Advertisment

୬,୬,୪,୬: ବିସ୍ଫୋରକ ରୂପ ଦେଖାଇଲେ ୧୩ ବର୍ଷୀୟ ସୂର୍ଯ୍ୟବଂଶୀ, ଭିଡିଓ ଦେଖନ୍ତୁ

ଏସିଆ କପ ସେମି ଫାଇନାଲରେ ସେ ବିସ୍ଫୋରକ ଇନିଂସ ଖେଳିବାରୁ ଭାରତ ୧୭୦ ବଲ ପୂର୍ବରୁ ୭ ୱିକେଟରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ରବିବାର ଦଳ ବାଂଲାଦେଶ ବିପକ୍ଷରେ ଫାଇନାଲ ଖେଳିବ।

india

india

Advertisment

ପୁଣି ଚର୍ଚ୍ଚାରେ ୧୩ ବର୍ଷ ବୟସ୍କ ଭାରତୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ। ବର୍ତ୍ତମାନ ଭାରତ ପାଇଁ ଅଣ୍ଡର ୧୯ ଏସିଆ କପ ଖେଳୁଥିବା ସୂର୍ଯ୍ୟବଂଶୀ ଆଜି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ନିଜର ବିସ୍ଫୋରକ ରୂପ ଦେଖାଇଛନ୍ତି। ଏସିଆ କପ ସେମି ଫାଇନାଲରେ ସେ ବିସ୍ଫୋରକ ଇନିଂସ ଖେଳିବାରୁ ଭାରତ ୧୭୦ ବଲ ପୂର୍ବରୁ ୭ ୱିକେଟରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ରବିବାର ଦଳ ବାଂଲାଦେଶ ବିପକ୍ଷରେ ଫାଇନାଲ ଖେଳିବ।

Advertisment

ବାମହାତୀ ସୂର୍ଯ୍ୟବଂଶୀ ଶ୍ରୀଲଙ୍କା ବିପକ୍ଷ ସେମି ଫାଇନାଲରେ ୩୬ ବଲର ସାମ୍ନା କରି ୬୭ ରନର ଇନିଂସ ଖେଳିଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ନିକଟରେ ସେ ସର୍ବକିନିଷ୍ଠ କ୍ରିକେଟର ଭାବେ ଆଇପିଏଲ ମେଗା ଅକ୍ସନରେ ସାମିଲ ହୋଇଥିଲେ। ତାଙ୍କୁ ରାଜସ୍ଥାନ ରୟାଲ୍ସ ୧.୧୦ କୋଟି ଟଙ୍କାରେ ମଧ୍ୟ କିଣିଛି।

କାହିଁକି ରାଜସ୍ଥାନ ୧୩ ବର୍ଷୀୟ କ୍ରିକେଟରଙ୍କୁ ଏତେ ଟଙ୍କାରେ କିଣିଥିଲା, ତା’ର ପ୍ରମାଣ ଆଜି ସୂର୍ଯ୍ୟବଂଶୀ ଦେଇଛନ୍ତି। ସେମି ଫାଇନାଲରେ ପ୍ରଥମେ ଭାରତୀୟ ବୋଲରମାନେ କମାଲ କରି ଶ୍ରୀଲଙ୍କାକୁ ୪୭ ଓଭର ଭିତରେ ୧୭୩ ରନରେ ଅଲଆଉଟ କରି ଦେଇଥିଲେ। ୧୭୪ ରନର ପିଛା କରୁଥିବା ଭାରତକୁ ସୂର୍ଯ୍ୟବଂଶୀ ବିସ୍ଫୋରକ ଷ୍ଟାର୍ଟ ଦେଇଥିଲେ। ସେ ଶ୍ରୀଲଙ୍କାର ବୋଲରଙ୍କୁ ଆରମ୍ଭରୁ ଆଟାକ କରିଥିଲେ।

