Advertisment

କ୍ରିକେଟରେ ଇତିହାସ: ଗୋଟିଏ ବଲ୍‌ରେ ହେଲା ୧୮ ରନ, ଦେଖନ୍ତୁ ଭିଡିଓ

ଗୋଟିଏ ବଲରେ ଏତେ ରନ କୌଣସି ସାଧାରଣ ଖେଳାଳି ନୁହନ୍ତି, ବରଂ ସ୍ପାର୍ଟନ୍ସର ଅଧିନାୟକ ଅଭିଷେକ ତନୱର ଦେଇଛନ୍ତି। ସେ ଇନିଂସର ଶେଷ ଓଭରର ଶେଷ ବଲ୍‌ରେ ୧୮ ରନ ଖର୍ଚ୍ଚ କରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି।

TNPL

TNPL

Advertisment

କ୍ରିକେଟ ଇତିହାସରେ ଘଟିଛି ବିରଳ ଘଟଣା। ଗୋଟିଏ ବଲରେ ହୋଇଛି ୬ କିମ୍ବା ୪ ନୁହେଁ ବରଂ ୧୮ ରନ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ତାମିଲନାଡୁ ପ୍ରିମିୟର ଲିଗ (ଟିଏନପିଏଲ)ର ଗୋଟିଏ ମ୍ୟାଚ୍‌ରେ ଏପରି ଘଟଣା ଘଟିଛି। ଚେପକ ସୁପର ଗିଲସ ଓ ସାଲେମ ସ୍ପାର୍ଟନ୍ସ ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ଗୋଟିଏ ବଲରୁ ୧୮ ରନ ଦେଖିବାକୁ ମିଳିଛି।

Advertisment

ଗୋଟିଏ ବଲରେ ଏତେ ରନ କୌଣସି ସାଧାରଣ ଖେଳାଳି ନୁହନ୍ତି, ବରଂ ସ୍ପାର୍ଟନ୍ସର ଅଧିନାୟକ ଅଭିଷେକ ତନୱର ଦେଇଛନ୍ତି। ସେ ଇନିଂସର ଶେଷ ଓଭରର ଶେଷ ବଲ୍‌ରେ ୧୮ ରନ ଖର୍ଚ୍ଚ କରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି।

ଟିଏନପିଏଲର ୨୦୨୨ ସଂସ୍କରଣରେ ତନୱର ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ରହିଥିଲେ। ହେଲେ ଚଳିତ ବର୍ଷ ସୁର ଗିଲ୍ସ ବିପକ୍ଷ ମ୍ୟାଚ୍‌ରେ ସେ ଆଦୌ ଲୟ ପାଇ ନାହାନ୍ତି। ଶେଷରେ ସେ ୨୦ତମ ଓଭର୍‌ର ଶେଷ ବଲରେ ସେ ୧୮ ରନ ଖର୍ଚ୍ଚ କରିଛନ୍ତି।

Advertisment

ଶେଷ ଓଭରରେ ସେ ମୋଟ ୨୬ ରନ ଦେଇଥିବା ବେଳେ ଗୋଟିଏ ବଲରେ ୧୮ ରନ ଦେଇଛନ୍ତି। ଏହି ମହଙ୍ଗା ଓଭର ଯୋଗୁ ସୁପର ଗିଲ୍ସ ୨୦ ଓଭର୍‌ରେ ୫ ୱିକେଟ ହରାଇ ୨୧୭ ରନ କରିଥିଲା।

କେମିତି ଥିଲା ଶେଷ ଓଭର୍‌ର ଶେଷ ବଲ

ଇନିଂସର ଶେଷ ବଲ ତନୱର ପକାଇଥିବା ବେଳେ ବ୍ୟାଟର କ୍ଲିନବୋଲ୍ଡ ହୋଇଯାଇଥିଲେ। ସମସ୍ତେ ସେଲିବ୍ରେଟ କରୁଥିବା ବେଳେ ଅମ୍ପାୟାର ନୋ-ବଲ ଘୋଷଣା କରିଥିଲେ।

ପରବର୍ତ୍ତୀ ବଲ୍‌ ତନୱର ପୁଣି ନୋ ପକାଇଥିବା ବେଳେ ଏହାକୁ ବ୍ୟାଟର ଛକା ମାରି ଦେଇଥିଲେ। ଫଳରେ ମୋଟ ୮ ରନ ମିଳିଥିଲା।

ଫ୍ରି ହିଟ୍‌ ବଲ ପୁଣି ନୋ ହୋଇଥିଲା ଓ ବ୍ୟାଟର ଦୁଇ ରନ ଆଦାୟ କରିଥିଲେ।

ତନୱାର ନର୍ଭସ ହେବା ସହ ଫ୍ରି ହିଟ୍‌ ବଲ ୱାଇଡ ପକାଇଥିଲେ। ସେତେବେଳକୁ ସେ ୧୨ ରନ ଦେଇ ସାରିଥିଲେ।

ଶେଷରେ ସେ ଲସିଗାଲ ବଲ ପକାଇଥିଲେ ମଧ୍ୟ ଏହା ୬କା ହୋଇଯାଇଥିଲା। ଫଳରେ ଗୋଟିଏ ବଲ୍‌ରେ ସେ ୧୮ ରନ ଖର୍ଚ୍ଚ କରିଥିଲେ। 

ମ୍ୟାଚ୍‌ ପରେ ତନୱର ଅଧିନାୟକ ଭାବେ ସବୁ ଦୋଷ ନିଜ ମୁଣ୍ଡକୁ ନେଇଛନ୍ତି। ସେ ବାରମ୍ବାର ନୋ ବଲ ପାଇଁ ପବନକୁ ଦୋଷ ଦେଇଛନ୍ତି। ସେହିପରି ସ୍ପାର୍ଟନ୍ସ ୨୧୮ ରନର ଟାର୍ଗେଟକୁ ପିଛା କରୁଥିବା ବେଳେ ୯ ୱିକେଟ ହରାଇ କେବଳ ୧୬୫ ରନ କରିବାକୁ ସକ୍ଷମ ହୋଇଥିଲା।

Cricket TNPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe