Advertisment

ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ୧୧ ହଜାରରୁ ଅଧିକ ସୁରକ୍ଷାକର୍ମୀ, ମୁତୟନ ହେବେ ଏନଏସଜି

୧ ଲକ୍ଷରୁ ଅଧିକ ଲୋକ ବସି ପାରୁଥିବା ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ଲଢ଼େଇ କରିବେ। ଏଥିପାଇଁ ସବୁ ଟିକେଟ ବିକ୍ରି ମଧ୍ୟ ହୋଇ ସାରିଛି।

INDIA

INDIA

Advertisment

ଚଳିତ ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଶନିବାର ଖେଳାଯିବ। ଗୋଟିଏ ପଟେ ଭାରତ ଓ ଅନ୍ୟପଟେ ରହିବ ପାକିସ୍ତାନ। ଏହି ହାଇଭୋଲଟେଜ ମ୍ୟାଚ୍‌ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଲାଗି ରହିଛି।

Advertisment

୧ ଲକ୍ଷରୁ ଅଧିକ ଲୋକ ବସି ପାରୁଥିବା ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ଲଢ଼େଇ କରିବେ। ଏଥିପାଇଁ ସବୁ ଟିକେଟ ବିକ୍ରି ମଧ୍ୟ ହୋଇ ସାରିଛି।

ମ୍ୟାଚ୍‌ ପାଇଁ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାରେ ୧୧ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହେବେ। ଗୁଜରାଟ ପୁଲିସ୍‌ ସହ ଆରଏଏଫ, ଏନଏସଜି ଓ ହୋମଗାର୍ଡର ୧୧ ହଜାର ଯବାନ ଅହମଦାବାଦ ଓ ନରେନ୍ଦ୍ର ମୋଦି ଷ୍ଟାଡିୟମର ସୁରକ୍ଷା ଦାୟିତ୍ୱରେ ରହିବେ। ସମ୍ଭାବ୍ୟ ବିପଦ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ବିଗତ ୨୦ ବର୍ଷ ମଧ୍ୟରେ କୌଣସି କ୍ରିକେଟ ମ୍ୟାଚ୍‌କୁ ନେଇ ଅହମଦାବାଦରେ କେବେ ହେଲେ ସାଂପ୍ରଦାୟିକ ହିଂସା ଦେଖିବାକୁ ମିଳିନାହିଁ। ତଥାପି ସହରର ସଂପ୍ରଦାୟ ଦୃଷ୍ଟିରୁ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ ବୋଲି ଅହମଦାବାଦ ପୁଲିସ୍‌ କମିଶନର ଜିଏସ୍‌ ମଲିକ ସୂଚନା ଦେଇଛନ୍ତି।

ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌କୁ ବିନା କୌଣସି ବିଭ୍ରାଟରେ ଶେଷ କରିବା ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ରାଜ୍ୟର ଗୃହମନ୍ତ୍ରୀ ହର୍ଷ ସଙ୍ଘଭୀ, ରାଜ୍ୟର ଡିଜିପି ବିକାଶ ସାହାୟ, ଅହମଦାବାଦ ପୁଲିସ୍‌ କମିଶନର ଜିଏସ୍‌ ମଲିକ ଓ ଅନ୍ୟ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ। ଏହାପରେ ଭାରତ-ପାକିସ୍ତାନ ମ୍ୟାଚ୍‌ର ସୁରକ୍ଷା ବ୍ୟବସ୍ଥାକୁ ନେଇ ଜିଏସ୍‌ ମଲିକ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ମ୍ୟାଚ୍‌ ବେଳେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବ, ତା’କୁ ସୁନିଶ୍ଚିତ କରିବା ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବାକୁ ସେ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ଜଣେ ଅଜଣା ବ୍ୟକ୍ତି ଇ-ମେଲ ଯୋଗେ ଧମକପୂର୍ଣ୍ଣ ବାର୍ତ୍ତା ଦେଇଥିଲେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିବା ସେ କହିଛନ୍ତି।

ମ୍ୟାଚ୍‌କୁ ସରୁଖୁରରେ ସାରିବା ପାଇଁ ୭ ହଜାର ପୁଲିସ୍‌ କର୍ମଚାରୀଙ୍କ ସହ ୪ ହଜାର ହୋମଗାର୍ଡ ମୁତୟନ ହେବେ। ଏହା ବ୍ୟତୀତ ୩ଟି ହିଟ ଟିମ, ଏନଏସଜିର ଆଣ୍ଟି ଡ୍ରୋନ ଟିମ ଓ ବୋମା ନିଷ୍କ୍ରିୟକାରୀ ଟିମ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ।

ଆଇଜି ରାଙ୍କର ୪ ଜଣ ବରିଷ୍ଠ ପୁଲିସ୍‌ ଅଧିକାରୀ ଓ ୨୧ ଜଣ ଡିସିପି ରାଙ୍କର ଅଧିକାରୀ ମ୍ୟାଚ୍‌ ବେଳେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ। ରାଜ୍ୟ ରିଜର୍ଭ ପୁଲିସ୍‌ (ଏସଆରପି)ର ୧୩ କମ୍ପାନୀ ସହ ରାପିଡ ଆକ୍ସନ ଫୋର୍ସର ୩ କମ୍ପାନୀ ମଧ୍ୟ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବେ।

ଆରଏଏଫ ଯବାନମାନେ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ରହିବେ। ଷ୍ଟାଡିୟମରେ ଯଦି ଦଳାଚକଟା ପରିସ୍ଥିତି ହୁଏ, ତା’ହେଲେ ତା’ର ମୁକାବିଲା କରିବାକୁ ମଧ୍ୟ ବିସ୍ତୃତ ଯୋଜନା କରାଯାଇଥିବା ସେ କହିଛନ୍ତି।

ମ୍ୟାଚ୍‌ ବେଳେ ଯଦି କୌଣସି ରାସାୟନିକ ହମଲା କିମ୍ବା ଗ୍ୟାସ୍‌ ଲିକ୍‌ର ସ୍ଥିତି ଉପୁଜେ, ତା’ହେଲେ ଏହାର ମୁକାବିଲା ପାଇଁ ଏସଡିଆରଏଫ ଓ ଏନଡିଆରଏଫ ଟିମ ମଧ୍ୟ ରହିଛନ୍ତି।

Gujarat ICC ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe