Advertisment

ଆଇପିଏଲ: ପଞ୍ଜୀକରଣ କରିଛନ୍ତି ୧୦୯୭ ଖେଳାଳି, ନିଲାମ ହେବେ ସର୍ବାଧିକ ୬୧ ଜଣ

ଚେନ୍ନାଇ: ଆସନ୍ତା ୧୮ ତାରିଖରେ ଆଇପିଏଲର ୧୪ତମ ସଂସ୍କରଣ ପାଇଁ ଖେଳାଳି ନିଲାମ ହେବ। ଚେନ୍ନାଇରେ ଆରମ୍ଭ ହେବାକୁ ଥିବା ଏହି ନିଲାମ ପ୍ରକ୍ରିୟାରେ ମୋଟ ୧୦୯୭ ଜଣ ଖେଳାଳି ସାମିଲ ହେବେ। ସବୁଠାରୁ ଅଧିକ ଖେଳାଳି ୱେଷ୍ଟଇଣ୍ଡିଜ(୫୬)ର ରହିଛନ୍ତି। ଏହା ପଛକୁ ଅଷ୍ଟ୍ରେଲିଆର ୪୨ ଜଣ ଓ ଦକ୍ଷିଣ ଆଫ୍ରିକାର ୩୮ ଜଣ ଖେଳାଳି ଅଛନ୍ତି। ନିଲାମ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଗୁରୁବାର ରାତିରେ ଶେଷ ହୋଇଯାଇଛି। ପଞ୍ଜୀକରଣ କରିଥିବା ଖେଳାଳିଙ୍କ ମଧ୍ୟରେ ୨୧ ଭାରତୀୟଙ୍କ […]

ଆଇପିଏଲ: ପଞ୍ଜୀକରଣ କରିଛନ୍ତି ୧୦୯୭ ଖେଳାଳି, ନିଲାମ ହେବେ ସର୍ବାଧିକ ୬୧ ଜଣ

cyf

Advertisment

ଚେନ୍ନାଇ: ଆସନ୍ତା ୧୮ ତାରିଖରେ ଆଇପିଏଲର ୧୪ତମ ସଂସ୍କରଣ ପାଇଁ ଖେଳାଳି ନିଲାମ ହେବ। ଚେନ୍ନାଇରେ ଆରମ୍ଭ ହେବାକୁ ଥିବା ଏହି ନିଲାମ ପ୍ରକ୍ରିୟାରେ ମୋଟ ୧୦୯୭ ଜଣ ଖେଳାଳି ସାମିଲ ହେବେ। ସବୁଠାରୁ ଅଧିକ ଖେଳାଳି ୱେଷ୍ଟଇଣ୍ଡିଜ(୫୬)ର ରହିଛନ୍ତି। ଏହା ପଛକୁ ଅଷ୍ଟ୍ରେଲିଆର ୪୨ ଜଣ ଓ ଦକ୍ଷିଣ ଆଫ୍ରିକାର ୩୮ ଜଣ ଖେଳାଳି ଅଛନ୍ତି।

Advertisment

ନିଲାମ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଗୁରୁବାର ରାତିରେ ଶେଷ ହୋଇଯାଇଛି। ପଞ୍ଜୀକରଣ କରିଥିବା ଖେଳାଳିଙ୍କ ମଧ୍ୟରେ ୨୧ ଭାରତୀୟଙ୍କ ସହ ୨୦୭ ଜଣ ଅନ୍ତର୍ଜାତୀୟ ଖେଳାଳି ରହିଛନ୍ତି। ନିଲାମ ପ୍ରକ୍ରିୟାରେ ଆସୋସିଏଟ ନେଶନର ୨୭ ଜଣ ଖେଳାଳି ବି ଅଛନ୍ତି। ସେହିପରି ୭୪୩ ଜଣ ଭାରତୀୟ ଓ ୬୮ ଜଣ ବିଦେଶୀ ଅନକ୍ୟାପଡ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହେବେ।

ନିଲାମ ପ୍ରକ୍ରିୟାରେ ଏମିତି ୫୦ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ଭାରତ ପାଇଁ ଖେଳି ନଥିଲେ ହେଁ ଅତିକମରେ ଗୋଟିଏ ଆଇପିଏଲ ଖେଳିଛନ୍ତି। ଆଇପିଏଲ ପକ୍ଷରୁ କୁହାଯାଇଛି ଯେ ମୋଟ ୧୦୯୭ ଜଣ ନିଲାମ ପ୍ରକିୟାରେ ସାମିଲ ହେବାକୁ ପଞ୍ଜୀକରଣ କରିଛନ୍ତି। ତେବେ ନିୟମ ଅନୁସାରେ ପ୍ରତି ଦଳ ସର୍ବାଧିକ ୨୫ ଖେଳାଳିଙ୍କୁ ନିଜ ସ୍କ୍ୱାଡରେ ରଖି ପାରିବେ। ତେଣୁ ୧୮ ତାରିଖରେ ହେବାକୁ ଥିବା ନିଲାମରେ ୬୧ ଜଣ ଖେଳାଳି କିଣା ହେବ। ଏମାନଙ୍କ ମଧ୍ୟରେ ପ୍ରାୟ ୨୨ ଜଣ ବିଦେଶୀ ଖେଳାଳି ରହିପାରନ୍ତି। ୧୮ ତାରିଖ ଦିନ ୩ଟାରେ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Advertisment

ନିଲାମ ପ୍ରକ୍ରିୟାରେ ଆଫଗାନିସ୍ତାନରୁ ୩୦ ଜଣ, ଅଷ୍ଟ୍ରେଲିଆରୁ ୪୨ ଜଣ, ବାଂଲାଦେଶରୁ ୫ ଜଣ, ଇଂଲଣ୍ଡରୁ ୨୧ ଜଣ, ଆୟର୍ଲ୍ୟାଣ୍ଡରୁ ୨ ଜଣ, ନେପାଳରୁ ୮ ଜଣ, ନେଦରଲ୍ୟାଣ୍ଡସରୁ ୧, ନ୍ୟୁଜଲ୍ୟାଣ୍ଡରୁ ୨୯, ସ୍କଟଲ୍ୟାଣ୍ଡରୁ ୭, ଦକ୍ଷିଣ ଆଫ୍ରିକାରୁ ୩୮, ଶ୍ରୀଲଙ୍କାରୁ ୩୧, ୟୁଏଇରୁ ୯, ଆମେରିକାରୁ ୨, ୱେଷ୍ଟଇଣ୍ଡିଜରୁ ୫୬ ଓ ଜିମ୍ବାୱେରୁ ୨ ଜଣ ଖେଳାଳି ପଞ୍ଜୀକରଣ କରିଛନ୍ତି।

ଅନ୍ୟପକ୍ଷରେ ଆଇପିଏଲା ନିଲାମୀ ପୂର୍ବରୁ ସବୁ ପ୍ରାଞ୍ଚାଇଜ୍‌ ଏକାଧିକ ଖେଳାଳିଙ୍କୁ ରିଲିଜ୍‌ କରିଛନ୍ତି। ଏହି ରିଲିଜ ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, ଆରୋନ ଫିଞ୍ଚ ଓ ଦକ୍ଷିଣ ଆଫ୍ରିକାର କ୍ରିସ ମୋରିସ ରହିଛନ୍ତି।

ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା କିଙ୍ଗସ ଏକାଦଶ ପଞ୍ଜାବ ପାଖରେ ସର୍ବାଧିକ ୫୩.୨୦ କୋଟି ଟଙ୍କା ଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଖରେ ୩୫.୯୦ କୋଟି, ରାଜସ୍ଥାନ ରୟାଲ୍ସ ପାଖରେ ୩୪.୮୫ କୋଟି, କୋଲକାତା ନାଇଟ ରାଇଡର୍ସ ପାଖରେ ୧୦.୮୫ କୋଟି ଓ ସନରାଇଜର୍ସ ହାଇଦ୍ରାବାଦ ପାଖରେ ୧୦.୭୫ କୋଟି ଟଙ୍କା ରହିଛି। ଏହି ଅର୍ଥରେ ସେମାନେ ନିଲାମ ପ୍ରକ୍ରିୟା ବେଳେ ଖେଳାଳି କିଣିପାରିବେ।

ସେହିପରି ଚେନ୍ନାଇ ସୁପର କିଙ୍ଗସ ପାଖରେ ୨୨.୯ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ୧୫.୩୫ କୋଟି ଓ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ସବୁଠାରୁ କମ ମାତ୍ର ୯ କୋଟି ଟଙ୍କା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe