Advertisment

ବିଶ୍ୱକପରୁ ବାଦ୍ ପଡିବା ପରେ ଇମୋସନାଲ୍ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ଗତ ୧୯ ତାରିଖରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା।

author-image
Debibandita Barick
ଅଦ୍ୟତନ ହୋଇଛି
Hardik Pandya

Hardik Pandya

ବିଶ୍ୱକପ୍ ଅଧାରୁ ଦଳରେ ସାମିଲ୍ ନ ହେବାକୁ ସହଜରେ ହଜମ କରିପାରୁନାହାନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା। ସୋଶାଲ୍ ମିଡିଆରେ ଶେଆର୍ କଲେ ଦୁଃଖଭରା ପୋଷ୍ଟ। ବିଶ୍ୱ କପ୍ ଯାତ୍ରାରେ ଆଗକୁ ସାମିଲ୍ ହୋଇ ନପାରିବାକୁ 'ସହଜରେ ହଜମ୍ କରିପାରୁ ନାହିଁ' ବୋଲି ପାଣ୍ଡ୍ୟା ପୋଷ୍ଟରେ ଲେଖିଛନ୍ତି। 

Advertisment

ଏକ୍ସ(ପୂର୍ବର ଟ୍ୱିଟର)ରେ ଏକ ପୋଷ୍ଟ୍ ଶେଆର୍ କରି ପାଣ୍ଡ୍ୟା ଲେଖିଛନ୍ତି, "ବିଶ୍ୱକପ୍‌ର ଅବଶିଷ୍ଟ ମ୍ୟାଚରେ ସାମିଲ୍ ହେବାରୁ ମୁଁ ବଞ୍ଚିତ ରହିବି ବୋଲି ହଜମ କରିବା ମୋ ପାଇଁ କଷ୍ଟକର। ଆଗକୁ ଦଳ ସହ ରହିବି, ପ୍ରତ୍ୟେକ ମ୍ୟାଚର ପ୍ରତିଟି ବଲରେ ସେମାନଙ୍କୁ ଉତ୍ସାହିତ କରିବି।" 

Advertisment

ଏଥିସହ ତାଙ୍କ ସୁସ୍ଥତା ପାଇଁ କାମନା କରିଥିବା ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ପାଣ୍ଡ୍ୟା। ସେ ବର୍ତ୍ତମାନର ଟିମ୍ ପ୍ଲେୟରଙ୍କୁ ଖୁବ୍ ସ୍ପେଶାଲ୍ ବୋଲି କହିଛନ୍ତି ଏବଂ ସେ ନିଶ୍ଚିତ ଯେ, ସେମାନେ ବିଶ୍ୱକପରେ ଭାରତକୁ ଗର୍ବିତ କରାଇବେ। 

ଗତ ୧୯ ତାରିଖରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ତାଙ୍କ ଗୋଇଠିରେ ଆଘାତ ଲାଗିବାରୁ ମ୍ୟାଚ ଅଧାରୁ ପଡ଼ିଆ ଛାଡ଼ିଥିଲେ। ପ୍ରାଥମିକ ଚିକିତ୍ସା ପରେ ପାଣ୍ଡ୍ୟାଙ୍କର ସ୍କାନ୍ କରାଯାଇଥିଲା। ସେ ସୁସ୍ଥ ହୋଇ ଅବଶିଷ୍ଟ ମ୍ୟାଚରେ ଯୋଗେଦେବେ ବୋଲି ଆଶା ରଖିଥିଲେ ଫ୍ୟାନ୍ସ।

କିନ୍ତୁ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଫଳରେ ବିଶ୍ୱକପର ଅବଶିଷ୍ଟ ମ୍ୟାଚରୁ ବାଦ୍ ପଡିଛନ୍ତି ପାଣ୍ଡ୍ୟା। ତାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ୍ କରାଯାଇଛି।

ଚଳିତ ବିଶ୍ୱକପରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି। ଦଳ ଏପର୍ଯ୍ୟନ୍ତ  ୭ଟି ମ୍ୟାଚ ଖେଳିଥି ଅପରାଜୟ ରହିଛି। ଆସନ୍ତାକାଲି ଦଳ ଦକ୍ଷିଣ ଆଫ୍ରିକକୁ ଭେଟିବ। ପରେ ନଭେମ୍ବର ୧୨ରେ ନେଦରଲାଣ୍ଡ୍ ସହ ମ୍ୟାଚ୍ ରହିଛି। ଶେଷ ଥର ପାଇଁ ଶ୍ରୀଲଙ୍କା ବିପକ୍ଷରେ ବିଶାଳ ବିଜୟ ସହ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ୧୫ କିମ୍ବା ୧୬ ତାରିଖରେ ସେମିଫାଇନାଲ ଓ ୧୯ ତାରିଖରେ ଫାଇନାଲ ମୁକାବିଲା ହେବ।

Hardik Pandya World Cup 2023 ICC WC