Advertisment

୧୦ ଛକା ସହ ୫୦ ବଲରେ ଶତକ ମାରିଲେ ଶ୍ରେୟସ ଆୟର

ଆୟରଙ୍କ ବିସ୍ଫୋରକ ଇନିଂସ ଯୋଗୁ ମୁମ୍ବାଇ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ହରାଇ ବିଶାଳ ୩୮୨ ରନ କରିଛି।

Shreyas Iyer

Shreyas Iyer

Advertisment

ମୁମ୍ବାଇ ଅଧିନାୟକ ଶ୍ରେୟସ ଆୟର ବିଜୟ ହଜାରେ ଟ୍ରଫିରେ ନିଜର ଜଲୱା ଦେଖାଇଛନ୍ତି। ଶନିବାର କର୍ଣ୍ଣାଟକା ବିପକ୍ଷ ମ୍ୟାଚ୍‌ରେ ଆୟରଙ୍କ ବିସ୍ଫୋରଣ ଦେଖିବାକୁ ମିଳିଛି। ନିକଟରେ ରେକର୍ଡ ୨୬.୭୫ କୋଟି ଟଙ୍କାରେ ପଞ୍ଜାବ କିଙ୍ଗସ ପକ୍ଷରୁ କଣାଯାଇଥିବା ଆୟର ଆଜି ବିଜୟ ହଜାରେ ଟ୍ରଫିରେ ୫୫ ବଲରେ ଅପରାଜିତ ୧୧୪ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ତାଙ୍କ ବ୍ୟାଟରୁ ୪ଟି ଚୌକା ଓ ୧୦ଟି ବିଶାଳ ଛକା ଦେଖିବାକୁ ମିଳିଛି।

Advertisment

ଆୟରଙ୍କ ବିସ୍ଫୋରକ ଇନିଂସ ଯୋଗୁ ମୁମ୍ବାଇ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ହରାଇ ବିଶାଳ ୩୮୨ ରନ କରିଛି। ୩୦ ବର୍ଷୀୟ ଆୟର ଚଳିତ ଘରୋଇ ସିଜିନରେ ନିୟମିତ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ତାଙ୍କ ନେତୃତ୍ୱରେ ମୁମ୍ବାଇ ନିକଟରେ ସୟଦ ମୁସ୍ତାକ ଅଲୀ ଟ୍ରଫି ମଧ୍ୟ ଜିତିଥିଲା।

ଏବେ ସେ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଆରମ୍ଭରୁ କମାଲ କରିଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍‌ରେ ମୁମ୍ବାଇର ସ୍କୋର ୨୯.୫ ଓଭର ସୁଦ୍ଧା ୧୪୮/୨ ଥିବା ବେଳେ ଆୟର ବ୍ୟାଟିଂ କରିବାକୁ ଆସିଥିଲେ। ଆୟୁଷ ମହାତ୍ରେ ୭୮ ରନ କରି ଆଉଟ ହେବା ପରେ ଆୟର ଦାୟିତ୍ୱ ସମ୍ଭାଳିଥିଲେ। କିନ୍ତୁ ଆଉଟ ହେବା ପୂର୍ବରୁ ମହାତ୍ରେ ଦ୍ୱିତୀୟ ୱିକେଟ ପାଇଁ ହାର୍ଦ୍ଦିକ ତାମୋରେ(୮୪)ଙ୍କ ସହ ମିଶି ୧୪୧ ରନ ଯୋଡ଼ିଥିଲେ।

Advertisment

ମହାତ୍ରେଙ୍କ ପରେ କ୍ରିଜକୁ ଆସିଥିବା ଆୟର ଆରମ୍ଭରୁ ଆଟାକିଂ ଖେଳିଥିଲେ। ତାଙ୍କୁ ଶିବମ ଦୁବେ ଭରପୂର ସାଥ ଦେଇଥିଲେ। ଉଭୟ ୧୪୮ ରନର ଭାଗିଦାରୀ କରି ମୁମ୍ବାଇକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ।

ଦୁବେଙ୍କ ବ୍ୟାଟରୁ ୫ଟି ଛକା ଓ ୫ଟି ଚୌକା ଦେଖିବାକୁ ମିଳିଛି। ସେ ଆୟରଙ୍କ ଭଳି ଶେଷ ଯାଏ ୩୬ ବଲରେ ୬୩ ରନ କରି ଅପରାଜିତ ରହିଥିଲେ। ଭାରତର ଟି-୨୦ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ କେବଳ ୧୬ ବଲରେ ୨୦ ରନ କରିଛନ୍ତି।

Bcci Shreyas Iyer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe