Advertisment

ପର୍ଥ ଟେଷ୍ଟ: ପଲଟିଲା ବାଜି, ୧୦୪ରେ ଅଷ୍ଟ୍ରେଲିଆ ଅଲ୍ ଆଉଟ୍

୧୦୪ରେ ଘରୋଇ ଦଳକୁ ଅଲ୍ ଆଉଟ୍ କରିଛି ଟିମ୍ ଇଣ୍ଡିଆ।

India & Australia Players

India & Australia Players

Advertisment

ଅଷ୍ଟ୍ରେଲିଆର ପର୍ଥରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିରେ କମାଲ୍ କରିଛନ୍ତି ବୋଲର୍। ପ୍ରଥମେ ଅଷ୍ଟ୍ରେଲିଆ ବୋଲରଙ୍କ ପରେ ଭାରତୀୟ ବୋଲର୍ ଦେଖାଇଛନ୍ତି ଯାଦୁ। ୧୦୪ରେ ଘରୋଇ ଦଳକୁ ଅଲ୍ ଆଉଟ୍ କରିଛି ଟିମ୍ ଇଣ୍ଡିଆ।

Advertisment

ଗତକାଲି ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। କିନ୍ତୁ ଅଷ୍ଟ୍ରେଲିଆ ବୋଲର ଭାରତୀୟ ବ୍ୟାଟରଙ୍କୁ ପାଣି ପିଆଇ ଦେଇଥିଲେ। ମାତ୍ର ୧୫୦ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା ଟିମ୍ ଇଣ୍ଡିଆ।

ଏହାପରେ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ଘରୋଇ ମାଟିରେ ଧୂଳି ଚଟାଇଛନ୍ତି ଭାରତୀୟ ବୋଲର୍। ମାତ୍ର ୧୦୪ ରନରେ ଅଲ୍ ଆଉଟ୍ ହୋଇ ଯାଇଛନ୍ତି କଙ୍ଗାରୁ ବାହିନୀ। ଫଳରେ ଭରତ ୪୬ ରନ୍ ଆଗରେ ରହିଛି। ଗତକାଲି ଷ୍ଟମ୍ପ୍ ଅପସାରଣ ପୂର୍ବରୁ ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୬୭ ରନ୍ କରିଥିଲା। ଆଜି ଦ୍ୱିତୀୟ ଦିନ ଖେଳରେ ଅବଶିଷ୍ଟ ୱିକେଟ୍ ହରାଇ ୩୭ ରନ୍ କରିଛି। 

Advertisment

ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୫ଟି ୱିକେଟ୍ ନେଇ ଥିବାବେଳେ ହର୍ଷିତ ରାଣା ୩ଟି ଏବଂ ମହମ୍ମଦ ସିରାଜ ୨ଟି ଲେଖାଏଁ ୱିକେଟ ନେଇଛନ୍ତି। 

Border-Gavaskar Trophy Ind Vs Aus BGT 2025 India Australia Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe