୁସି ଶେଆର୍ କରିବାକୁ ଭାବିଲି। ଏଥିପାଇଁ ମୁଁ ମୋର ଫାଇନାନ୍ସ ଟିମ୍ ସହ କଥାବାର୍ତ୍ତା କଲି, ଯଦି ଭାରତ ବିଶ୍ୱକପ ଟ୍ରଫି ଜିତେ ତେବେ ଆମେ ଆମ ୟୁଜରଙ୍କ ମଧ୍ୟରେ ୧୦୦ କୋଟି ଟଙ୍କା ବାଣ୍ଟିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସିଇଓ ପୁନୀତ ଗୁପ୍ତା। 

World Cup 2023 Astrotalk CEO Astrotalk World Cup ICC WC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe