Advertisment

ICC ପ୍ରମୋରେ ଓଡ଼ିଆ ପୁଅ, ସାରା ବିଶ୍ୱ ଦେଖିଲା ତାଙ୍କ ଟାଟୁ

୨୦୧୯ ମସିହାରେ ସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚ ପୂର୍ବରୁ ବିଶାଖାପାଟଣାରେ ବିରାଟଙ୍କୁ ସାକ୍ଷାତ କରିଥିଲେ ପିଣ୍ଟୁ।

author-image
Tapaswini Nayak
ଅଦ୍ୟତନ ହୋଇଛି
Virat Kohali with Pintu

Virat Kohali with Pintu

ଗଞ୍ଜାମ ଜିଲ୍ଲାର ପିଣ୍ଟୁ ବେହେରା ବିଶ୍ୱକପ୍ କ୍ରିକେଟ୍ ପାଇଁ ICC ପକ୍ଷରୁ ହୋଇଥିବା ଅଫିସିଆଲ୍ ପ୍ରମୋରେ ସ୍ଥାନ ପାଇଛନ୍ତି। ପିଣ୍ଟୁ ଦେହ ସାରା ବିରାଟଙ୍କ ଟାଟୁ କରିଛନ୍ତିା ଆଉ ଏହି ଟାଟୁ ଜରିଆରେ ସେ ଏବେ ଏହି ପ୍ରମୋରେ ସ୍ଥାନ ପାଇଛନ୍ତିା  ବିରାଟଙ୍କ ଫ୍ୟାନ୍ ଭାବେ ପିଣ୍ଟୁ ଜଣାଶୁଣା। 

Advertisment

ନିଜ ଜିଲ୍ଲାରେ ପିଣ୍ଟୁ ଯେତେ ପରିଚିତ ନୁହଁନ୍ତି ତା’ଠୁ ଅଧିକ ବିରାଟଙ୍କ ଫ୍ୟାନ୍‌ ଭାବେ ଏବେ ସାରା ବିଶ୍ୱରେ ପରିଚିତ ହୋଇପାରିଛନ୍ତି। କାରଣ ନିଜ ଦେହସାରା ବିରାଟଙ୍କ ଟାଟୁ ଆଙ୍କି ସେ ଅନେକ ପ୍ରଶଂସା ସାଉଁଟିଛନ୍ତି। ଆଉ ଏବେ ସେ ବିଶ୍ୱ ଦରବାରରେ ସ୍ଥାନ ପାଇଛନ୍ତି। 

ପିଣ୍ଟୁ ନିଜ ପିଠି, ହାତ, ଛାତି ଓ ପେଟରେ ବିରାଟଙ୍କ ଟାଟୁ କରିଛନ୍ତିା ICCର ଏହି ପ୍ରମୋରେ ପିଣ୍ଟୁଙ୍କ ସହ ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍ ସୁଧିର ଚୌଧୁରୀ, ବିଶ୍ୱର ଅନ୍ୟ ବଛା ବଛା ଖେଳାଳି ଥିବା ବେଳେ ଏହାର ଭଏସ୍ ଦେଇଛନ୍ତି ବାଦଶାହ ଶାହରୁଖ।

Advertisment
Pintu                   ପିଣ୍ଟୁ ବେହେରା

ପିଣ୍ଟୁଙ୍କ ପ୍ରମୋ ସୁଟ୍ ବେଳର ନିଜର ଅନୁଭୂତି ବଖାଣିଛନ୍ତି। ସେ କହିଛନ୍ତି, ICC ପକ୍ଷରୁ ମୋତେ ପ୍ରମୋ ସୁଟିଂ କରିବା ପାଇଁ ଫୋନ୍‌ ଆସିଥିଲା। ମୋତେ ପ୍ରମୋ କରିବ କି ନାହିଁ ପଚରାଯାଇଥିଲା। ମୁଁ ସଙ୍ଗେ ସଙ୍ଗେ ହଁ ମାରିଥିଲି। ସେମାନେ ଦେଇଥିବା ନିର୍ଦ୍ଧାରିତ ତାରିଖରେ ମୁମ୍ବାଇରେ ପହଞ୍ଚି ପ୍ରମୋ ସୁଟିଂ କରିଥିଲି। ୩ରୁ ୪ ଘଣ୍ଟା ପ୍ରମୋ ସୁଟିଂ ହୋଇଥିଲା। ମୋତେ ସେଠାରେ ଡି.କେ ବୋଲି ଡାକନ୍ତି। ମୁଁ ସେଠାରେ ଅନ୍ୟ କ୍ରିକେଟରଙ୍କ ସହ ମିଶିଥିଲି। ସେମାନେ ମୋ ଦେହରେ ବିରାଟଙ୍କ ଟାଟୁ ଦେଖି ଖୁସି ଅନୁଭବ କରିଥିଲେ। ଆଗକୁ ୱାର୍ଲ୍‌ଡ କପ୍ ଥିବାରୁ ମୁଁ ନିଜକୁ ପ୍ରସ୍ତୁତ କରୁଛି। ମୁଁ ବିରାଟ୍‌ ସାର୍‌ଙ୍କ ପରି ବଡି ବନାଇବା ପାଇଁ ଚାହୁଁଛି।

ସେ ଆହୁରି କହିଛନ୍ତି, ମୁଁ ବିରାଟ ସାର୍‌ଙ୍କ ସହ ସାକ୍ଷାତ କରିବାର ଆଶା ଥିଲା। ସେହି ଆଶା ପୂରଣ ହେବା ପରେ ମୁଁ ନିଜକୁ ବିରାଟ ସାର୍‌ଙ୍କର ବଡ଼ ଫ୍ୟାନ୍ ପାଲଟିଯାଇଛି। ମୋ ଶରୀରର ଚାରିଆଡ଼େ ବିରାଟ ସାରଙ୍କ ଟାଟୁ କରିଛି। ମୁଁ ଆଇପିଏଲରେ ମଧ୍ୟ ସୁଟ୍‌ କରିଛି।

୨୦୧୯ ମସିହାରେ ସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚ ପୂର୍ବରୁ ବିଶାଖାପାଟଣାରେ ବିରାଟଙ୍କୁ ସାକ୍ଷାତ କରିଥିଲେ ପିଣ୍ଟୁ। ତାଙ୍କ ଶରୀରରେ ନିଜର ୧୪ଟି ଟାଟୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବିରାଟ। ତାଙ୍କୁ ଖୁସିରେ କୁଣ୍ଡାଇ ପକାଇଥିଲେ।  ବିରାଟଙ୍କର ବହୁ ଫ୍ୟାନ୍‌ ଥିବା ବେଳେ ପିଣ୍ଟୁ ବିରାଟଙ୍କ ବଡ଼ ଫ୍ୟାନ୍‌ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା।

ଆସନ୍ତା ଅକ୍ଟୋବରରେ ଖେଳା ହେବାକୁ ଯାଉଛି ୱାର୍ଲ୍‌ଡ କପ୍। ଏଥିପାଇଁ ଅଫିସିଆଲ ପ୍ରମୋ ରିଲିଜ୍ ହୋଇଯାଇଛି। ଏହି ଅଫିସିଆଲ ପ୍ରମୋରେ ଭାରତର ଦୁଇ ଜଣ ବ୍ୟକ୍ତି ସ୍ଥାନ ପାଇଥିଲେ। ଖୁସି କଥାର ଯେ ଏହି ଦୁଇ ଜଣଙ୍କ ଭାରତୀୟଙ୍କ ମଧ୍ୟରେ ପିଣ୍ଟୁ ସ୍ଥାନ ପାଇଛନ୍ତି।

Virat Kohli ICC