Advertisment

'ଫାଇନାଲ ମ୍ୟାଚ୍ ଗୁଜରାଟ ବଦଳରେ ଲକ୍ଷ୍ନୌରେ ହୋଇଥିଲେ ଜିତିଥାନ୍ତା ଭାରତ'

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିଲା ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ୍।

ଅଦ୍ୟତନ ହୋଇଛି
Akhilesh Yadav

Akhilesh Yadav

Advertisment

ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତର ପରାଜୟକୁ ନେଇ ସବୁଠି ଆଲୋଚନା। ଏତେ ଭଲ ପ୍ରଦର୍ଶନ ସତ୍ତ୍ୱେ ଦଳ କାହିଁକି ଫାଇନାଲରେ ହାରିଗଲା ତା'ର କାରଣ ଖୋଜୁଛନ୍ତି କ୍ରିକେଟ ପଣ୍ଡିତ। ଏହାରି ମଧ୍ୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଭାରତ ପରାଜୟ ପଛର କାରଣ ଦର୍ଶାଇଛନ୍ତି।

Advertisment

ଅଖିଳେଶ ଯାଦବ କହିଛନ୍ତି, 'ଯଦି ଫାଇନାଲ୍ ମ୍ୟାଚ୍ ଗୁଜରାଟ ପରିବର୍ତ୍ତେ ଲକ୍ଷ୍ନୌରେ ହୋଇଥାନ୍ତା ତେବେ ଭାରତ ବିଜୟୀ ହୋଇଥାନ୍ତା। ଫାଇନାଲ ମ୍ୟାଚ୍ ଗୁଜରାଟରେ ଖେଳାନଯାଇ ଲକ୍ଷ୍ନୌରେ ଖେଳା ଯାଇଥିଲେ ଟିମ୍ ଇଣ୍ଡିଆକୁ ଅନେକଙ୍କ ଆଶୀର୍ବାଦ ମିଳିଥାନ୍ତା...।

ସେ ଆହୁରି କହିଛନ୍ତି, ଯଦି ମ୍ୟାଚ୍ ଲକ୍ଷ୍ନୌରେ ହୋଇଥାନ୍ତା, ତେବେ ଖେଳାଳିମାନଙ୍କୁ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ସହ ଅଟଳ ବିହାରୀ ବାଜପେୟୀଙ୍କ ଆଶିର୍ବାଦ ମିଳିଥାନ୍ତା ଏବଂ ଭାରତ ବିଜୟୀ ହୋଇଥାନ୍ତା। ଏବେ ଶୁଣିବାକୁ ମିଳୁଛି ଯେ, ପିଚ୍‌ରେ କିଛି ସମସ୍ୟା ରହୁଛି ବୋଲି ଅଖିଳେଶ ଯାଦବ କହିଛନ୍ତି।

Advertisment

ନଭେମ୍ବର ୧୯ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିଲା ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ୍। ପୂରା ବିଶ୍ୱକପ ଯାତ୍ରାରେ ୧୦ରୁ ୧୦ ମ୍ୟାଚ୍ ଜିତିଥିବା ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଭେଟିଥିଲା। ମାତ୍ର କଙ୍ଗାରୁ ବାହିନୀ ଅତି ସହଜରେ ଭାରତକୁ ମାତ୍ ଦେଇ ଷଷ୍ଠ ଥର ପାଇଁ ବିଶ୍ୱ ବିଜୟୀ ହୋଇଯାଇଛି।  

Akhilesh Yadav CWC 2023 ICC WC World Cup Final India Vs Aus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe