Advertisment

୧୪୭ ବର୍ଷର ଇତିହାସରେ ପ୍ରଥମ: ଇଂଲଣ୍ଡ କଲା ଏମିତି ରେକର୍ଡ

ଟେଷ୍ଟ କ୍ରିକେଟର ୧୪୭ ବର୍ଷ ଇତିହାସରେ ପ୍ରଥମଥର ପାଇଁ ଏତେ କମ ବଲରେ ଦଳୀୟ ସ୍କୋର ୫୦ ଛୁଇଁବାର ରେକର୍ଡ ହୋଇଛି।

author-image
Hemant Lenka
ENG

ENG

ଟ୍ରେଣ୍ଟ ବ୍ରିଜରେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ତା’ର ବ୍ୟାଟିଂ ପାୱାର ଦେଖାଇଛି। ବେନ ଡକେଟ୍ଟ ଓ ଓଲି ପପ ୱେଷ୍ଟଇଣ୍ଡିଜ ବୋଲରଙ୍କୁ କଡ଼ା ପ୍ରହାର କରି ନୂଆ ରେକର୍ଡ କରିଛନ୍ତି। ଇଂଲଣ୍ଡ ମାତ୍ର ୪.୨ ଓଭରରେ ୫୦ ରନ ହାସଲ କରି ନୂଆ ବିଶ୍ୱ କୀର୍ତ୍ତିମାନ ସୃଷ୍ଟି କରିଛି।

Advertisment

ଟେଷ୍ଟ କ୍ରିକେଟର ୧୪୭ ବର୍ଷ ଇତିହାସରେ ପ୍ରଥମଥର ପାଇଁ ଏତେ କମ ବଲରେ ଦଳୀୟ ସ୍କୋର ୫୦ ଛୁଇଁବାର ରେକର୍ଡ ହୋଇଛି। ମାତ୍ର ୨୭ରୁ କମ ବଲରେ ଏଯାଏ କୌଣସି ଦଳ ଟେଷ୍ଟ କ୍ରିକେଟରେ ୫୦ ରନ ପୂରଣ କରି ନଥିଲେ।

ହେଲେ ଇଂଲଣ୍ଡ ଆଜି ଏହା କରି ଦେଖାଇଛି। ଏଥିସହ ନିଜର ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛି। ଇଂଲଣ୍ଡ ୧୯୯୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଓଭାଲ ଟେଷ୍ଟରେ ୪.୩ ଓଭର ଅର୍ଥାତ ୨୭ ବଲରେ ୫୦ ରନ ପୂରଣ କରିଥିଲା। ହେଲେ ଆଜି ୨୬ ବଲରେ ଦଳ ୫୦ ରନ ପୂରଣ କରିଛି।

Advertisment

ଟେଷ୍ଟ କ୍ରିକେଟରେ ଦ୍ରୁତତମ ୫୦ ରନ

୪.୨ ଓଭର- ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ, ୨୦୨୪

୪.୩ ଓଭର- ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ, ୧୯୯୪

୪.୬ ଓଭର- ଇଂଲଣ୍ତ ବନାମ ଶ୍ରୀଲଙ୍କା, ୨୦୦୨

୫.୨ ଓଭର- ଶ୍ରୀଲଙ୍କା ବନାମ ପାକିସ୍ତାନ, ୨୦୦୪

୫.୩ ଓଭର- ଇଣ୍ଡିଆ ବନାମ ଇଂଲଣ୍ଡ, ୨୦୦୮

୫.୩ ଓଭର- ଇଣ୍ଡିଆ ବନାମ ୱେଷ୍ଟଇଣ୍ଡିଜ, ୨୦୨୩

ଆଜିର ଟେଷ୍ଟରେ ଇଣ୍ଡିଜ ଟିମର ଅଧିନାୟକ କେ ବ୍ରାଥୱେଟ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଇଂଲଣ୍ଡ ଆରମ୍ଭର ଜ୍ୟାକ କ୍ରାଉଲୀ(୦)ଙ୍କୁ ହରାଇଥିଲା। ଏହାପରେ କିନ୍ତୁ ଓଲି ପପ ଓ ଡକେଟ୍ଟ ସ୍ଥିତି ସମ୍ଭାଳିଥିଲେ।

ଦଳୀୟ ସ୍କୋର ୧୦୫ ଥିବା ବେଳେ ଡକେଟ୍ଟ ୭୧ ରନ କରି ଆଉଟ ହୋଇଥିଲେ। ତେବେ ଓଲି ପପ ୧୨୧ ରନର ଇନିଂସ ଖେଳିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜୋ ରୁଟ ୧୪, ହ୍ୟାରୀ ବ୍ରୁକ ୩୬ ରନ କରି ଆଉଟ ହୋଇଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଇଂଲଣ୍ଡ ୫ ୱକେଟ ହରାଇ ୩୦୯ ରନ କରି ନେଇଛି। ଅଧିନାୟକ ବେନ ଷ୍ଟୋକ୍ସ ୪୯ ଓ ଜାମି ସ୍ମିଥ ୮ ରନ କରି ବ୍ୟାଟିଂ କରୁଛନ୍ତି।

England Test Cricket