Advertisment

ବର୍ଡର-ଗାଭାସ୍କର ଟ୍ରଫି: ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୧୫୦ରେ ଅଲ୍-ଆଉଟ୍

ପର୍ଥରେ ଖେଳା ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ।

ଅଦ୍ୟତନ ହୋଇଛି
KL Rahul & Australia players

KL Rahul & Australia players

Advertisment

ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭରୁ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ। ପର୍ଥରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ପ୍ରଥମ ଇନିଂସରେ ମାତ୍ର ୧୫୦ ରନରେ ଅଲ୍ ଆଉଟ୍ ହୋଇ ଯାଇଛି ଦଳ।

Advertisment

ଅଷ୍ଟ୍ରେଲିଆର ପର୍ଥ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ମାତ୍ର ଅଧିନାୟକ ଯଶପ୍ରୀତ ବୁମାରଙ୍କ ଏହି ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପ୍ରଥମ ଇନିଂସରେ ଦଳ ମାତ୍ର ୪୯.୪ ଖେଳିବାକୁ ସମର୍ଥ ହୋଇଛି।

ଭାରତ ପକ୍ଷରୁ ଯଶସ୍ୱୀ ଜୈସ୍ୱାଲ ଏବଂ କେଏଲ ରାହୁଲ ପାଳି ଆରମ୍ଭ କରିଥିଲେ। ମାତ୍ର ଯଶସ୍ୱୀ ଖାତା ଖୋଲି ନପାରି ପାଭିଲିଅନ ଫେରିଥିଲେ। ତାଙ୍କ ପରେ ଆସିଥିବା ଦେବଦତ୍ତ ପାଡିକ୍କଲ ମଧ୍ୟ ଖାତା ଖୋଲିପାରି ନଥିଲେ। ସେ ୨୩ଟି ବଲ୍ ଖେଳିଥିଲେ ବି ଗୋଟିଏ ରନ୍ କରିବାକୁ ସକ୍ଷମ ହୋଇନଥିଲେ। 

Advertisment

ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ମଧ୍ୟ ନିରାଶ କରିଥିଲେ। ସେ ୧୨ଟି ବଲ୍ ଖେଳି ମାତ୍ର ୫ ରନ୍ କରି ଆଉଟ୍ ହୋଇ ଯାଇଥିଲେ। କେଏଲ ରାହୁଲ ଗୋଟିଏ ସାଇଟରେ ପାଳିକୁ ସମ୍ଭାଳି ଚାଲି ଥିବାବେଳେ ତାଙ୍କ ସାଥ୍ ଦେଇଥିଲେ ଋଷଭ ପନ୍ତ। ମାତ୍ର ମିଚେଲ ଷ୍ଟାର୍ଟଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇ ଯାଇଥିଲେ ରାହୁଲ। ସେ ୨୬ ରନ୍ କରି ଆଉଟ୍ ହୋଇଥିଲେ।

ପରେ ପରେ ଧ୍ରୁବ୍ ଜୁରେଲ ୧୧(୨୦), ୱାଶିଂଟନ ସୁନ୍ଦର ୪(୧୫) କରି ପାଭିଲିଅନ ଫେରିଥିଲେ। ଋଷଭ ପନ୍ତ ମଧ୍ୟ ୩୭(୭୮) ରନ୍ କରି ଆଉଟ୍ ହୋଇ ଯାଇଥିଲେ। ଏପରି ସ୍ଥିତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ ନୀତିଶ ରେଡ୍ଡୀ। ସେ ୫୯ ବଲରେ ୪୧ ରନ୍ ଯୋଗଦାନ କରିଥିଲେ। ଫଳରେ ଦଳର ସ୍କୋର୍ ୧୫୦ ଛୁଇଁ ପାରିଥିଲା। ଅନ୍ୟମାନଙ୍କ ମଧ୍ୟରେ ହରଶିତ ରାଣା ୭ ଏବଂ ଯଶପ୍ରୀତ ବୁମରା ୮ ରନ୍ କରିଥିଲେ।

ଆହତ ସମସ୍ୟା କାରଣରୁ ଶୁବମନ ଗିଲ୍ ଖେଳୁ ନ ଥିବାବେଳେ ରୋହିତଶର୍ମା ପିତୃତ୍ୱ ଛୁଟିରେ ଅଛନ୍ତି। ଫଳରେ ଯଶପ୍ରୀତ ବୁମରା ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ତେବେ ରୋହିତ ଶର୍ମା ଖୁବଶୀଘ୍ର ଭାରତୀୟ ସ୍କ୍ୱାଡରେ ଯୋଗ ଦେଇପାରନ୍ତି। 

India Vs Australia Border-Gavaskar Trophy Perth Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe