Advertisment

ଦକ୍ଷିଣ ଆଫ୍ରିକାକୁ ୩୦୫ ରନର ଟାର୍ଗେଟ୍

ସେଞ୍ଚୁରିଅନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଘରୋଇ ଦଳ ଆଗରେ ୩୦୫ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଛିଡ଼ା କରିଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ବୋଲରମାନେ ଦମଦାର ବୋଲିଂ କରି ଭାରତୀୟ ଟିମକୁ ୧୭୪ ରନରେ ଅଲଆଉଟ୍ କରିଛନ୍ତି। ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୩୪ ରନ୍ କରିଛନ୍ତି। ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ରନ୍ କରିପାରିନାହାନ୍ତି। ଚତୁର୍ଥ ଦିବସରେ ଭାରତ ତା’ର […]

ଦକ୍ଷିଣ ଆଫ୍ରିକାକୁ ୩୦୫ ରନର ଟାର୍ଗେଟ୍

jansen

Advertisment

ସେଞ୍ଚୁରିଅନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଘରୋଇ ଦଳ ଆଗରେ ୩୦୫ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଛିଡ଼ା କରିଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ବୋଲରମାନେ ଦମଦାର ବୋଲିଂ କରି ଭାରତୀୟ ଟିମକୁ ୧୭୪ ରନରେ ଅଲଆଉଟ୍ କରିଛନ୍ତି। ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୩୪ ରନ୍ କରିଛନ୍ତି। ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ରନ୍ କରିପାରିନାହାନ୍ତି।

Advertisment

ଚତୁର୍ଥ ଦିବସରେ ଭାରତ ତା’ର ପୂର୍ବଦିନର ସ୍କୋର ୧୬/୧ରୁ ଖେଳ ଆରମ୍ଭ କରିଥିଲା। ଦିବସ ଆରମ୍ଭରୁ ଦକ୍ଷିଣ ଆଫ୍ରିକା ପେସରମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଓପନ୍ ଶଟ୍ ଖେଳିବାକୁ ଦେଇନଥିଲେ। ନାଇଟ୍ ୱାଚ୍ ମ୍ୟାନ୍ ଭାବେ ଆସିଥିବା ଶାର୍ଦ୍ଦୁଲ ଠାକୁର ମାତ୍ର ୧୦ ରନ୍ କରି କାଗିସୋ ରବାଡାଙ୍କ ଶିକାର ହୋଇଥିଲେ। ପ୍ରଥମ ଇନିଂସରେ ଶତକଧାରୀ ଲୋକେଶ ରାହୁଲ୍ (୨୩) ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତାଙ୍କୁ ଲୁଙ୍ଗି ଏନଗିଡି ପ୍ୟାଭିଲିୟନ୍ ପଠାଇଥିଲେ।

ଆଉଟ୍ ଅଫ୍ ଫର୍ମ ଚେତେଶ୍ୱର ପୂଜାରା ସତର୍କତାର ସହ ଖେଳିଥିଲେ। ତାଙ୍କ ସହ କ୍ୟାପଟେନ୍ ବିରାଟ କୋହଲି ଏକ ଭଲ ପାର୍ଟନରଶିପ୍ ଗଢ଼ିବାକୁ ପ୍ରୟାସ କରିଥିଲେ। କିନ୍ତୁ ମଧ୍ୟାହ୍ନ ଭୋଜନ ପରେ ଏହି ଯୋଡ଼ିକୁ ଭାଙ୍ଗିଥିଲେ ମାର୍କୋ ଜାନସେନ୍। କୋହଲି ୧୮ ରନ୍ କରିଥିବା ବେଳେ ଜାନସେନଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଆଜିଙ୍କ୍ୟ ରାହାଣେ ଦ୍ରୁତ ବ୍ୟାଟିଂ କରି ଭାରତର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ସେ ପୂଜାରାଙ୍କ ସହ ମିଶି ପଞ୍ଚମ ୱିକେଟ ପାଇଁ ୩୦ ରନର ଭାଗିଦାରୀ କରିଥିଲେ। ପୂଜାରା ପୁଣିଥରେ ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଥିଲେ ଏବଂ ବ୍ୟକ୍ତିଗତ ୧୬ ରନ୍ କରି ଏନଗିଡିଙ୍କ ଶିକାର ହୋଇଥିଲେ।

Advertisment

ରାହାଣେଙ୍କ ଇନିଂସରେ ବ୍ରେକ୍ ଲଗାଇଥିଲେ ଜାନେସନ୍। ରାହାଣେ ୨୩ ବଲରେ ୨୦ ରନ୍ (୩ ଚୌକା, ୧ ଛକା) କରି ଆଉଟ୍ ହୋଇଥିଲେ। ଋଷଭ ପନ୍ତ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ସପ୍ତମ ୱିକେଟ ପାଇଁ ୩୫ ରନ୍ ଯୋଡ଼ିଥିଲେ। ଉଭୟ ଅଶ୍ୱିନୀ (୧୪) ଓ ପନ୍ତ (୩୪)ଙ୍କୁ ରବାଡା ଆଉଟ୍ କରିଥିଲେ। ମହମ୍ମଦ ଶାମି ୧ ରନ୍ କରିଥିବା ବେଳେ ଯଶପ୍ରୀତ ବୁମ୍ରା ୭ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ଓ ଜାନସେନ୍ ୪ଟି ୱିକେଟ୍ ନେଇଥିବା ବେଳେ ଏନଗିଡି ୨ଟି ସଫଳତା ପାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe