Advertisment

ନ୍ୟୁଜିଲ୍ୟାଣ୍ଡର ଟି-୨୦ ବିଶ୍ୱକପ ସ୍କ୍ୱାଡ ଘୋଷଣା କଲେ ୨ ଛୋଟ ପିଲା, ୱିଲିୟମସନ ଅଧିନାୟକ

ଦୁଇ ଜଣ ଛୋଟ ପିଲା ଚୟନକର୍ତ୍ତାଙ୍କ ଭଳି କ୍ୟାମେରା ସାମ୍ନାକୁ ଆସି ଆଜି ଖେଳାଳିଙ୍କ ନାଁ ସାର୍ବଜନୀନ କରିଛନ୍ତି।

author-image
Hemant Lenka
NZ

NZ

ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ପ୍ରଥମ ଦେଶ ଭାବେ ଆଜି ନ୍ୟୁଜିଲ୍ୟାଣ୍ଡ ବେଶ ଭିନ୍ନ ଅନ୍ଦାଜରେ ସ୍କ୍ୱାଡ ଘୋଷଣା କରିଛି। ପାରମ୍ପରିକ ସ୍ୱାଭାବକ ଛାଡ଼ି ଦୁଇ ଜଣ ଛୋଟ ପିଲା ୧୫ ଜଣିଆ ସ୍କ୍ୱାଡରେ ଥିବା ଖେଳାଳିଙ୍କ ନାଁ ଘୋଷଣା କରିଛନ୍ତି। ମାତିଲଦା ଓ ଅଙ୍ଗୁସ ନାମକ ଦୁଇ ଜଣ ପିଲା ଚୟନକର୍ତ୍ତାଙ୍କ ଭଳି କ୍ୟାମେରା ସାମ୍ନାକୁ ଆସି ଆଜି ଖେଳାଳିଙ୍କ ନାଁ ସାର୍ବଜନୀନ କରିଛନ୍ତି।

Advertisment

ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ପକ୍ଷରୁ ଏହାର ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି। ମେ’ ୧ ହେଉଛି ଟି-୨୦ ବିଶ୍ୱକପ ପାଇଁ ଖେଳାଳିଙ୍କ ତାଲିକା ପ୍ରକାଶ କରିବାର ଶେଷ ତାରିଖ। ତେଣୁ ଡେଡଲାଇନର ୩ ଦିନ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଦଳ ଘୋଷଣା କରିଛି।

ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ୨ରୁ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର କମାଣ ଅଭିଜ୍ଞ କେନ ୱିଲିୟମସନ ସମ୍ଭାଳିବେ। କ୍ରିକେଟ ନ୍ୟୁଜିଲ୍ୟାଣ୍ଡ ତାଙ୍କ ଉପରେ ପୁଣିଥରେ ଭରସା ଦେଖାଇଛି।

Advertisment

ସେହିପରି ୨୦୨୩ ଦିନିକିଆ ବିଶ୍ୱକପର ହିରୋ ରଚିନ ରବୀନ୍ଦ୍ର ସ୍କ୍ୱାଡରେ ରହିଛନ୍ତି। ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ନଥାଇ ମଧ୍ୟ ଅଭିଜ୍ଞ ଟ୍ରେଣ୍ଟ ବୋଲ୍ଟ ପୁଣି ଗୋଟିଏ ଆଇସିସି ଟୁର୍ଣ୍ଣାମେଣ୍ଟ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଖେଳିବେ। ଏବେ ବୋଲ୍ଟ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି।

ଏହାବାଦ ଦଳରେ ଡେଭୋନ କନୱେ, ଡାରିଲ ମିଚେଲ ଓ ଜିମ୍ମି ନୀଶଙ୍କ ଭଳି ଖେଳାଳି ମଧ୍ୟ ରହିଛନ୍ତି। ୧୫ ଜଣିଆ ସ୍କ୍ୱାଡ ବ୍ୟତୀତ ରିଜର୍ଭ ଖେଳାଳି ଭାବେ ବେନ ସିଅର୍ସ ଦଳ ସହ ଟି-୨୦ ବିଶ୍ୱକପକୁ ଯିବେ।

ନ୍ୟୁଜିଲ୍ୟାଣ୍ଡ ସ୍କ୍ୱାଡ: କେନ ୱିଲିୟମସନ, ଫିନ ଆଲେନ, ଟ୍ରେଣ୍ଟ ବୋଲ୍ଟ, ମାଇକେଲ ବ୍ରେସୱେଲ, ମାର୍କ ଚାମ୍ପମାନ, ଡେଭୋନ କନୱେ, ଲକି ଫର୍ଗୁସନ, ମ୍ୟାଟ ହେନରୀ, ଡାରିଲ ମିଚେଲ, ଜିମ୍ମି ନିଶୀମ, ଗ୍ଲେନ ଫିଲିପ୍ସ, ରଚିନ ରବୀନ୍ଦ୍ର, ମିଚେଲ ସାଣ୍ଟନର, ଈଶ ଶୋଢ଼ି ଓ ଟିମ ସାଉଦି।

T20 Match T20 World Cup T20 Cricket Newzealand