Advertisment

ମାତ୍ର ୨୪ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟବଂଶୀ ତାଙ୍କ ଇନିଂସରେ ୬ଟି ଚୌକା ଓ ୫ଟି ଆକାଶ ଛୁଆଁ ଛକା ମାରିଛନ୍ତି। ତାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତକୁ ଇନିଂସର ଦ୍ୱିତୀୟ ଓଭରରେ ୩୧ ରନ ମିଳିଥିଲା।

ଦ୍ୱିତୀୟ ଓଭର ବୋଲିଂ କରୁଥିବା ଶ୍ରୀଲଙ୍କାର ଦୁଲନିତ ସିଗେରାଙ୍କୁ ସୂର୍ଯ୍ୟବଂଶୀ ପ୍ରଥମେ ୨ଟି ଛକା ଓ ତୃତୀୟ ବଲରେ ଚୌକା ମାରିଥିଲେ। ପରବର୍ତ୍ତୀ ବଲ ୱାଇଡରେ ଚୌକା ମିଳିଥିଲା। ଅର୍ଥାତ ଭାରତକୁ ୫ ରନ ମିଳିଥିଲା।

୪ର୍ଥ ବଲରେ କୌଣସି ରନ ମିଳି ନଥିଲା। ୫ମ ବଲ ତାଙ୍କ ବ୍ୟାଟରେ ବାଜି ନଥିଲେ ହେଁ ବାଇ ରୂପରେ ଭାରତକୁ ଆଉ ୪ ରନ ମିଳିଥିଲା। ଶେଷ ବଲରେ ସୂର୍ଯ୍ୟବଂଶୀ ପୁଣି ଗୋଟିଏ ଛକା ମାରିଥିଲେ। ଏପରି ଭାବେ ଭାରତ ଗୋଟିଏ ଓଭରରେ ୩୧ ରନ ହାସଲ କରିଥିଲା। ଭାରତର ସ୍କୋର ମଧ୍ୟ ୨ ଓଭର ଶେଷ ବଳକୁ ୪୫ରେ ପହଞ୍ଚି ଯାଇଥିଲା।

ସୂର୍ଯ୍ୟବଂଶୀ ଏକାକୀ ୬୭ ରନର ଇନିଂସ ଖେଳିଥିବା ବେଳେ ଅନ୍ୟତମ ଓପନର ଆୟୁଷ ମହାତ୍ରେ ୩୪ ରନ, ଅଧିନାୟକ ମହମ୍ମଦ ଅମନ ଅପରାଜିତ ୨୬ ଓ କେପି କାର୍ତ୍ତିକେୟ ଅପରାଜିତ ୧୧ ରନର ଇନିଂସ ଖେଳି ଭାରତକୁ ୨୩.୨ ଓଭରରେ ବିଜୟୀ ଭେଟି ଦେଇଛନ୍ତି।

ଏସିଆ କପର ପ୍ରଥମ ମ୍ୟାଚ୍‌ରେ ସୂର୍ଯ୍ୟବଂଶୀ ପାକିସ୍ତାନ ବିପକ୍ଷରେ ମାତ୍ର ୧ ରନ କରିଥିଲେ। ସେହିପରି ଜାପାନ ବିପକ୍ଷରେ ସେ ୨୩ ରନ କରିଥିଲେ। କିନ୍ତୁ ଶେଷ ଗ୍ରୁପ ମ୍ୟାଚ୍‌ରେ ସେ ୟୁଏଇ ବିପକ୍ଷରେ ଅପରାଜିତ ୭୬ ରନର ଇନିଂସ ଖେଳିଥିଲେ। ଆଜି ଶ୍ରୀଲଙ୍କା ବିପକ୍ଷରେ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ୬୭ ରନ ବାହାରିଛି।

ଭାରତ ରବିବାର ଏସିଆ କପର ଡିଫେଣ୍ଡିଂ ଚାମ୍ପିୟନ ବାଂଲାଦେଶକୁ ଫାଇନାଲରେ ଭେଟିବ।

IPL Vaibhav Suryavanshi U19 Asia Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe