/odisha-reporter/media/post_attachments/uploads/2021/02/pant1.jpg)
pant1
ଚେନ୍ନାଇ: ଚେନ୍ନାଇରେ ଚାଲିଥିବା ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଇଂଲଣ୍ଡ ଟିମ୍ ମଜଭୁତ୍ ସ୍ଥିତିରେ ରହିଛି। ମ୍ୟାଚର ତୃତୀୟ ଦିବସରେ ମଧ୍ୟ ଟିମ୍ ଇଣ୍ଡିଆ ଉପରେ ଚାପ କାଏମ୍ ରହିଛି। ଇଂଲଣ୍ଡର ପ୍ରଥମ ଇନିଂସ୍ ସ୍କୋର ୫୭୮ ରନ୍ ଜବାବରେ ଟିମ୍ ଇଣ୍ଡିଆର ଦିବସର ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୨୫୭ ରନ୍ କରିଛି। ଭାରତର ସିନିୟର ବ୍ୟାଟ୍ସମ୍ୟାନ୍ ଫେଲ୍ ମାରିଥିବା ବେଳେ ଅଭିଜ୍ଞ ଚେତେଶ୍ୱର ପୂଜାରା ଓ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଦମ୍ ଦେଖାଇଛନ୍ତି। ଦୁହିଁଙ୍କ ଦମଦାର ଇନିଂସ୍ ସତ୍ତ୍ୱେ ଭାରତ ଉପରୁ ଫଲୋଅନ୍ ବିପଦ ଟଳିନି। ଷ୍ଟମ୍ପ ଅପସାରଣ ବେଳକୁ ୱାଶିଂଟନ୍ ସୁନ୍ଦର ୩୩ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୮ ରନରେ ବ୍ୟାଟିଂ କରୁଥିଲେ।
/odisha-reporter/media/post_attachments/db/PICTURES/CMS/316300/316322.jpg)
ଭାରତ ପକ୍ଷରୁ ପନ୍ତ ସର୍ବାଧିକ ୯୧ (୮୮ ବଲ୍, ୯ ଚୌକା ୫ ଛକା) ଓ ପୂଜାରା ୭୩ (୧୪୩ ବଲ୍, ୧୧ ଚୌକା) ରନର ଇନିଂସ୍ ଖେଳିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ପ୍ରଭାବୀ ବ୍ୟାଟିଂ କରିନାହାନ୍ତି। ସେହିପରି ଇଂଲିଶ ଅଫ୍ ସ୍ପିନର ଡମ୍ ବେସ୍ ଚମତ୍କାର ବୋଲିଂ କରି ୫୫ ରନ୍ ଦେଇ ୪ଟି ସଫଳତା ପାଇଥିବା ବେଳେ ଜୋଫ୍ରା ଆର୍ଚର୍ ୨ଟି ୱିକେଟ୍ ନେଇଛନ୍ତି। ତେବେ ଅନ୍ୟତମ ସ୍ପିନର୍ ଜ୍ୟାକ୍ ଲିଚ୍ ଖୁବ୍ ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନ୍ ଓ ବେନ୍ ଷ୍ଟୋକ୍ସ ୱିକେଟ୍ ଶୂନ ରହିଛନ୍ତି।
ଇଂଲଣ୍ଡର ୫୭୮ ରନ୍ ଜବାବରେ ଭାରତ ପକ୍ଷରୁ ରୋହିତ୍ ଶର୍ମାଙ୍କ ସହ ଯୁବ ତାରକା ଶୁବମନ୍ ଗିଲ୍ ଓପନ୍ କରିବାକୁ ଆସିଥିଲେ। ଜୋଫ୍ରା ଆର୍ଚରଙ୍କ ଓଭରର ୨ୟ ବଲରେ ରୋହିତ୍ ଚୌକା ମାରିଥିଲେ ହେଁ ପରବର୍ତ୍ତୀ ବଲରେ ବାହାରେ ଯାଉଥିବା ବଲକୁ ଖେଳିବାକୁ ଯାଇ ୱିକେଟ୍ କିପର ଜୋଶ୍ ବଟଲରଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଗିଲ୍ ଦ୍ରୁତ ରନ୍ କରି ସ୍କୋରକୁ ବଢ଼ାଇଥିଲେ, କିନ୍ତୁ ସେ ମଧ୍ୟ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲେ। ଗିଲ୍ ୨୮ ବଲରେ ୨୯ ରନ୍ (୫ ଚୌକା) ରନ୍ କରି ଆର୍ଚରଙ୍କ ଶିକାର ହୋଇଥିଲା।
/odisha-reporter/media/post_attachments/db/PICTURES/CMS/316300/316319.jpg)
୪୪ ରନ୍ ଭିତରେ ୨ ୱିକେଟ୍ ହରାଇବାରେ ସବୁ ଭାର କ୍ୟାପଟେନ୍ କୋହଲି ଓ ପୂଜାରାଙ୍କ ଉପରକୁ ଆସିଥିଲା। କିନ୍ତୁ କୋହଲି (୧୧) ନିରାଶ କରିଥିଲେ ଏବଂ ଡମ୍ ବେସଙ୍କ ବଲରେ ପ୍ୟାଭିଲିୟନ ଫେରିଯାଇଥିଲା। ଅଷ୍ଟ୍ରେଲିଆରେ ଚମତ୍କାର କ୍ୟାପଟେନ୍ସି କରିଥିବା ଅଜିଙ୍କ୍ୟ ରାହାଣେ ୧ ରନ୍ କରି ବେସଙ୍କ ବଲରେ ଦ୍ୱିଶତକଧାରୀ ଜୋ ରୁଟ ଦ୍ୱାରା କ୍ୟାଚ୍ ହୋଇଥିଲେ। ୭୩ ରନ୍ ଭିତରେ ୪ ୱିକେଟ୍ ହରାଇବା ପରେ ଭାରତ ବୃହତ ସଙ୍କଟରେ ପଡ଼ିଯାଇଥିଲା। କିନ୍ତୁ ଅଷ୍ଟ୍ରେଲିଆ ଜଲୱା ଦେଖାଇଥିବା ପନ୍ତ ଏଠାରେ ବି ସେହି ଚମକ ଦେଖାଇଥିଲେ। ପନ୍ତ ସେଟ୍ ହେବା ପାଇଁ କିଛି ସମୟ ନେଇଥିଲେ। କିନ୍ତୁ ଇଂଲଣ୍ଡର ବାମହାତୀ ସ୍ପିନର ଜ୍ୟାକ୍ ଲିଚଙ୍କ ଜୋରଦାର ଆଟାକ୍ କରି ପନ୍ତ ଦମଦାର ବ୍ୟାଟିଂ କରିଥିଲେ।
/odisha-reporter/media/post_attachments/photo-resources/bcci/photo/2021/02/07/f4b296b2-5259-4384-9270-02ef1d2e99cb/_AI_8964.jpg)
ଗୋଟିଏ ପଟେ ପୂଜାରା ଧୈର୍ଯ୍ୟର ବ୍ୟାଟିଂ ଜାରି ରଖିଥିବା ବେଳେ ପନ୍ତ କ୍ରିଜକୁ ଆସିବା ମାତ୍ରକେ ନିଜର ଚିରାଚରିତ ଢଙ୍ଗରେ ଦ୍ରୁତ ରନ୍ ଜାରି ରଖିଥିଲେ। ଏହିପରି ଭାବେ ପୂଜାରା ୧୦୬ ବଲରେ ଏବଂ ପନ୍ତ ମାତ୍ର ୪୦ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରି ଭାରତ ଉପରୁ ସାମାନ୍ୟ ଚାପ ହଟାଇଥିଲେ। ତେବେ ଦଳର ସ୍କୋର ୧୯୨ ଥିବା ବେଳେ ପୂଜାରା ଦୁର୍ଭାଗ୍ୟଜନକ ଭାବେ ଆଉଟ୍ ହୋଇଯାଇଥିଲେ। ଡମ୍ ବେସଙ୍କ ବଲରେ ପୂଜାରା ମିଡୱିକେଟକୁ ଶଟ୍ ମାରିଥିଲେ। କିନ୍ତୁ ଶର୍ଟ ଲେଗରେ ଫିଲ୍ଡିଂ କରୁଥିବା ଓଲି ପୋପଙ୍କ ଶରୀରରେ ବଲ୍ ବାଜି ସିଧା ଜୋ ବର୍ନସଙ୍କୁ ହାତକୁ ଚାଲିଯାଇଥିଲା। ଯାହା ଫଳରେ ପୂଜାରାଙ୍କ ଦମଦାର ଇନିଂସରେ ବ୍ରେକ୍ ଲାଗିଥିଲା। ଏହା ପରେ ବି ପନ୍ତ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖି ଶତକ ଆଡ଼କୁ ଅଗ୍ରସର ହୋଇଥିଲା। କିନ୍ତୁ ଶତକରୁ ମାତ୍ର ୯ ରନ୍ ଦୂରରେ ଥିବା ବେଳେ ପନ୍ତଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ ବେସ୍।
/odisha-reporter/media/post_attachments/photo-resources/bcci/photo/2021/02/07/43d3aee1-da53-4db2-bbd2-8fc662e5e1c4/_AI_8689.jpg)
ପନ୍ତଙ୍କ ଆଉଟ୍ ପରେ ଭାରତ ଉପରେ ପୁଣି ଚାପ ପଡ଼ିଥିଲା। ତେବେ ଅଷ୍ଟ୍ରେଲିଆରେ ବ୍ୟାଟିଂରେ ଚମକ ଦେଖାଇଥିବା ସୁନ୍ଦର ଏଠାରେ ଅନୁରୂପ ପ୍ରଦର୍ଶନ କରିଛନ୍ତି। ତାଙ୍କୁ କ୍ରିଜରେ ସାଥ୍ ଦେଇଥିବା ଅଶ୍ୱିନ୍ ମଧ୍ୟ ଧୈର୍ଯ୍ୟ ଦେଖାଇଛନ୍ତି। ଦୁହେଁ ଅନ୍ତିମ ସେସନରେ ପାଖାପାଖି ୧୮ ଓଭର ବ୍ୟାଟିଂ କରି ଦଳକୁ ଆଉ କୌଣସି କ୍ଷତି ସହିବାକୁ ଦେଇନାହାନ୍ତି।
ଏହା ପୂର୍ବରୁ ତୃତୀୟ ଦିବସରେ ଅସମାପ୍ତ ସ୍କୋର ୫୫୫/୮ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ଆଉ ୨୩ ରନ୍ ଯୋଡ଼ିବା ପରେ ଅଲଆଉଟ୍ ହୋଇଯାଇଥିଲା। ଡମ୍ ବେସ୍ ୩୪ ଓ ଜେମ୍ସ ଆଣ୍ଡରସନ୍ ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଜ୍ୟାକ୍ ଲିଚ୍ ୧୪ ରନରେ ଅପରାଜିତ ଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ଅଶ୍ୱିନ୍ ୩ଟି ଲେଖାଏ ଏବଂ ଈଶାନ୍ତ ଶର୍ମା ଓ ଶାହାବାଜ ନଦୀମ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
