Advertisment

୪୩ ବଲରେ ଅପରାଜିତ ୧୯୩ ରନ, ବ୍ୟାଟର ଭାଙ୍ଗିଲେ ସବୁ ରେକର୍ଡ

୪୩ ବଲରେ ଅପରାଜିତ ୧୯୩ କରିଥିବା ହମଜା ୨୨ଟି ଛକା ଓ ୧୪ଟି ଛକା ମାରିଛନ୍ତି।

author-image
Hemant Lenka
Hamza

Hamza

କ୍ରିକେଟ ଇତିହାସରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ବିସ୍ଫୋରକ ବ୍ୟାଟିଂ କରିଛନ୍ତି ହାମଜା ସଲୀମ ଦର। ସେ ମାତ୍ର ୪୩ ବଲରେ ଅପରାଜିତ ୧୯୩ ରନର ଇନିଂସ ଖେଳି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ଅବିଶ୍ୱସନୀୟ ଇନିଂସ ୟୁରୋପିଆ କ୍ରିକେଟର ଗୋଟିଏ ଟି-୧୦ ମ୍ୟାଚରେ ଦେଖିବାକ ମିଳିଛି। ପୂର୍ବରୁ କ୍ରିକେଟ କୌଣସି ବ୍ୟାଟର ଏପରି ଇନିଂସ ଖେଳି ନଥିଲେ।

Advertisment

Catalunya Jaguar ବନାମ Sohal Hospitaltet ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ରେ ହାମଜା ସବୁ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ତାଙ୍କ ଇନିଂସ ଯୋଗୁ ଦଳକୁ ମଧ୍ୟ ୧୫୩ ରନର ବିଜୟ ମିଳିଛି। ୪୩ ବଲରେ ଅପରାଜିତ ୧୯୩ କରିଥିବା ହମଜା ୨୨ଟି ଛକା ଓ ୧୪ଟି ଛକା ମାରିଛନ୍ତି। ଏହି ଇନିଂସ ପରେ ସେ ଟି-୧୦ କ୍ରିକେଟରେ ସର୍ବାଧିକ ରନହାସଲକାରୀ ବ୍ୟାଟର ବି ହୋଇଯାଇଛନ୍ତି। ପୂର୍ବରୁ ୧୬୩ ଟି-୧୦ କ୍ରିକେଟର ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା।

ମ୍ୟାଚ୍‌ କଥା ବିଚାରକୁ ନେଲେ Catalunya Jaguar ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ବିନା କୌଣସି ୱିକେଟ ହରାଇ ୨୫୭ ରନ କରିଥିଲା। ହାମଜା ୪୩ ବଲରେ ୧୯୩ ଓ ୟାସିର ଅଲୀ ୧୯ ବଲରେ ଅପରାଜିତ ୫୮ ରନର ଇନିଂସ ଖେଳିଥିଲେ।

Advertisment

୨୫୮ ରନର ଟାର୍ଗେଟ ପାଇଥିବା Sohal Hospitaltet ୧୦ ଓଭରରେ ୮ ୱିକେଟ ହରାଇ କେବଳ ୧୦୪ ରନ କରିବାକୁ ସକ୍ଷମ ହୋଇଥିଲା। ରାଜା ଶାହଜାଦ Sohal Hospitaltet ପାଇଁ ସର୍ବାଧିକ ୧୦ ବଲରେ ୨୫ ରନର ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ କମାର ଶାହଜାଦ ୧୩ ବଲରେ ୨୨ ଓ ଆମୀର ସିଦ୍ଦିକୀ ୯ ବଲରେ ୧୬ ରନର କରିବାକୁ ସକ୍ଷମ ହୋଇଥିଲେ।

ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ହାମଜା କମାଲ କରିଥିଲେ। ସେ Sohal Hospitaltetର ୩ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି। ହାମଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳଳରେ ଜାଗୁଆର ୧୫୩ରେ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। ହମାଜଙ୍କ ବିସ୍ଫୋରକ ଇନିଂସର ଭିଡିଓ ମଧ୍ୟ ଆସିଛି।

Cricket T10