Advertisment

Vaibhav Suryavanshi: ୭ ଛକା ଓ ୭ ଚୌକା: ୬୧ ବଲରେ ୧୦୮ ମାରି ଇତିହାସ ରଚିଲେ ସୂର୍ଯ୍ୟବଂଶୀ

ସେ ଏଯାଏ ୧୬ଟି ପ୍ରଫେସନାଲ ଟି-୨୦ ମ୍ୟାଚ୍‌ ଖେଳିଥିବା ବେଳେ ହାସଲ କରିଛନ୍ତି ତୃତୀୟ ଶତକ। ୬୧ ବଲରେ ୧୦୮ ରନ କରିଥିବା ବାମହାତୀ ବ୍ୟାଟର ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ୭ଟି ଚୌକା ଓ ୭ଟି ବିଶାଳ ଛକା।

author-image
Hemant Lenka
Bihar

ସୂର୍ଯ୍ୟବଂଶୀ

ପୁଣି ଚର୍ଚ୍ଚାରେ ୧୪ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ସୂର୍ଯବଂଶୀ ରଚିଛନ୍ତି ଇତିହାସ। ଭାରତର ଏହି ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଗର୍ଜିଛି ତାଙ୍କ ବ୍ୟାଟ। ବିହାର ପାଇଁ ଖେଳୁଥିବା ସୂର୍ଯ୍ୟବଂଶୀ(Vaibhav Suryavanshi) ମହାରାଷ୍ଟ୍ର ବିପକ୍ଷରେ ୬୧ ବଲରେ ଖେଳିଛନ୍ତି ବିସ୍ଫୋରକ ତଥା ଅପରାଜିତ ୧୦୮ ରନର ଇନିଂସ।

Advertisment

ଏହା ସୂର୍ଯ୍ୟବଂଶୀଙ୍କୁ ତୃତୀୟ ଟି-୨୦ ଶତକ। ସେ ଏଯାଏ ୧୬ଟି ପ୍ରଫେସନାଲ ଟି-୨୦ ମ୍ୟାଚ୍‌ ଖେଳିଥିବା ବେଳେ ହାସଲ କରିଛନ୍ତି ତୃତୀୟ ଶତକ। ୬୧ ବଲରେ ୧୦୮ ରନ କରିଥିବା ବାମହାତୀ ବ୍ୟାଟର ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ୭ଟି ଚୌକା ଓ ୭ଟି ବିଶାଳ ଛକା।

କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରଣ ଯୋଗୁ ବିହାର ନିର୍ଦ୍ଧାରତ ୨୦ ଓଭରରେ ହାସଲ କରିଥିଲା ୧୭୬ ରନ। ପୃଥ୍ୱୀ ଶ’ଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ରର ବୋଲିଂ ଆଟାକ ସୂର୍ଯ୍ୟବଂଶୀଙ୍କ ଆଗରେ ପୂରା ଧରାଶାୟୀ ହୋଇଛି।

Advertisment

କିନ୍ତୁ ବ୍ୟାଟିଂରେ ମହାରାଷ୍ଟ୍ର କମାଲ କରିଛି। ୧୭୭ ରନର ବିଜୟ ଲକ୍ଷ୍ୟକୁ ଦଳ ୫ ବଲ ପୂର୍ବରୁ ୩ ୱିକେଟ ପୂର୍ବରୁ ହାସଲ କରି ନେଇଛି। ଶ’ ୩୦ ଟି ବଲରେ ବିସ୍ଫୋରକ ୬୬ ରନର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। 

ତେବେ ମହାରାଷ୍ଟ୍ର ବିପକ୍ଷରେ ଶତକ ହାସଲ କରିବା ପରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ସୂର୍ଯ୍ୟବଂଶୀ। ସେ ସୟଦ ମୁସ୍ତାକ ଅଲୀ ଟ୍ରଫିର ସବୁଠାରୁ ଯୁବ ଖେଳାଳି ଭାବେ ଶତକ ହାସଲ କରିବାର କୀର୍ତ୍ତିମାନ ନିଜ ନାଁରେ କରିଛନ୍ତି। ମହାରାଷ୍ଟ୍ର ବିପକ୍ଷରେ ସୂର୍ଯ୍ୟବଂଶୀ କେବଳ ବଡ଼ ଶଟ ଖେଳି ନଥିଲେ, ବରଂ ଧୈର୍ଯ୍ୟ ମଧ୍ୟ ଦେଖାଇଥିଲେ।

ସେ ୫୮ ବଲରେ ଶତକ ହାସଲ କରିବା ତାଙ୍କ ଧୈର୍ଯ୍ୟକୁ ଦର୍ଶାଇଛି। କାରଣ ଏହା ପୂର୍ବରୁ ସେ ମାରିଥିବା ଦୁଇଟି ଶତକ ବହୁତ କମ ବଲରେ ଆସିଥିଲା। ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ରେ ସେ ଅପରାଜିତ ମଧ୍ୟ ରହିଥିଲେ। 

ଏହାପୂର୍ବରୁ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୫ ଟୁର୍ଣ୍ଣାମେଣ୍ଟରେ ସୂର୍ଯ୍ୟବଂଶୀ ୟୁଏଇ ବିପକ୍ଷରେ ମାତ୍ର ୪୨ ବଲରେ ୧୪୪ ରନର ଇନିଂସ ଖେଳିଥିଲେ। ସେହିପରି ୨୦୨୫ ଆଇପିଏଲରେ ସେ ଗୁଜରାଟ ବିପକ୍ଷ ମ୍ୟାଚ୍ରେ ମାତ୍ର ୩୫ ବଲରୁ ଶତକ ମାରିଥିଲେ। 

Vaibhav Suryavanshi